କେଏଲ ରାହୁଲଙ୍କ ଦଳ ଦ୍ବାରା ଧାର୍ଯ୍ୟ ୧୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ମାତ୍ର ୫୮ ବଲରେ ବିନା ୱିକେଟ୍ରେ ବିଜୟୀ ହୋଇଛି । ଟ୍ରାଫିସ ହେଡ୍ ୮୫ ଅଭିଷେକ ଶର୍ମା ୭୫ ରନ କରିଥିଲେ । ସପ୍ତମ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି ହାଇଦ୍ରାବାଦ । ଅନ୍ୟପଟେ ଲକ୍ଷ୍ନୌ ଷଷ୍ଠ ପରାଜୟ ସହ ଷଷ୍ଠ ସ୍ଥାନକୁ ଖସିଆସିଛି ।
ଅଧିକ ପଢନ୍ତୁ ଖେଳ ଖବର
୬୨ ଟି ବଲ ବାକି ରହି ହାଇଦ୍ରାବାଦ ମ୍ୟାଚ ଜିତିଥିଲା । ଟ୍ରାଭିସ୍ ହେଡ୍ ଆଠଟି ଚୌକା ଓ ୮ ଟି ଛକା ସହାୟତାରେ ୩୦ ବଲରେ ୮୯ ରନ୍ ସଂଗ୍ରହ କରିଥିଲେ ଏବଂ ଅଭିଷେକ ଶର୍ମା ୨୮ ଟି ବଲରେ ୭୫ ରନ୍ ଅପରାଜିତ ଇନିଂସ ଖେଳି ଚାରି ଚୌକା ଓ ଛଅ ଛକା ସହାୟତାରେ କରିଥିଲେ । ଅଭିଷେକ ଛକା ମାରି ମ୍ୟାଚ ଶେଷ କରିଥିଲେ।