Argus News | ଓଡ଼ିଶା ଖବର ଓ ଲାଟେଷ୍ଟ ବ୍ରେକିଂ ନ୍ୟୁଜ୍
ତାଜାବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’, ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍
ତାଜା ଖବର
ତାଜାବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’, ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍
ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ବାତ୍ୟା ‘ମୁରାସୁ’ । ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି । ବାତ୍ୟାଟି କ୍ରମାଗତ ଭାବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ଆସନ୍ତା ୩ ତାରିଖ ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ସୃଷ୍ଟି ହେଲା ବାତ୍ୟା ମୁରାଷୁ.. .ଦିନ ୧୧ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗଭୀରଅବପାତ ଘନୀଭୂତ ହୋଇ ବାତ୍ୟା ରେ ପରିଣତ ହୋଉଛି https://t.co/gCCjwdWqG3 — usd (@usd0705) November 1, 2026 ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟାଟି ଆନ୍ଧ୍ରପ୍ରଦେଶର ନେଲୋର ଓ ନରସାପୁର ମଧ୍ୟରେ ଏକ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁପାରେ । ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିବା ଆଶଙ୍କା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଅନ୍ୟପଟେ, ଗଭୀର ଅବପାତଟି ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ସୂଚନା ମିଳିଛି । ତେବେ ଏହି ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୮୦ ରୁ ୯୦ ରହିବା ଅନୁମାନ କରାଯାଉଛି । ତେବେ ଝଟକା ପବନ ୧୦୦ କିଲୋମିଟର ରହିପାରେ । ଓଡ଼ିଶାରେ ପବନର ବେଗ ୫୦ ରୁ ୬୦ ରହିବା ବେଳେ ଝଟକା ପବନ ୭୦ କିଲୋମ
ତାଜାଗାଁ ଧୋଇନେଲା ଭୂସ୍ଖଳନ; ପ୍ରଳୟର ମୂକ ସାକ୍ଷୀ ସାଜିଛି ଏହି ଗୋଟିଏ ଘର
ବାଲିଗୁଡ଼ା/ଭଞ୍ଜନଗର: ଦିନେ ଏଠି ଗାଁ ଥିଲା, ଆଜି ଶ୍ମଶାନର ନୀରବତା । ଏବେ ନା ଅଛି ଗାଁ, ନା ରହିବାକୁ ଅଛନ୍ତି ଲୋକ । ସବୁ ସ୍ମୃତିର ସନ୍ତକ ମାଟି କାଦୁଅ ତଳେ ପୋତି ହୋଇ ଯାଇଛି । କିଛି ଭୂସ୍ଖଳନର ପାଣି କାଦୁଅର ସ୍ରୋତରେ ଭାସି ଯାଇଛି ଆଉ ଯାହା ବଞ୍ଚିଲା ତାହା ମାଟି ତଳେ ପୋତି ହୋଇ ଯାଇଛି । ସମ୍ପୂର୍ଣ୍ଣ ଗାଁକୁ ଧୋଇ ନେଇଛି ଭୂସ୍ଖଳନ । ଏବେ ଯେଉଁଠିକୁ ଅନାଇବେ ଖାଲି ମାଟି ଆଉ କାଦୁଅ । ଦିନେ ଏଠି ଗୋଟିଏ ଗାଁ ଥିଲା ବୋଲି ଆକଳନ କରିବା ମୁସ୍କିଲ୍ ହୋଇ ପଡ଼ୁଛି । ଗଞ୍ଜାମ ଭଞ୍ଜନଗର ବ୍ଲକର ଉପାନ୍ତ ଅଞ୍ଚଳ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁକୁ ଭୂସ୍ଖଳନ ସମ୍ପୂର୍ଣ୍ଣ ଭାବେ ଧୋଇ ନେଇଛି । ଏଥିସହ ପଢ଼ନ୍ତୁ: ପ୍ରଖର ବନ୍ୟାସ୍ରୋତରେ ଫସିଥିଲେ ୧୦ ଜଣ, ଉଦ୍ଧାର କଲା ରାଉରକେଲା ଅଗ୍ନିଶମ ବାହିନୀ ଭୟଙ୍କର ଭୂସ୍ଖଳନ ପରେ ଏବେ ଗାଁରେ ମାତ୍ର ଗୋଟିଏ ଘର ଅଛି । ଯାହା ପ୍ରଳୟର ମୂକ ସାକ୍ଷୀ ସାଜିଛି । ଏହି ଘର ଦେଖିଛି ସେଦିନ ଆସିଥିବା ପ୍ରଳୟ । ଭୂସ୍ଖଳନର ଭୟାବହତା ଦେଖିଥିବା ଏହି ଘର ଆଖି ଆଗରେ ଭାସି ଯାଇଛନ୍ତି ଗାଁର ଲୋକ । ଏବେ ନିରୁପାୟ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ନିର୍ଜୀବ ଘରଟି ପ୍ରଳୟର ପ୍ରତିଧ୍ଵନି ବଖାଣୁଛି । ବର୍ତ୍ତିଗଲା ଗୋଟିଏ ଘର ମିଳିଥିବା ସୂଚନା ଅନୁସାରେ, ଗାଁରେ ପ୍ରାୟ ୧୨ରୁ ୧୫ଟି ଘର ଥିଲା । ଏବେ ଭୂସ୍ଖଳନର ମୂକ ସାକ୍ଷୀ ଭାବେ ଗୋଟିଏ ଘର ଜରାଜୀର୍ଣ୍ଣ ଅବସ୍ଥାରେ ଛିଡ଼ା ରହିଛି । ମାଟି ଇଟାରେ ତିଆରି ଏହି

