Argus News | ଓଡ଼ିଶା ଖବର ଓ ଲାଟେଷ୍ଟ ବ୍ରେକିଂ ନ୍ୟୁଜ୍

ବଦଳୁଛି ବାତ୍ୟାର ଗତିପଥ, ଲ୍ୟାଣ୍ଡଫଲ୍ ପରେ ଓଡ଼ିଶା ଦେଇ ଯିବ 'ଅକ୍ବାନ୍'
ତାଜା ଖବର

ବଦଳୁଛି ବାତ୍ୟାର ଗତିପଥ, ଲ୍ୟାଣ୍ଡଫଲ୍ ପରେ ଓଡ଼ିଶା ଦେଇ ଯିବ 'ଅକ୍ବାନ୍'
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକ୍ୱାନ୍’ ଏବେ ଧୀରେ ଧୀରେ ଅଧିକ ଘନୀଭୂତ ହେବାରେ ଲାଗିଛି । ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଏହି ବାତ୍ୟା ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ମାତ୍ର ୩ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରିଛି । ବର୍ତ୍ତମାନ ଏହା ଚେନ୍ନାଇଠାରୁ ୫୯୦ କିଲୋମିଟର ପୂର୍ବରେ, ବିଶାଖାପାଟଣାଠାରୁ ୬୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବରେ ଏବଂ ଗୋପାଳପୁରଠାରୁ ପ୍ରାୟ ୭୫୦ କିଲୋମିଟର ଦକ୍ଷିଣରେ ରହିଛି । ଆଜି ଏହା ଭୀଷଣ ସାମୁଦ୍ରିକ ଝଡ଼ ଏବଂ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି । ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନରେ ନେଲ୍ଲୋର ଓ ବିଶାଖାପାଟଣା ମଧ୍ୟରେ ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନ ୧୪୫ କିଲୋମିଟର ପର୍ଯ୍ୟନ୍ତ ରହିବା ନେଇ ଆକଳନ କରାଯାଇଛି । ସେପଟେ ବାତ୍ୟାର ବାହ୍ୟ ବଳୟ ଓଡ଼ିଶା ଛୁଇଁବ । କିନ୍ତୁ ଓଡ଼ିଶାରେ ବାହ୍ୟ ବଳୟ ଛୁଇଁବା ବେଳକୁ ଏହା ଅବପାତର ରୂପ ନେବ । ମାଲକାନଗିରି, କୋରାପୁଟ

ପଛରେ ପଡ଼ିଲେ SBI ଓ HDFC; ଫିକ୍ସଡ୍ ଡିପୋଜିଟରେ ଅଧିକ ରିଟର୍ଣ୍ଣ ଦେଉଛି ଏହି ବ୍ୟାଙ୍କ
ନୂଆଦିଲ୍ଲୀ: ଅବସର ପରେ ନିଜର ସଞ୍ଚିତ ଟଙ୍କାକୁ ସୁରକ୍ଷିତ ରଖିବା ସହ ଭଲ ରିଟର୍ଣ୍ଣ ପାଇବାକୁ କିଏ ବା ନଚାହେଁ । ବିଶେଷ କରି ବରିଷ୍ଠ ନାଗରିକଙ୍କ ପାଇଁ ଫିକ୍ସଡ୍ ଡିପୋଜିଟ୍ ବା FD ଏକ ଲୋକପ୍ରିୟ ନିବେଶ ବିକଳ୍ପ । ତେବେ ନଭେମ୍ବର ୨୦୨୬ରେ କିଛି ବ୍ୟାଙ୍କ FD ଉପରେ ଆକର୍ଷଣୀୟ ସୁଧ ଦେଉଛନ୍ତି । ଏହି ତାଲିକାରେ ସବୁଠାରୁ ଆଗରେ ରହିଛି ସୂର୍ଯ୍ୟୋଦୟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ । ଏଠାରେ ୫ ବର୍ଷର FD ଉପରେ ବରିଷ୍ଠ ନାଗରିକଙ୍କୁ ବାର୍ଷିକ ୮.୬୦ ପ୍ରତିଶତ ସୁଧ ମିଳୁଛି SBI ଓ HDFCରେ କେତେ ସୁଧ ? ଅନ୍ୟପଟେ ଦେଶର ବଡ଼ ବ୍ୟାଙ୍କଗୁଡ଼ିକର ସୁଧ ହାର ତୁଳନାରେ ଏହି ହାର ଅଧିକ । ୫ ବର୍ଷର FD ଉପରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ବରିଷ୍ଠ ନାଗରିକଙ୍କୁ ୭.୦୫ ପ୍ରତିଶତ ଏବଂ HDFC ବ୍ୟାଙ୍କ ୭.୨୦ ପ୍ରତିଶତ ସୁଧ ଦେଉଛି । ICICI ବ୍ୟାଙ୍କରେ ଏହି ହାର ୭.୧୦ ପ୍ରତିଶତ ରହିଛି । ଅନ୍ୟ ବ୍ୟାଙ୍କର ସୁଧ ହାର ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ମଧ୍ୟରେ ଜନା ବ୍ୟାଙ୍କ ୮ ପ୍ରତିଶତ, ଇକ୍ୱିଟାସ୍ ଓ ସ୍ଲାଇସ୍ ବ୍ୟାଙ୍କ ୭.୫୦ ପ୍ରତିଶତ ଏବଂ ଉତ୍କର୍ଷ ବ୍ୟାଙ୍କ ୭.୪୦ ପ୍ରତିଶତ ସୁଧ ଦେଉଛନ୍ତି । ଘରୋଇ ବ୍ୟାଙ୍କ ମଧ୍ୟରେ DCB ବ୍ୟାଙ୍କ ୮ ପ୍ରତିଶତ, SBM ଓ YES ବ୍ୟାଙ୍କ ୭.୫୦ ପ୍ରତିଶତ ଏବଂ Axis ବ୍ୟାଙ୍କ ୭.୩୫ ପ୍ରତିଶତ ସୁଧ ଦେଉଛନ୍ତି। FD କରିବା ପୂର୍ବରୁ ଏହି କଥା ଜାଣନ୍ତୁ ତେବେ କେବଳ ଅଧିକ ସୁଧ ଦେଖି FD କରିବା ଠିକ୍ ନୁହେଁ । ବ

