ମହାପ୍ରଭୁଙ୍କ ଦର୍ଶନ ପରେ ନିଜ ନିଜର ବିଜୟକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରିବା ସହ ପୁରୀ ଜିଲ୍ଲା ଅନ୍ତର୍ଗତ ୬ ଟି ଯାକ ବିଧାନସଭା ଆସନ ବିଜେପି ହାତେଇବ ବୋଲି କହିଛନ୍ତି । ମହାପ୍ରଭୁଙ୍କ ପାଖରେ ନିଜର ଲୋକସେବାକୁ ସମର୍ପଣ କରିଛୁ । ତାଙ୍କୁ ହିଁ ସବୁ ଶ୍ରେୟ ବୋଲି ଉଭୟ ପ୍ରତିକ୍ରିୟା ରଖିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗରିବ କଲ୍ୟାଣ ଓ ଲୋକ କଲ୍ୟାଣ ଯୋଜନାକୁ ନିର୍ବାଚନ ମଣ୍ଡଳୀରେ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ରହିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।
୧୭ ବର୍ଷର ରାଜନୀତିରେ ଲୋକଙ୍କ ପାଇଁ ସେବା କରିବା ସହ ଅଧର୍ମ ବିରୋଧରେ ଲଢେଇ ଜାରି ରଖିଛି । ଲୋକ ଥରୁଟିଏ ମତେ ବିଶ୍ୱାସ କରିବେ ବୋଲି କହିଛନ୍ତି ପ୍ରଭାତୀ । ଠିକ୍ ସେହିପରି ପିପିଲିରେ ୩୫ ବର୍ଷର ପରିବାରବାଦ ଏଇ ଥର ଶେଷ ହେବ ବୋଲି କହିଛନ୍ତି ଆଶ୍ରିତ । ଖଣି,ଖଦାନ,ଜମି, ମାଫିଆଙ୍କୁ ଏଥର ନିର୍ବାଚନ ଉଚିତ୍ ଜବାଵ ଦେବ ବୋଲି କହିଛନ୍ତି ଆଶ୍ରିତ ।
ଆଶ୍ରିତଙ୍କ ବିରୋଧରେ ପିପିଲିରେ ଶାସକ ଦଳର ବାହୁବଳୀ ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥୀ ରହିଥିବା ବେଳେ ସ୍ୱର୍ଗତ ମହାରଥୀଙ୍କ ମୃତ୍ୟୁ ପରେ ଆଶ୍ରୀତଙ୍କ ଠାରୁ ଉପନିର୍ବାଚନରେ ବାଜିମାତ କରିଥିଲେ ରୁଦ୍ର । ଠିକ୍ ସେହିଭଳି ପ୍ରଭାତୀ ନିମାପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କ ଠାରୁ ହାରି ଥିବାବେଳେ ଚଳିତ ଥର ଏଯାବତ୍ ପ୍ରଭାତୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରିନି ଶାସକ ଦଳ ।
ଆହୁରି ପଢନ୍ତୁ ଓଡିଶା ଖବର...