କେବଳ ବର୍ଷା ଦିନକୁ ଛାଡି ଦେଲେ ଅନ୍ୟ ଦିନ ମାନଙ୍କରେ ନଦୀରେ ପାଣି ନ ଥାଏ । ଯାହା ଫଳରେ ନଦୀ ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ, ଚାଷୀ , ପ୍ରଭାବିତ ହେଉଛନ୍ତି । ଢେର ଦୁର୍ଦ୍ଦଶାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ୨୪ ବର୍ଷର ସ୍ଥିର ସରକାର ରାଜ୍ୟରେ ଶାସନ କରୁଥିବା ବେଳେ କିନ୍ତୁ କାଠଯୋଡ଼ି ନଦୀ ଉପରେ ଗୋଟିଏ ବି ଛୋଟ ବଡ଼ ବ୍ୟାରେଜ କି ଡ୍ୟାମ ନିର୍ମାଣ ହୋଇନାହିଁ । ଯାହା ଫଳରେ ବର୍ଷା ଜଳ ହେଉ କି ବନ୍ୟା ଜଳ ତାକୁ ସରଣକ୍ଷଣ କରାଯାଇ ପାରୁ ନାହିଁ ।
କାଠଯୋଡି ନଦୀରେ ଡ୍ୟାମ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଦାବି ହେଉଥିଲେ ବି, ତାକୁ କର୍ଣ୍ଣପାତ କରୁନାହାନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ କରିଛନ୍ତି କଟକ ନଗର ବିଜେପି ସଭାପତି । ଦେଖିବାକୁ ରହିଲା କେବେ ଦୁର ହେବ ଏ ସମସ୍ୟା । ନା ଏ ସମସ୍ୟାରେ ଛନ୍ଦି ହୋଇ, ପାଣିର ଅଭାବକୁ ନେଇ ବଞ୍ଚିବେ ସାଧାରଣ ଲୋକେ । ଭୂଗୋଳ ନରହି କେବଳ ଇତିହାସରେ ରହି ଯିବନି ତ ମହାନଦୀର ପରିଚୟ ।