ଚର୍ଚ୍ଚାରେ ଜଣେ ସଫେଇ କର୍ମଚାରୀ। ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କଲେ ଆଇଏଏସ୍ ଅଧିକାରୀ। ଭାଇରାଲ ହେଉଛି ଏପରି ଏକ ଭିଡିଓ, ଯାହାକୁ ଦେଖିଲେ ଆପଣ ମଧ୍ୟ ମହିଳାଙ୍କୁ ପ୍ରଶଂସା ନକରି ରହିପାରିବେ ନାହିଁ। ମହିଳା ଜଣଙ୍କ ରେଲଓ୍ୱେ ଷ୍ଟେସନର ଏକ ଖୁଣ୍ଟରେ ଲାଗିଥିବା ପାନ ଏବଂ ଗୁଟଖା ଛେପକୁ ଘଷି ଘଷି ସଫା କରୁଥିବା କରୁଥିଲେ। ଯାହାକୁ ଦେଖି ଜଣେ ଆଇଏଏସ୍ ଅଧିକାରୀ ମହିଳାଙ୍କ ପାଖରେ ପହଞ୍ଚିଥିଲେ। ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଯେଉଁଥିରେ ଜଣେ ମହିଳା ଯିଏକି ସଫା ସଫି କାମ କରନ୍ତି ତାଙ୍କୁ ପ୍ରଶଂସା କରାଯାଇଛି। ପାନ ଏବଂ ଗୁଠକା ଛେପରେ ପୋତି ହୋଇଥିବା ଏକ ଖୁଣ୍ଟକୁ ଘଷି ଘଷି ସଫା କରୁଥିଲେ ମହିଳା ଜଣକ । ଏହି ସମୟରେ ଆଇଏଏସ୍ ଅଧିକାରୀ ଅବିନୀଶ ଶରଣରଙ୍କ ଦୃଷ୍ଟି ପଡିଥିଲା। ଯିଏକି ସେଠାରେ ପହଞ୍ଚିଥିଲେ ଆଉ ଭିଡିଓ କରିଥିଲେ।
ମହିଳାଙ୍କୁ ପଚାରିଥିଲେ ଅଧିକାରୀ ଜଣକ, ଏପରି କାମ କରିବାକୁ କଷ୍ଟ ହୁଏ କି ? ମହିଳାଙ୍କ ଉତ୍ତର ଥିଲା କି, ଆମେ ଏହାକୁ ଯେତେବି ନିରୁତ୍ସାହିତ କରୁନା କାହିଁକି, କିଛି ଲୋକ ବାରମ୍ୱାର ଏହି ପ୍ରକାର ଆଚରଣର ଘଟାଇଥାନ୍ତି | ଆମେ କଣ ବା କରିପାରିବା? ଏହା ଆମର କାମ, ଏବଂ ଆମକୁ ଏହା କରିବାକୁ ପଡ଼ିବ। "
କିଛି ଲୋକ ଥାନ୍ତି ସେମାନଙ୍କୁ ବାରମ୍ୱାର ମନା କରିବା ପରେ ମଧ୍ୟ ସେମାନେ ସେହି ସ୍ଥାନରେ ଛେପ ପକାଇଥାନ୍ତି। ଏହାକୁ ନେଇ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବା ଜରୁରୀ ବୋଲି ଆଇଏଏସ୍ ଅଧିକାରୀ ଜଣଙ୍କ କହିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: