ଖବର ପାଇ ଆଠଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋଟରସାଇକେଲ କୁ ଜବତ କରି ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଟ୍ରକକୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା ଆଠଗଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତାର ପାରିଜାତ ହୋଟେଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ଚଳନ୍ତା ମୋଟରସାଇକେଲ ଉପରେ ଚଢ଼ିଗଲା ଟ୍ରକ ସ୍ୱାମୀ ସ୍ତ୍ରୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଆଜି ଭୋର ୫ ଟା ସମୟରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପ୍ରସାଦ ଗ୍ରାମର ଚଣିଆ ବାରିକ ସ୍ତ୍ରୀ କନ୍ତୋଲି ବାରିକ ଏକ ବିବାହ ଭୋଜି ସାରି ମୋଟରସାଇକେଲରେ ନିଜ ଘରକୁ ଫେରୁଥିବା ବେଳେ ପାରିଜାତ ହୋଟେଲ ନିକଟରେ ଏକ ଟ୍ରକ ପଛପଟୁ ତାଙ୍କ ଉପରେ ଚଢିଯିବାରୁ ସ୍ତ୍ରୀ ଛଟିକି ପଡ଼ି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଚଣିଆ ବାରିକ କୁ ଟ୍ରକ ପାଖାପାଖି ୧୦୦ ମିଟର ଘୋଷାଡି ନେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।
ଖବର ପାଇ ଆଠଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୋଟରସାଇକେଲ କୁ ଜବତ କରି ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଟ୍ରକକୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା ଆଠଗଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମା'ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରହା ଖାନ। ଶୁକ୍ରବାର ତାଙ୍କ ମା' ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ହୋଇଥିଲା। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ।
ଏବେ ତାଙ୍କ ନିଧନକୁ ନେଇ ଫାରହା ଏବଂ ତାଙ୍କ ଭାଇ ସାଜିଦ ଖାନ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଫାରହା ଏକ ପୋଷ୍ଟରେ ଲେଖିଛନ୍ତି ମୁଁ ମୋ ମା'ଙ୍କୁ ବହୁତ ଭଲ ପାଏ। ତୁମ କଥା ସବୁବେଳେ ମନେପଡ଼ିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର