ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଥିବା ବିଜେଡି ସରକାରକୁ କାଠଗୋଡାକୁ ଟାଣିଛନ୍ତି । ପୃଥ୍ବୀରାଜ ଅଭିଯୋଗ କରିଛନ୍ତି, 5T ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗ ଦେଇ ମାଗଣା ଚାଉଳ ବଣ୍ଟନ କରିବା ନେଇ ଷଡ଼ଯନ୍ତ୍ର କରାଯାଉଛି। ଜିଲ୍ଲା ଅଧିକାରୀ ମଧ୍ୟ ଏପରି ଲୋଗୋ ଥିବା ବ୍ୟାଗରେ ମାଗଣା ଚାଉଳ ବଣ୍ଟନ କରିବାକୁ ଯୋଜନା କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏ ବ୍ୟାଗରେ ରାଜ୍ୟ ସରକାର ମାଗଣା ଚାଉଳ ଦେଇ ପାରିବେ ନାହିଁ । ବିଜେପି ପ୍ରତି ଡିଲର ପଏଣ୍ଟରେ ଏହାକୁ ବିରୋଧ କରିବ । 5T, ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗକୁ ପୋଡ଼ିବ ବୋଲି ପୃଥ୍ବୀରାଜ ଧମକ ଦେଇଛନ୍ତି । ଆସନ୍ତାକାଲିଠାରୁ ରାଜ୍ୟ ସାରା ବିଜେପି ବିରୋଧ କରିବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।