ପାହାଡ ଚିରି କେନାଲ ନିର୍ମାଣ କରୁଛନ୍ତି ଗ୍ରାମବାସୀ । କିଏ ଖୋଳି ଦେଉଛି ତ କିଏ ମାଟି ପଥର କାଢ଼ି ବାହାର କରିଦେଉଛି । ଏମିତି ଏକଜୁଟ ହୋଇ କେନାଲ ନିର୍ମାଣରେ ଲାଗିପଡିଛନ୍ତି ଏହି ଉପାନ୍ତ ବାସୀ । ଏବଂ ନିର୍ମାଣ କରିଛନ୍ତି ବାଲିଗୁଡା ଘାଟରୁ ଗାଁ ପାଖ ଯାଏଁ । ମାଉଣ୍ଟେନ ମ୍ୟାନ ମାଞ୍ଝୀଙ୍କ ଭଳି କିଛି କରିଦେଖାଇଛନ୍ତି ଏହି ଗାଁ ଲୋକେ ।
ଅନେକ ଦିନର ଦାବି ପରେ ଅର୍ଥ ମଞ୍ଜୁର ହେଲା ଏବଂ ଅଡିବନ୍ଧ ନିର୍ମାଣ ହେଲା । ଉଦେଶ୍ୟ ଥିଲା ଅଞ୍ଚଳର ପ୍ରାୟ ୨୦୦ ଏକର ଚାଷଜମି ପାଣି ମାଡିବ । ଇତି ମଧ୍ୟରେ ଆଡିବନ୍ଧ ନିର୍ମାଣ ହୋଇ ୧୦ ବର୍ଷ ବିତିଗଲା । କିନ୍ତୁ କେନାଲ ହୋଇପାରିଲାନି । କେନାଲ ନିମନ୍ତେ ଅନେକ ଗୁହାରି ପରେ ମଧ୍ୟ ପ୍ରଶାସନ ନା ସ୍ଥାନୀୟ ନେତା କେହି ଗୁହାରୀ ଶୁଣିଲେନି । ଶେଷରେ ଏଭଳି ଚରମ ନିଷ୍ପତ୍ତି ନେଲେ ଗ୍ରାମବାସୀ । ଏବେ ଚାଷ ଜମିକୁ ପାଣି ମାଡିବ । ପନି ପରିବାଠୁ ଆରମ୍ଭ ହୋଇ ଅନେକ ଫସଲ ଅମଳ ହେଇପାରିବ । ସେଥିପାଇଁ ଗାଁ ଲୋକଙ୍କ ଖୁସି କହିଲେ ନସରେ ।
ସମସ୍ୟା ସମ୍ପର୍କରେ ଅବଗତ ଥାଇ ମଧ୍ୟ ଚୁପ ସ୍ଥାନୀୟ ନେତା ଓ ପ୍ରଶାସନ । ସେପଟେ ନିର୍ବାଚନ ପ୍ରଚାରକୁ ନ ଆସିବାକୁ ନେତାଙ୍କୁ ଚେତାବନୀ ଦେଇଛନ୍ତି ଗାଁ ଲୋକେ ।
ଆହୁରି ପଢନ୍ତୁ ଓଡିଶା ଖବର...