Videos
|

Argus News | ଓଡ଼ିଶା ଖବର ଓ ଲାଟେଷ୍ଟ ବ୍ରେକିଂ ନ୍ୟୁଜ୍

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ଼
ତାଜା
Entertainment

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ଼

Debashree..7 hours ago2 min

ତାଜା ଖବର

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ଼
ତାଜା
Entertainment

ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ଼

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରେ ଆକ୍ରମଣ। ମୁମ୍ବାଇ ଜୁହୁ ଅଞ୍ଚଳରେ ଫୁଟବଲ୍ ଗ୍ରାଉଣ୍ଡରୁ ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ହୋଇଛି ଗୁଳିମାଡ଼ । ଆକ୍ରମଣରେ ଟାଇଗର ସୁରକ୍ଷିତ ବର୍ତ୍ତି ଯାଇଥିବାବେଳେ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଅନ୍ୟପଟେ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଏହି ହତ୍ୟା ଉଦ୍ୟମ ପଛରେ ଥିବା ଦାବି କରି ଭିଡିଓ ବାର୍ତ୍ତା ଜାରି କରିଛି । ଗୁଳିକାଣ୍ଡର କିଛି ସମୟ ପରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ବାର୍ତ୍ତା ସାମ୍ନାକୁ ଆସିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଅନିଲ ପଣ୍ଡିତ ନାମକ ଜଣେ ବ୍ୟକ୍ତି ନିଜକୁ ହରମାନ ସନ୍ଧୁଙ୍କ ସହ ସାମିଲ ରଖି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଟାଇଗର ଶ୍ରଫ୍‌ଙ୍କ ଉପରେ ଆକ୍ରମଣ ଘଟଣା ବଲିଉଡ୍‌ରେ ଭୟର ବାତାବରଣ ସୃଷ୍ଟି କରିଛି । ମୁମ୍ବାଇ ପୋଲିସ ଏହି ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅଭିଯାନ ଜୋରଦାର କରିଛି । ସନ୍ଧ୍ୟାବେଳେ କାରକୁ ଗୁଳିମାଡ଼ ରବିବାର ସନ୍ଧ୍ୟାରେ ଜୁହୁର ପୁଷ୍ପା ପାର୍କ ନିକଟରେ ତାଙ୍କ କାର୍‌ ଉପରକୁ ଗୁଳିମାଡ଼ ହୋଇଛି । ଏହି ଘଟଣାରେ ଟାଇଗର ଶ୍ରଫ୍‌ ସୁରକ୍ଷିତ ଥିବାବେଳେ ତାଙ୍କ ଡ୍ରାଇଭରଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି । ପ୍ରାଥମିକ ସୂଚନା ଅନୁସାରେ, ମୋଟରସାଇକେଲ୍‌ରେ ଆସିଥିବା ତିନି ଜଣ ଅଜ୍ଞାତ ଦୁର୍ବୃତ୍ତ ଅଞ୍ଚଳରେ ଗୁଳି ଚଳାଇଥିଲେ । ଟାଇଗରଙ୍କ କାର୍‌ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଯାଇଥିବା ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି । ଅଭିନେତାଙ୍କ ଦେହରେ ଗୁଳି ବାଜିନାହିଁ । ପଢନ୍ତୁ ଏହି ଖବର: ଚୋରା ଚାଲାଣ ବେଳେ ଧରାପଡ଼ିଲା ୧୦୦ କୋଟି ମୂଲ୍ୟର ଡ୍ରଗ୍ସ; ସମୁଦ୍ର ଦେଇ ପଠାଯାଇଥାନ୍ତା ଶ୍ରୀଲଙ୍କା ଆହତ ତିନି ଜଣଙ୍କ ମଧ୍ୟରେ ଟାଇଗରଙ୍କ ଡ୍ରାଇଭର ଏବଂ ଜଣେ ରିକ୍ସା ଚାଳକ ସାମିଲ ଥିବା କୁହାଯାଉଛି । ଏହି ଗୁଳିକାଣ୍ଡ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ନିଜକୁ ଦାୟୀ କରିଥିବା କୁହାଯାଉଛି । ଏହି ଘଟଣା ସହ ଜଡ଼ିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଗ୍ୟାଙ୍ଗ୍‌ ସହ ଜଡ଼ିତ ଅନିଲ ପଣ୍ଡିତ ଓ ହରମନ ସନ୍ଧୁଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀରେ ଗୁରୁ ରାନ୍ଧୱା ଜିମରୁ ଫେରୁଥିବାବେଳେ ହୋଇଥିବା ଗୁଳିମାଡ଼ରେ ମଧ୍ୟ ଅନିଲ ପଣ୍ଡିତର ନାଁ ସାମ୍ନାକୁ ଆସିଥିଲା । ଅନ୍ୟପକ୍ଷରେ, ଜୁହୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତଙ୍କ ପରିଚୟ ଖୋଜିବା ସହ ସେମାନଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଜାରି ରହିଛି । ଏହି ଗୁଳିକାଣ୍ଡ ସହିତ ଜଡ଼ିତ କୌଣସି ବି ତଥ୍ୟ ଲୋକଙ୍କ ନିକଟରେ ଥିଲେ ସେନେଇ ପୋଲିସକୁ ସହଯୋଗ କରିବାକୁ ଅପିଲ୍ କରାଯାଇଛି ।

