ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ: କେମିତି କଟିବ ଆଜି ଆପଣଙ୍କ ଦିନ। ଜାଣନ୍ତୁ କର କହୁଛି ଆପଣଙ୍କ ରାଶିଫଳ।
ମେଷ-
ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତ୍ତନ ଆସିପାରେ । କର୍ମ କ୍ଷେତ୍ରରେ ଉତ୍ସାହଜନକ ରହିବ । ଖେଳ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ । ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣ ତଥା ବ୍ୟବସାୟ ଭିତିକ କାମ ଗୁଡିକ ସୁରୁଖୁରୁରେ ହୋଇଯିବ । ଆନୁଷ୍ଠାନିକ କାମରେ ଭଲ ପରାମର୍ଶ ଦେଇ ପ୍ରିୟପାତ୍ର ହୋଇପାରିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ବୃଷ-
ଶିକ୍ଷା କ୍ଷେତ୍ରରେ ଅଧିକ ଅବହେଳା କରିବେ । କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମନୋବଳକୁ ବଢେଇ ଦେବ । କୋର୍ଟକଚେରୀରେ ମନ୍ଥରତା ଲାଗିରହିବ । ମହିଳା ମାନେ ନିଜ ମନୋଭାବକୁ ପ୍ରକାଶ କରନ୍ତୁ ନାହିଁ । ପ୍ରତିଷ୍ଠିତ ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମ ଠିକ୍ ଭାବେ ସମ୍ପନ୍ନ ହେବା କଷ୍ଟକର ହେବ । ଶତୃତ ମାନେ ହଠାତ୍ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ । ମାଲିମକଦ୍ଦମା କ୍ଷେତ୍ରରେ ଉତ୍ତମ ଫଳ ପାଇବେ । ରାସ୍ତା ଘାଟରେ ଯଥେଷ୍ଟ ସତର୍କ ସହ ଯାତାୟତ କରିବା ଉଚିତ୍ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପରୋକ୍ଷ ଶତ୍ରୁତା ଦୈନିକ ଜୀବନଚର୍ଯ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ । ଛୋଟ କଥାକୁ ନେଇ ପରିବାର ଭିତରେ ସମ୍ପର୍କ ହାନି ହୋଇପାରେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ
ସିଂହ-
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲି ଯିବ। ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ସ୍ୱାସ୍ଥ୍ୟଗତ ସମସ୍ୟାରେ ଉନ୍ନତି ହେବ । ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇ ପଡିବେ। ଆପଣ ନିଜ କଥାରେ ଅନ୍ୟ ମାନଙ୍କ ମନ ମୋହିବେ । ଇଚ୍ଛା ନ ଥିଲେ ସୁଦ୍ଧା ହଠାତ୍ ଦୂରକୁ ଯିବାକୁ ପଡ଼ିପାରେ। ଅବଶ୍ୟ କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ
ତୁଳା-
ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟବସାୟରେ ଆଂଶିକ ସଫଳତା ପାଇବେ । ଛାତ୍ରଛାତ୍ରୀ ମାନେ ପଢାରେ କଷ୍ଟ କରିବେ । ମନ ଚାହୁଁ ନଥିବା କେତେକ ପରିସ୍ଥିତିର ସମ୍ମୁଖୀନ ହେବା କାରଣରୁ ଧୈର୍ଯ୍ୟଚ୍ୟୁତି ଘଟିପାରେ। ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ଶିଳ୍ପ, ବ୍ୟବସାୟ, ପରିବହନ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସଙ୍କୋଚବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ । କର୍ମକ୍ଷେତ୍ରରେ ସାମାନ୍ୟ ବିଶ୍ରାମ କରିବାର ସୁଯୋଗ ପାଇବା କଷ୍ଟକର ହୋଇପାରେ । ମହିଳା ଛାତ୍ରୀ ମାନେ ପୁରସ୍କୃତ ହୋଇପାରନ୍ତି ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ-
ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ । ମୂଲ୍ୟବାନ ଜିନିଷ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିବା ଆଶଙ୍କା ରହିଛି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ । ନୂତନ ସ୍ଥାନ ବୁଲିଯିବାର ସୁଯୋଗ ମିଳିବ । ରାଜନିତି କ୍ଷେତ୍ରରେ କୌଶଳପୂର୍ଣ୍ଣ ଦୃଢ ପଦଦେକ୍ଷପ ନେବେ । ଦୂର ସ୍ଥାନକୁ ଯାତ୍ରା କରିବେ । ନିଜ ପରିଶ୍ରମର ସଫଳତା ପାଇବେ
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ-
ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ଯଶମାନ ବୃଦ୍ଧି ହୋଇପାରେ । ପ୍ରେମିକା,ପ୍ରେମିକ ମାନଙ୍କୁ ଆଶାଜନକ ଫଳ ପ୍ରାପ୍ତି ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନୀଳ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରିବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସକାଶେ ଆଦୃତ୍ତ ହୋଇପାରନ୍ତି । ନିଜ ସିଦ୍ଧାନ୍ତରେ ଅଟଳ ରହିବା ଫଳରେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର
ଅର୍ଗସ ବ୍ୟୁରୋ: ମା'ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରହା ଖାନ। ଶୁକ୍ରବାର ତାଙ୍କ ମା' ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ହୋଇଥିଲା। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ।
ଏବେ ତାଙ୍କ ନିଧନକୁ ନେଇ ଫାରହା ଏବଂ ତାଙ୍କ ଭାଇ ସାଜିଦ ଖାନ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଫାରହା ଏକ ପୋଷ୍ଟରେ ଲେଖିଛନ୍ତି ମୁଁ ମୋ ମା'ଙ୍କୁ ବହୁତ ଭଲ ପାଏ। ତୁମ କଥା ସବୁବେଳେ ମନେପଡ଼ିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଦେଶଭକ୍ତିର କଲମରେ, ସାହସର ସ୍ୟାହିରେ ଲେଖାଯାଇଥିବା ପରାକ୍ରମର ଆଉ ଏକ ତାରିଖ ଜୁଲାଇ 26 । ଏବେ ବି ସାକ୍ଷୀ କାରଗିଲରେ ଦଣ୍ଡାୟମାନ ହୋଇ ରହିଥିବା ସେହିସବୁ ଗିରିଶୃଙ୍ଗ । ଯାହାକୁ ସେଦିନ ରକ୍ତରେ ଭିଜାଇ ତ୍ରିରଙ୍ଗାର ଟେକ ରଖିଥିଲେ ଶୌର୍ଯ୍ୟ, ସଂଗ୍ରାମର ତିଳକ ପିନ୍ଧିଥିବା ଭାରତୀୟ ସେନାର ବୀର ଯବାନ । ପାକିସ୍ତାନର ନାପାକ୍ ଷଡ଼ଯନ୍ତ୍ରକୁ ବୀରତ୍ବର ଥାପ୍ପଡ ଲଗାଇ, ସେନାମୁଖ୍ୟ ପରଭେଜ୍ ମୁଶାରଫ ଜିହାଦର ଜାମା ପିନ୍ଧାଇ ପଠାଇଥିବା ସୈନିକଙ୍କୁ କବର ଦେଇ ଇତିହାସରେ ନୂଆ ଏକ ଅଧ୍ୟାୟ ଲେଖିଥିଲା ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ଭାରତ । ସେଥିପାଇଁ ପ୍ରତିବର୍ଷ ଜୁଲାଇ 26ରେ ପାଳନ ହେଉଛି ପରାକ୍ରମ ଦିବସ ।
ପରାକ୍ରମ ଦିବସ ଅବସରରେ ୧୯୯୯ର ସେହି ପରାକ୍ରମୀଙ୍କ ସ୍ମୃତି ଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଯୁଦ୍ଧ ସ୍ମାରକୀସ୍ଥଳକୁ ଯାଇ ପ୍ରଧାନମନ୍ତ୍ରୀ କାରଗିଲ ଯୁଦ୍ଧରେ ପ୍ରାଣର ଆହୁତି ଦେଇଥିବା ଯବାନଙ୍କୁ ସାଲ୍ୟୁଟ୍ ଜଣାଇଛନ୍ତି । ଏଥିସହ ପାକିସ୍ତାନ ଉପରେ ଭୀଷଣ ବର୍ଷିଛନ୍ତି । ପାକିସ୍ତାନ ହେଉଛି ଆତଙ୍କୀଙ୍କ ଆଡ୍ଡା, ଲୁଚିଛପି ଭାରତ ଉପରେ ଆତଙ୍କୀ ଆକ୍ରମଣ କରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହୋଇଛି । ସବୁ ଷଡ଼ଯନ୍ତ୍ରରେ ଫେଲ୍ ମାରିଥିଲେ ବି ନିଜ ଇତିହାସରୁ ପାକିସ୍ତାନ କିଛି ଶିଖିପାରିନି । ତେବେ ପାକିସ୍ତାନକୁ ସେନା ଦୃଢ଼ ଜବାବ ଦେଇ ଆସିଛି, ଆଗକୁ ବି ଦେଇ ଚାଲିବ କହି ସୀମା ଏପଟୁ ପାକିସ୍ତାନକୁ ଚରମବାଣୀ ଶୁଣାଇଛନ୍ତି ମୋଦି । କାରଗିଲ ଯୁଦ୍ଧର ସହିଦମାନଙ୍କ ପରିବାରକୁ ଭେଟି ବିଜୟ ଦିବସ ଅବସରରେ ଆଶ୍ବାସନା ଜଣାଇଛନ୍ତି ମୋଦି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବି ବୀରତ୍ବ ପ୍ରଦର୍ଶନ କରାଯାଇଛି ।
ଏପଟେ କାରଗିଲ୍ ଦିବସର ରଜତ ଜୟନ୍ତୀ ଅବସରରେ ଆଜି ନୂଆଦିଲ୍ଲୀରୁ ଥିରୁଅନନ୍ତପୁରମ, ଲକ୍ଷ୍ନୌରୁ କୋଲକାତା, ଭୋପାଳ, ଜୟପୁର, ଡେରାଡୁନ୍, ସବୁଠି ସହିଦମାନଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ନୂଆଦିଲ୍ଲୀର ୱାର ମେମୋରିଆଲରେ ତିନି ସେନାମୁଖ୍ୟଙ୍କ ସହ ସହିଦଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି ।
କାରଗିଲ୍ ସଂଗ୍ରାମରେ ଯୁଝି, ଦେଶମାତୃକା ପାଇଁ ଜୀବନ ଉତ୍ସର୍ଗ କରିଥିବା 13 ଜଣ ଓଡ଼ିଆଙ୍କ ବୀରତ୍ବଗାଥା ବି କିଛି କମ୍ ନୁହେଁ । କଟକ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁର ଗୋପୀନାଥ ମହାରଣାଙ୍କୁ ଝୁରୁଛି ଜନ୍ମମାଟି । ପ୍ରତିଦିନ ସହିଦ ଗୋପୀନାଥଙ୍କ ମାଆ ଗାଁରେ ଥିବା ତାଙ୍କର ଏହି ପ୍ରତିମୂର୍ତ୍ତି ପାଖକୁ ଆସି ଫୁଲ ଦେଲା ବେଳେ ଆଖିରେ ଲୁହ ଜକେଇ ହୋଇ ଯାଏ । ଆସ୍କା ମାଟିର ଗର୍ବ ଓ ଗୌରବ ତଥା କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଉମାକାନ୍ତ ପଟ୍ଟନାୟକଙ୍କୁ ବି ଝୁରି ହେଉଛନ୍ତି ପରିବାର ଲୋକେ ଓ ଅଞ୍ଚଳବାସୀ । ବିଜେପି ପକ୍ଷରୁ ମଧ୍ୟ ସାରା ରାଜ୍ୟରେ ପାଳନ କରାଯାଇଛି ସହିଦ ଦିବସ ।
60 ଦିନର ଲମ୍ବା ସଂଘର୍ଷ ପରେ ୧୮ ହଜାର ଫୁଟ୍ ଉଚ୍ଚରେ ଲୁଚି ରହିଥିବା ଶତ୍ରୁଙ୍କୁ ମାତ୍ ଦେଇ ବିଜୟ ଉଲ୍ଲାସ ପାଳିଥିଲା ସାରାଦେଶ । ହେଲେ ଏହା ପଛରେ ଥିଲା ୨୬ ଅଫିସର ଓ ୫୨୭ ଯବାନଙ୍କ ବଳିଦାନ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଘଟିଛି ଅନ୍ତ। ବିଶ୍ବର ସବୁଠାରୁ ବଡ଼ କ୍ରୀଡା ମହାକୁମ୍ଭ, ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ର ଆଜି ଶୁଭ ଉଦଘାଟନ। ଏହି ବିଶାଳ କ୍ରୀଡ଼ା ପ୍ରତିଯୋଗିତା ଯେମିତି ସ୍ବତନ୍ତ୍ର ,ଏହାର ଓପନିଙ୍ଗ ସେରିମନି ମଧ୍ୟ ଚଳିତ ଥର ହେବ ଅନନ୍ୟ।୧୮୯୬ରେ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ମହାକୁମ୍ଭର ଶୁଭ ଉଦଘାଟନୀ ପାଭିଲିୟନ ଭିତରେ ନହୋଇ ୧୨୮ ବର୍ଷର ଇତିହାସରେ ପ୍ରଥମ ଥର ଲାଗି ହେବ ପ୍ୟାରିସର ସିନ୍ ନଦୀ କୂଳରେ।
୩୩ତମ ଅଲିମ୍ପିକ୍ସ ଗେମକୁ ଅଭୁଲା ରଖିବା ପାଇଁ ଫ୍ରାନ୍ସ କରିଛି ସବୁ ପ୍ରକାର ତୟାରି। ୯୪ଟି ନୌକାରେ ସିନ୍ ନଦୀ କୂଳରେ ପ୍ୟାରେଡ଼ କରିବେ ୧୦ ହଜାର ୫୦୦ରୁ ଉର୍ଦ୍ଧ୍ବ ଆଥେଲିଟ୍ସ। ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେରିମନିରେ ୬ କିଲୋମିଟର ପର୍ଯ୍ୟନ୍ତ ପ୍ୟାରେଡ଼ ଅନୁଷ୍ଠିତ ହେବ। ଖେଳାଳି ପୁରା ସହର ବୁଲି ଟ୍ରୋକେଡାରୀ ଗାର୍ଡ଼େନ ପହଁଚିବା ପରେ ଆରମ୍ଭ ହେବ ଫାଇନାଲ୍ ଶୋ'। ଆଉ ଶୋ ଦେଖିବାକୁ ୩ ଲକ୍ଷରୁ ବି ଅଧିକ ଲୋକଙ୍କ ସମାଗମ ହେବା ସମ୍ଭାବନା।
ଅଲମ୍ପିକ ପ୍ୟାରେଡ଼ ଅଫ ନେସନ୍ସରେ ପ୍ରତିଥର ୫ଟି ସ୍ଥାନ ସ୍ଥିର ଥାଏ। ୧୮୯୬ରେ ମଡ଼ର୍ଣ୍ଣ ଅଲମ୍ପିକ୍ସର ଆରମ୍ଭ ୟୁନାନ ରୁ ହୋଇଥିବାରୁ ପ୍ୟାରେଡ଼ ଅଫ ନେସନ୍ସରେ ପ୍ରଥମ ସ୍ଥାନରେ ଗ୍ରୀସ୍ ରହିବ। ଏହାପରେ ଦ୍ବିତୀୟ ସ୍ଥାନରେ ଅଲମ୍ପିକର ରିଫ୍ୟୁଜି ଟିମ ରହିଥାଏ। ଭାରତର ଅଲମ୍ପିକ ଦଳ ୮୪ ନମ୍ବରରେ ରହିବ।
୧୧୭ ଜଣ ସଦସ୍ୟ ବିଶିଷ୍ଟ ଭାରତୀୟ ଅଲମ୍ପିକ ଦଳର ଫ୍ଲାଇଂ ବିଅରର ଷ୍ଟାର ସଟଲର୍ ପି ଭି ସିନ୍ଧୁ ଏବଂ ଟେବୁଲ ଟେନିସ୍ ଖେଳାଳି ଶରତ କମଳ ତ୍ରିରଙ୍ଗା ଧରି ଆଗରେ ଚାଲିବେ। ପି ଭି ସିନ୍ଧୁ ଭାରତୀୟ ଦଳର ଏକମାତ୍ର ମହିଳା ଖେଳାଳି ଯିଏକି ଦୁଇଥର ଅଲମ୍ପିକ ମେଡାଲ୍ ହାତେଇଛନ୍ତି। ଓପନିଙ୍ଗ ସେରିମନି ସ୍ଥାନୀୟ ସମୟ ୭ଟା ୩୦ ଏବଂ ଭାରତୀୟ ସମୟ ରାତି ୧୧ଟାରେ ଆରମ୍ଭ ହେବ।
ସେପଟେ ପ୍ୟାରିସ ଅଲିମ୍ପିକ୍ସରେ ଆରମ୍ଭରୁ ଭାରତୀୟ ମହିଳା ତୀରନ୍ଦାଜୀ ଦଳର କମାଲ ଦେଖିବାକୁ ମିଳିଛି । କ୍ୱାର୍ଟରରେ ପ୍ରବେଶ କରିଛି ଭାରତୀୟ ମହିଳା ତୀରନ୍ଦାଜୀ ଦଳ । ପ୍ରତିଯୋଗିତାରେ ଭାରତୀୟ ମହିଳା ଟିମ ରାଙ୍କିଙ୍ଗ ରାଉଣ୍ଡରେ ଦମଦାର ପ୍ରଦର୍ଶନ କରି ସିଧା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଙ୍କିଙ୍ଗ ରାଉଣ୍ଡରେ ଭାରତୀୟ ଦଳ ୪ର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି। ଭାରତୀୟ ଦଳରେ ଡେବ୍ୟୁଡାଣ୍ଟ ଅଙ୍କିତା ଭକତ, ଭଜନ କୌର ଓ ଦୀପିକା କୁମାରୀ ମିଳିତ ଭାବେ ୧୯୮୩ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର