|
logo
Live
Argus News App
GET APP

Argus News - ଜବରଦସ୍ତ ଝଟ୍‌କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...

National

High Court On X / ଜବରଦସ୍ତ ଝଟ୍‌କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଜବରଦସ୍ତ ଝଟ୍‌କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...

Key Points

X କେନ୍ଦ୍ର ସରକାରଙ୍କ ସହଯୋଗୀ ପୋର୍ଟାଲର ଅନବୋର୍ଡିଂକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲା।

ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଅଧିକାର ଧାରା 19(2) ଅନୁଯାୟୀ ପ୍ରତିବନ୍ଧକ ସାପେକ୍ଷ।

ଆମେରିକୀୟ ଆଇନକୁ ଭାରତୀୟ ବିଚାରଧାରାରେ ଲାଗୁ କରାଯାଇପାରିବ ନାହିଁ।"

ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ କର୍ଣ୍ଣାଟକ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। କେନ୍ଦ୍ର ସରକାର IT ଆକ୍ଟ ମାଧ୍ୟମରେ Xର ବିଭିନ୍ନ କଣ୍ଟେଣ୍ଟକୁ ବ୍ଲକ୍‌ କରିଥିବାରୁ, ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା X । କର୍ଣ୍ଣାଟକ ହାଇକୋର୍ଟ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀକୁ ଚ୍ୟାଲେଞ୍ଜ କରି, କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ନାଗା ପ୍ରସନ୍ନାଙ୍କ ଏକକ ଖଣ୍ଡପୀଠ Xର ଆବେଦନ ଉପରେ ରାୟ ଶୁଣାଇଛନ୍ତି, ଯେଉଁଥିରେ ଘୋଷଣା କରିବାକୁ ଦାବି କରାଯାଇଥିଲା ଯେ IT ଆଇନର ଧାରା 79(3)(b) କେନ୍ଦ୍ରକୁ କଣ୍ଟେଣ୍ଟ ବ୍ୟାନ୍‌ କରିବା ପାଇଁ ନିର୍ଦ୍ଦେଶ ଜାରି କରିବାକୁ କ୍ଷମତା ଦିଏ ନାହିଁ। ଉଲ୍ଲେଖଯୋଗ୍ୟ ଯେ X କେନ୍ଦ୍ର ସରକାରଙ୍କ ସହଯୋଗୀ ପୋର୍ଟାଲର ଅନବୋର୍ଡିଂକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲା।


ଏହାସହ ପଢ଼ନ୍ତୁ: ୯୯.୯୯ ପରସେଣ୍ଟାଇଲ ରଖିଥିଲେ, ତଥାପି ପରିବାର ଲୋକଙ୍କ ଚାପ ଆଗରେ ହାର ମାନିଲେ ଛାତ୍ର


ଆମେରିକା ଆଇନକୁ ଭାରତ ଉପରେ ଲଦା ଯାଇପାରିବ ନାହିଁ

ଶୁଣାଣି ପାଇଁ ସଲିସିଟର ଜେନେରାଲ ତୁଷାର ମେହତା ଭର୍ଚୁଆଲ୍ ଭାବରେ ଉପସ୍ଥିତ ହୋଇଥିଲେ। ଶୁଣାଣି ସମୟରେ, ହାଇକୋର୍ଟ କହିଥିଲେ, "ସୂଚନା ଏବଂ ସଂଚାରକୁ କେବେବି ଅନିୟନ୍ତ୍ରିତ ଏବଂ ଅନିୟମିତ କରାଯାଇ ପାରିବ ନାହିଁ । ଯେବେଠାରୁ ପ୍ରଯୁକ୍ତିବିଦ୍ୟା ବିକଶିତ ହୋଇଛି, ସେବେଠାରୁ ଅନେକ କିଛି କାର୍ଯ୍ୟ ବେଆଇନ ଭାବେ କରାଯାଉଛି। ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଅଧିକାର ଧାରା 19(2) ଅନୁଯାୟୀ ପ୍ରତିବନ୍ଧକ ସାପେକ୍ଷ। ଆମେରିକୀୟ ଆଇନକୁ ଭାରତୀୟ ବିଚାରଧାରାରେ ଲାଗୁ କରାଯାଇପାରିବ ନାହିଁ।"

'ଭାରତୀୟ ନିୟମ ପାଳନ କରିବାକୁ ପଡ଼ିବ'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହାଇକୋର୍ଟ ଶୁଣାଣି ସମୟରେ କହିଛନ୍ତି, ସୋସିଆଲ ମିଡିଆକୁ ଅରାଜକତା ସୃଷ୍ଟି କରିବାକ ପାଇଁ ଛାଡ଼ି ଦିଆଯାଇପାରିବ ନାହିଁ। ପ୍ରତ୍ୟେକ ସାର୍ବଭୌମ ରାଷ୍ଟ୍ର ସୋସିଆଲ ମିଡିଆକୁ ନିୟନ୍ତ୍ରଣ କରେ। କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ଭାରତୀୟ ବଜାରକୁ କେବଳ ଏକ ଖେଳ ପଡ଼ିଆ ଭାବରେ ଦେଖିପାରିବ ନାହିଁ।



ସୋସିଆଲ ମିଡିଆ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ରହିଛି । ଆମେ ଆଇନ ଦ୍ୱାରା ପରିଚାଳିତ ଏକ ସମାଜରେ ବସବାସ କରୁଛୁ । ଏହି ବ୍ୟବସ୍ଥା ହେଉଛି ଗଣତନ୍ତ୍ରର ମୂଳ ଗଠନ। ଆବେଦନକାରୀଙ୍କ ପ୍ଲାଟଫର୍ମ (X) ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ନିୟାମକ ବ୍ୟବସ୍ଥା ଅଧୀନରେ ରହିଛି । ସେ ସେଠାକାର ଆଇନ ପାଳନ କରୁଛି । କିନ୍ତୁ ଭାରତରେ ପ୍ରଯୁଜ୍ୟ ନିର୍ଦ୍ଦେଶ ପାଳନ କରିବାକୁ ଅମଙ୍ଗ ହେଉଛି । ତେଣୁ ଆବେଦନକୁ ଖାରଜ କରାଯାଉଛି।


ଏହାସହ ପଢ଼ନ୍ତୁ: ଜବରଦସ୍ତ ଝଟ୍‌କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...


ସୂଚନାଯୋଗ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ବ୍ୟବହାର କରି ଅନେକ ୟୁଜର ମିଛ ଓ ଗୁଜବ ପ୍ରଚାର କରୁଛନ୍ତି । ହିଂସାତ୍ମକ ମାହୋଲ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ । ସମାଜ ପ୍ରତି କ୍ଷତି ପହଞ୍ଚାଇଲା ଭଳି ପୋଷ୍ଟ ମଧ୍ୟ କରୁଛନ୍ତି । ତେଣୁ ସୋସିଆଲ ମିଡିଆକୁ କଣ୍ଟ୍ରୋଲ କରିବା ପାଇଁ ନିୟମ ନିହାତି ଜରୁରୀ ବୋଲି ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

Related Topics

Explore more stories

Sponsored
High Court On X: ଜବରଦସ୍ତ ଝଟ୍‌କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ... | Argus News