Debashree..7 hours ago2 min
ଆରବିଆଇ ଡାଟା ସେଣ୍ଟର କ’ଣ ? ପ୍ରଧାନମନ୍ତ୍ରୀ ମୋଦି କରିବେ ଉଦଘାଟନ
ତାଜା
OdishaTechnology

ଆରବିଆଇ ଡାଟା ସେଣ୍ଟର କ’ଣ ? ପ୍ରଧାନମନ୍ତ୍ରୀ ମୋଦି କରିବେ ଉଦଘାଟନ

ଭୁବନେଶ୍ଵର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ଅକ୍ଟୋବର ୨୫ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ, ସେଠାରୁ ହେଲିକପ୍ଟର ଯୋଗେ ଜଟଣୀ ଯାଇ ଲୋକାର୍ପଣ କରିବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅତ୍ୟାଧୁନିକ ଡାଟା ସେଣ୍ଟର । ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି କଣ ଏହି ଡାଟା ସେଣ୍ଟର । ଏହି ମେଗା ପ୍ରକଳ୍ପ ଦ୍ୱାରା ଓଡ଼ିଶାର ଆଇଟି ଓ ଡିଜିଟାଲ୍ ଭିତ୍ତିଭୂମି କେତେ ସୁଦୃଢ଼ ହେବ ଆସନ୍ତୁ ଜାଣିବା । ଓଡ଼ିଶାରେ ବଡ଼ ଡିଜିଟାଲ୍ ଭିତ୍ତିଭୂମି ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ଗଢ଼ିଉଠିଛି ଡାଟାର ନୂଆ ‘ପାୱାର୍ ସେଣ୍ଟର’। ନାଁ ଯେତିକି ବଡ଼, ଏହାର କାମ ମଧ୍ୟ ସେତିକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ତଥ୍ୟ ଓ କମ୍ପ୍ୟୁଟର ସିଷ୍ଟମ୍‌କୁ ସୁରକ୍ଷିତ ରଖିବାର ଏକ ଅତ୍ୟାଧୁନିକ ହାଇଟେକ୍ ଭିତ୍ତିଭୂମି । ଏହି ସେଣ୍ଟର ଦ୍ୱାରା ଦେଶର କରେନ୍ସି ମ୍ୟାନେଜମେଣ୍ଟ, ପେମେଣ୍ଟ ଓ ସେଟଲମେଣ୍ଟ ସିଷ୍ଟମ୍ ସହ ବିଭିନ୍ନ ଡିଜିଟାଲ୍ ଅପରେସନ୍‌କୁ ସିଧାସଳଖ ସପୋର୍ଟ ମିଳିବ । ଏହି ଅତ୍ୟାଧୁନିକ ଡାଟା ସେଣ୍ଟରର ଉଦ୍‌ଘାଟନ ପାଇଁ ଆସନ୍ତା ଅକ୍ଟୋବର ୨୫ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଦିନ ସଂଧ୍ୟାରେ ପିଏମ୍ ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ମେଗା ଡାଟା ସେଣ୍ଟରକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ବ୍ୟାଙ୍କିଂ ସେବାର ସୁରକ୍ଷିତ ‘ଡିଜିଟାଲ୍ ଷ୍ଟ୍ରଙ୍ଗରୁମ୍’ ସାମ୍ପ୍ରତିକ ପରିସ୍ଥିତିରେ ଡାଟା ଯେତେ ମୂଲ୍ୟବାନ, ଏହାର ସୁରକ୍ଷା ସେତିକି ଜରୁରୀ । ସାଇବର ଆକ୍ରମଣ, ବୈଷୟିକ ବିଭ୍ରାଟ୍ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି ଯେକୌଣସି ଜରୁରୀ ପରିସ୍ଥିତିରେ ବି ବ୍ୟାଙ୍କିଂ ସେବା ଯେପରି ବାଧାପ୍ରାପ୍ତ ନହୁଏ, ଏହି ଡାଟା ସେଣ୍ଟର ତାହା ସୁନିଶ୍ଚିତ କରିବ । ଅର୍ଥାତ୍ ଦେଶର ଡିଜିଟାଲ୍ ଫାଇନାନ୍ସିଆଲ୍ ସିଷ୍ଟମ୍ ପାଇଁ ଏହା ଏକ ଶକ୍ତ ଓ ସୁରକ୍ଷିତ ବ୍ୟାକଅପ୍ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ । ପଢନ୍ତୁ ଏହି ଖବର: ଅକ୍ଟୋବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଜାଣନ୍ତୁ କେଉଁଠି କ’ଣ କାର୍ଯ୍ୟକ୍ରମ ରହିଛି ? ଜଟଣୀରେ କାହିଁକି ଏହି ପ୍ରକଳ୍ପ? ଭୁବନେଶ୍ବର ଉପକଣ୍ଠ ଜଟଣୀସ୍ଥିତ ଇନ୍‌ଫୋ ଭ୍ୟାଲି-୨ ଅଞ୍ଚଳରେ ପ୍ରାୟ ୧୮.୫୫ ଏକର ଜମିରେ ନିର୍ମାଣ ହୋଇଥିବା ଏହି କେନ୍ଦ୍ର କେବଳ ଆରବିଆଇ ନୁହେଁ, ଓଡ଼ିଶାର ଡିଜିଟାଲ୍ ଇନ୍‌ଫ୍ରା ପାଇଁ ମଧ୍ୟ ଏକ ବଡ଼ ମାଇଲ୍‌ଖୁଣ୍ଟ । ଏହା ଦ୍ୱାରା ରାଜ୍ୟରେ ଆଇଟି ଓ ଡିଜିଟାଲ୍ ସେକ୍ଟରରେ ନୂଆ ପରିଚୟ ସୃଷ୍ଟି ହେବା ସହ ସ୍ପେସିଆଲାଇଜ୍‌ଡ ଟେକ୍ନୋଲୋଜି ସେବା ଓ ନୂଆ ଭିତ୍ତିଭୂମି ବିକାଶର ବ୍ୟାପକ ସମ୍ଭାବନା ସୃଷ୍ଟି ହେବ। ୨୦୨୩ ମାର୍ଚ୍ଚ ୨୨ରେ ଏହାର ଶିଳାନ୍ୟାସ ହୋଇଥିଲା । ଓଡ଼ିଶାକୁ ଡାଟା ସେଣ୍ଟର, ଆଇଟି ଓ ଡିଜିଟାଲ ଭିତ୍ତିଭୂମିର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରିବ ଏହି କେନ୍ଦ୍ର । ଆରବିଆଇର ଏହି ଅତ୍ୟାଧୁନିକ ଡାଟା ସେଣ୍ଟର ସ୍ଥାପନ ଦ୍ୱାରା ଦେଶର ଡିଜିଟାଲ୍ ଫାଇନାନ୍ସିଆଲ୍ ମାନଚିତ୍ରରେ ଓଡ଼ିଶା ନିଜର ଏକ ସ୍ୱତନ୍ତ୍ର ଓ ମଜଭୁତ ପଦଚିହ୍ନ ଛାଡ଼ିବାକୁ ଯାଉଛି ।

