ସ୍ଥାନ- ନିମାପଡା । କାର୍ଯ୍ୟକ୍ରମ- ଆମ ଓଡିଶା ନବୀନ ଓଡିଶା । ସଭା ସମୟ ଥିଲା ପୂର୍ବାହ୍ନ ୧୧ଟା । ହେଲେ ପହଞ୍ଚିନଥିଲେ ବିଧାୟକ । ନିର୍ଦ୍ଧାରିତ ସମୟର ପ୍ରାୟ ୨ ଘଣ୍ଟା ବିଳମ୍ବରେ ବାବୁ ବିରାଜିତ ହୋଇଥିଲେ । କିନ୍ତୁ ଭୋଟ ପାଇଁ ସେ ଏତେ ବିକଳ ଥିଲେ ଯେ ପହଞ୍ଚୁ ପହଞ୍ଚୁ ମାଗିଲେ ଭୋଟ୍ । ସରକାରୀ ସଭାରେ କେମିତି ବେସରକାରୀ କାମ କଲେ ତାହାକୁ ନେଇ ଚର୍ଚ୍ଚା ବି ଜୋର ।
ନିର୍ବାଚନକୁ ଆଉ ମାତ୍ର ୨ ମାସର ସମୟ । ୨୪ ପାଇଁ ଦଳ କାହାକୁ ଟିକେଟ୍ ଦେବ ତାହା ଅସ୍ପଷ୍ଟ ଥିବାବେଳେ ବିଧାୟକ ଏବେଠୁ ମାଗିଲେଣି ଭୋଟ୍ । ସରକାରୀ ସଭାରେ ୪ର୍ଥ ଥରପାଇଁ ବିଧାୟକ କରିବାକୁ ସମର୍ଥନ ମାଗିଲେ ସମୀର ।
ମୋଟ୍ ଉପରେ ନିର୍ବାଚନ ପାଖେଇ ଆସିଲାଣି । ଏବେଠୁ ପ୍ରତି ନିର୍ବାଚନିମଣ୍ଡଳିରେ ଉଷ୍ମତା ବଢିଲାଣି । କିଏ ଟିକେଟ୍ ପାଇବ ? କାହାକୁ ଭୋଟର ଭୋଟ୍ ଦେବେ ? କିଛି ଏମିତି ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସରକାରୀ ସଭାରେ ସମୀର ଯେମିତି ଦଳୀୟ ପ୍ରଚାର କଲେ ତାହାକୁ ନେଇ ଚର୍ଚ୍ଚା ଜୋର ।