ପ୍ରେମୀଯୁଗଳଙ୍କ ବ୍ୟାଗରେ ଗଞ୍ଜେଇ ରଖିବାକୁ ନିର୍ଦ୍ଦେଶ! CCTVରେ କଏଦ ପୋଲିସ ବାବୁଙ୍କ କାରନାମା

ସମ୍ଭାବ୍ୟ ବାତ୍ୟା ପାଇଁ ଏହି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଓଡ଼ିଆଣୀ ବେଶରେ ମା' ରାଧାରାଣୀ: କ'ଣ ରହିଛି ରାଧାପାଦ ଦର୍ଶନର ମହତ୍ତ୍ୱ ?

IPL 2027: ସମସ୍ତ ୧୦ଟି ଦଳର ରିଲିଜ୍ ଲିଷ୍ଟ ଜାରି, ଧୋନିଙ୍କଠାରୁ ଷ୍ଟାର୍କଙ୍କ ପର୍ଯ୍ୟନ୍ତ ଅନେକ ଖେଳାଳି OUT

ବାତ୍ୟା ଅକ୍ଵାନ... ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ

ଇନଷ୍ଟାଗ୍ରାମରେ ଲାଗିବ ଏଆଇର ନଜର, ଏଣିକି କମ୍ ଦେଖାଯିବ ଏହି ସବୁ ପୋଷ୍ଟ

୧ ଲକ୍ଷ ଟଙ୍କା ହେବ କି ୧୦ ଗ୍ରାମ ସୁନାର ଦାମ୍ ? ରୁପା ଦର କେତେ ଖସିବ ?

‘ଅକ୍ବାନ’ ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ବ୍ୟାପକ ପ୍ରସ୍ତୁତି, ୨ ଲକ୍ଷରୁ ଅଧିକ ଲୋକଙ୍କ ହେବ ସ୍ଥାନାନ୍ତର

ବାତ୍ୟା ଅକ୍ଵାନ... ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ

ଇନଷ୍ଟାଗ୍ରାମରେ ଲାଗିବ ଏଆଇର ନଜର, ଏଣିକି କମ୍ ଦେଖାଯିବ ଏହି ସବୁ ପୋଷ୍ଟ

୧ ଲକ୍ଷ ଟଙ୍କା ହେବ କି ୧୦ ଗ୍ରାମ ସୁନାର ଦାମ୍ ? ରୁପା ଦର କେତେ ଖସିବ ?

‘ଅକ୍ବାନ’ ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ବ୍ୟାପକ ପ୍ରସ୍ତୁତି, ୨ ଲକ୍ଷରୁ ଅଧିକ ଲୋକଙ୍କ ହେବ ସ୍ଥାନାନ୍ତର

IPL 2027: ସମସ୍ତ ୧୦ଟି ଦଳର ରିଲିଜ୍ ଲିଷ୍ଟ ଜାରି, ଧୋନିଙ୍କଠାରୁ ଷ୍ଟାର୍କଙ୍କ ପର୍ଯ୍ୟନ୍ତ ଅନେକ ଖେଳାଳି OUT