ରାୟଗଡ଼ା ଜିଲ୍ଲା ଗୁମା ପଞ୍ଚାୟତର କଲୋନୀ ସାହି ବାସିନ୍ଦାଙ୍କ ଦୁଃଖ । ଗାଁରେ ଥିବା ଏକମାତ୍ର ନଳକୂପରୁ ବାହାରୁଥିବା ଦୁର୍ଗନ୍ଧ ଯୁକ୍ତ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ବାଧ୍ୟ ହୋଇ ପିଉଛନ୍ତି ଚୁଆ ପାଣି । ଦୂଷିତ ଜଳ ବ୍ୟବହାର କାରଣରୁ ବହୁ ଗ୍ରାମବାସୀ ବିଭିନ୍ନ ରୋଗରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି । ପ୍ରତିବାଦରେ ଗ୍ରାମବାସୀ କିଛିଦିନ ପୂର୍ବରୁ ରାଜରାସ୍ତା ଅବରୋଧ କରିଥିଲେ ବି କୌଣସି ସୁଫଳ ମିଳିନାହି।
ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଓ ବସୁଧା ଯୋଜନାର ପ୍ରଚାର ପୋଲ ଖୋଲିଛନ୍ତି ଟିଟିଲାଗଡ଼ବାସୀ । ମୁଣ୍ଡଫଟା ଖରାରେ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ପାନୀୟ ଜଳ ବ୍ୟବସ୍ଥା ଦାବି କରିଛନ୍ତି ଲୋକେ । ସ୍ଥାନୀୟ ପ୍ରଶାସନ ଟ୍ୟାପ ଯୋଗେ ପାଣି ଯୋଗାଇ ଦେଉଥିବା ଘୋଷଣା କରୁଥିବାବେଳେ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା । ବାଲେଶ୍ବର, ଭବାନିପାଟଣା, ଭଞ୍ଜନଗରରେ ମଧ୍ୟ ସମାନ ସ୍ଥିତି । ଖରାରେ ହାତରେ ମୁଣ୍ଡରେ ଗରା ଓ ମାଠିଆ ଧରି ମହିଳା, ବୃଦ୍ଧା ଲମ୍ବା ଲାଇନ ଲଗାଇଛନ୍ତି । ଅନେକ ଗାଁରେ ବସୁଧା ଯୋଜନାରେ ଜଳଯୋଗାଣର ଫଳକ ଲାଗିଥିଲେ ବି ଜଳ ଯୋଗାଣ ବ୍ୟବସ୍ଥା ନାହିଁ ।
ଅର୍ଗସ କ୍ୟାମେରାରେ ଧରାପଡ଼ିଛି ଶୁଦ୍ଧ ପିଇବା ପାଣି ଯୋଗାଣର ସତ। ରାଜ୍ୟରେ 24 ବର୍ଷ ସ୍ଥିର ସରକାରରେ ବିକାଶର ଦୁର୍ଭାଗ୍ୟଜନକ ଚିତ୍ର, ମିଛ ପ୍ରତିଶ୍ରୁତି ଓ ପ୍ରଚାରର ଖୋଲିଛି ପୋଲ୍ । ଦୂଷିତ ପାଣି ପିଇ ହୀରାକୁଦ ଓ ସମ୍ବଲପୁରରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଲୋକଙ୍କ ଜୀବନ ଯାଉଥିଲେ ସତ ସ୍ବୀକାର କରୁନାହାନ୍ତି ସରକାର । ବରଂ ବଦନାମ ହେବା ପରେ ସତ ଲୁଚାଇବାକୁ କରୁଛନ୍ତି ପ୍ରୟାସ ।
ଆହୁରି ପଢନ୍ତୁ ଓଡିଶା ଖବର...