ସମ୍ଭାବ୍ୟ ବାତ୍ୟା 'ମୁରାସୁ' ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ଫୋକସ୍ରେ ଦକ୍ଷିଣ ଓଡ଼ିଶା

କେଉଁ ନେତା ସବୁଠାରୁ ଅଧିକ ବିବାହ କରିଛନ୍ତି, ଆସନ୍ତୁ ଜାଣିବା

ବିଜୟ ହଜାରେ ଟ୍ରଫିରେ ଖେଳିବେ ରୋହିତ ଶର୍ମା, ଜାଣନ୍ତୁ ମୁମ୍ବାଇ ପକ୍ଷରୁ କେତୋଟି ମ୍ୟାଚ୍ ଖେଳିବେ ?

ଗ୍ୟାସ୍ ସିଲିଣ୍ଡରଠାରୁ କ୍ରେଡିଟ୍ କାର୍ଡ; ବଦଳିଲା ନିୟମ; ଜାଣନ୍ତୁ ଆପଣଙ୍କ ପକେଟ୍ ଉପରେ କ'ଣ ପଡ଼ିବ ପ୍ରଭାବ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର... ନଭେମ୍ବରରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ଆଜିଠୁ ସମୁଦ୍ରରେ ମାଛ ଧରା ମନା, ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ! ୩ ତାରିଖରେ କରିବ ଲ୍ୟାଣ୍ଡଫଲ୍

ବଡ଼ ଖୁଲାସା କଲେ ସୋନାରିକା, କହିଲେ ମ୍ୟାନେଜର ମୋତେ...

ଗ୍ୟାସ୍ ସିଲିଣ୍ଡରଠାରୁ କ୍ରେଡିଟ୍ କାର୍ଡ; ବଦଳିଲା ନିୟମ; ଜାଣନ୍ତୁ ଆପଣଙ୍କ ପକେଟ୍ ଉପରେ କ'ଣ ପଡ଼ିବ ପ୍ରଭାବ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର... ନଭେମ୍ବରରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ଆଜିଠୁ ସମୁଦ୍ରରେ ମାଛ ଧରା ମନା, ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ବଡ଼ ଖୁଲାସା କଲେ ସୋନାରିକା, କହିଲେ ମ୍ୟାନେଜର ମୋତେ...

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ! ୩ ତାରିଖରେ କରିବ ଲ୍ୟାଣ୍ଡଫଲ୍