Debashree..8 hours ago2 min
ADVERTISEMENT
ADVERTISEMENT
ସିଜେପି ବିରୋଧରେ ମୈଦାନକୁ ଓହ୍ଲାଇଲା 'ଲାଲ୍ ହିଟ୍ ଜନତା ପାର୍ଟି'; ଦଶହରା ଅବସରରେ ରାଲି କରିବାକୁ ଦେଲା ଡାକରା
National

ସିଜେପି ବିରୋଧରେ ମୈଦାନକୁ ଓହ୍ଲାଇଲା 'ଲାଲ୍ ହିଟ୍ ଜନତା ପାର୍ଟି'; ଦଶହରା ଅବସରରେ ରାଲି କରିବାକୁ ଦେଲା ଡାକରା

Subhramjit Ray4 hours ago3 min read
କ୍ୟାନ୍‌ସର୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏହି ଦିନଠୁ କମିବ କର୍କଟ ଔଷଧ ଦାମ୍
National

କ୍ୟାନ୍‌ସର୍ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଏହି ଦିନଠୁ କମିବ କର୍କଟ ଔଷଧ ଦାମ୍

Debashree..5 hours ago2 min read
ଦଶହରା ବୁଲାକୁ ଫିକା କରୁଛି ରାଜଧାନୀର ଟ୍ରାଫିକ୍‌; ଯାତ୍ରୀଙ୍କଠୁ ବେପାରୀ ସମସ୍ତେ ହନ୍ତସନ୍ତ
Odisha

ଦଶହରା ବୁଲାକୁ ଫିକା କରୁଛି ରାଜଧାନୀର ଟ୍ରାଫିକ୍‌; ଯାତ୍ରୀଙ୍କଠୁ ବେପାରୀ ସମସ୍ତେ ହନ୍ତସନ୍ତ

Debashree..6 hours ago2 min read
ବୁର୍ଖା ପିନ୍ଧା ଗ୍ୟାଙ୍ଗ୍ ଡକାୟତି ଉଦ୍ୟମ ବିଫଳ! ପଡୋଶୀ ଚିତ୍କାର କରିବା ପରେ ମାରିଲେ ଛୁ...
Crime

ବୁର୍ଖା ପିନ୍ଧା ଗ୍ୟାଙ୍ଗ୍ ଡକାୟତି ଉଦ୍ୟମ ବିଫଳ! ପଡୋଶୀ ଚିତ୍କାର କରିବା ପରେ ମାରିଲେ ଛୁ...

Subhramjit Ray6 hours ago2 min read
ପାଦ୍ରୀଙ୍କ ଉପରେ ଅଚାନକ ଖସି ପଡ଼ିଲା କ୍ରସ୍; ଦେଖୁ ଦେଖୁ ଚାଲିଗଲା ଜୀବନ, ଭିଡ଼ିଓ ଭାଇରାଲ
International

ପାଦ୍ରୀଙ୍କ ଉପରେ ଅଚାନକ ଖସି ପଡ଼ିଲା କ୍ରସ୍; ଦେଖୁ ଦେଖୁ ଚାଲିଗଲା ଜୀବନ, ଭିଡ଼ିଓ ଭାଇରାଲ

Subhramjit Ray7 hours ago3 min read