Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାର୍ଚ୍ଚ ୩୧ ସୁଦ୍ଧା ସଂପୂର୍ଣ୍ଣ ମାଓବାଦୀ ମୁକ୍ତ ରାଜ୍ୟ ହେବ ଓଡ଼ିଶା

Odisha

Mao free odisha / ମାର୍ଚ୍ଚ ୩୧ ସୁଦ୍ଧା ସଂପୂର୍ଣ୍ଣ ମାଓବାଦୀ ମୁକ୍ତ ରାଜ୍ୟ ହେବ ଓଡ଼ିଶା

Bikash Mohanty
Browse all articles by Bikash Mohanty
·1 month ago·2 min read
ମାର୍ଚ୍ଚ ୩୧ ସୁଦ୍ଧା ସଂପୂର୍ଣ୍ଣ ମାଓବାଦୀ ମୁକ୍ତ ରାଜ୍ୟ ହେବ ଓଡ଼ିଶା
Mao

Key Points

ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା
ବର୍ତ୍ତମାନ ରାଜ୍ୟରେ ଅଛନ୍ତି ୧୫ ମାଓବାଦୀ
୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ମାଓ ମୁକ୍ତ 
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର

ଭୁବନେଶ୍ବର ୨୩/୩ ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ଅଛନ୍ତି ୧୫ ମାଓବାଦୀ । କନ୍ଧମାଳ-କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାବର୍ତ୍ତୀ ଅଳ୍ପ କିଛି ଅଞ୍ଚଳରେ ଏହି ୧୫ ଜଣ ମାଓବାଦୀ ଲୁଚି ରହିଛନ୍ତି ବୋଲି ବିଧାନସଭାରେ ଲିଖିତ ଭାବେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ସଂପୂର୍ଣ୍ଣ ମାଓବାଦୀ ମୁକ୍ତ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି ।

ଓଡ଼ିଶାରେ ଶେଷ ନିଃଶ୍ବାସ ନେଉଛି ମାଓବାଦ। ଓଡ଼ିଶାରେ ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ସିପିଆଇ (ମାଓବାଦୀ) ରାଜ୍ୟ କମିଟି ସଦସ୍ୟ ସୁକ୍ରୁ।
ଓରଫ କୃଷ୍ଣ କେବଳ ସକ୍ରିୟ ରହିଛି। ସୁରକ୍ଷାକର୍ମୀଙ୍କ ଘେରାବନ୍ଦୀରେ ଥ‌ିବା ସୁକ୍ରୁ ଅସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ ଲାଗି ଆଗ୍ରହ ଦେଖାଇଛି। ତେବେ ତାଙ୍କୁ ସିପିଆଇ ମାଓବାଦୀ ମଧ୍ୟରେ ଥ‌ିବା ଏକ ଗୋଷ୍ଠୀ ପକ୍ଷରୁ କଡ଼ା ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ବିଶେଷକରି ଦୁଇ କନିଷ୍ଠ ସହ‌ଯୋଗୀ ମାଓନେତ୍ରୀ ତଥା ଡିଭିଜନାଲ କମିଟି ସଦସ୍ୟ ସିଲା ଓରଫ୍ ନାଗମଣି ଓ ମମତା ଓରଫ୍ ସାଇତେ ତାଙ୍କ ପଦକ୍ଷେପକୁ ବିରୋଧ କରୁଥିବା ଜଣାପଡ଼ିଛି।

ମାଲକାନଗିରିର ମୂଳ ବାସିନ୍ଦା ସୁକ୍ରୁ। ସେ  ବର୍ତ୍ତମାନ କନ୍ଧମାଳରେ କାର୍ଯ୍ୟ କରୁଥିବା ପ୍ରାୟ ୧୩ ଜଣ ମାଓବାଦୀଙ୍କୁ ନେଇ ସେ ଏକ ଗୋଷ୍ଠୀ କରି ଏହାର ନେତୃତ୍ବ ନେଉଛି। ରାଜ୍ୟ କମିଟି ସଦସ୍ୟ ଭାବରେ ତା ଉପରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ଅଛି। ଏବେ ସେ ଓଡ଼ିଶାର ସବୁଠାରୁ ବରିଷ୍ଠ ସକ୍ରିୟ ମାଓନେତା । ଏହି ୧୩ ମାଓବାଦୀଙ୍କ ମଧ୍ୟରୁ ଅଧିକାଂଶ ଛତିଶଗଡ଼ର। କନ୍ଧମାଳର ଘନ ଜଙ୍ଗଲରେ ସେମାନେ ଲୁଚି ରହିଥ‌ିବା ବେଳେ ପ୍ରାୟ ୨ହଜାରରୁ ଅଧିକ ସୁରକ୍ଷାକର୍ମୀ ଘେରି ରହିଛନ୍ତି। ଓଡ଼ିଶାକୁ ମାଓମୁକ୍ତ ଲାଗି ପୁଲିସ ହାତରେ ସପ୍ତାହେ ସମୟ  ରହିଛି। ଗୋଟିଏ ସପ୍ତାହ ମଧ୍ୟରେ ସୁକ୍ରୁକୁ ନିପାତ କରି ମାଓମୁକ୍ତ ଘୋଷଣା କରିବାକୁ ଲକ୍ଷ୍ୟ ରଖାଯାଇଛି।
 
ସେପଟେ କନ୍ଧମାଳର ବାଲିଗୁଡ଼ାରେ ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ ହୋଇଛି। ବନ୍ଧୁକ କାରଖାନାକୁ ବିଏସ୍ଏଫ ଯବାନମାନେ ଠାବ କରିଛନ୍ତି। ସେଠାରୁ ବିପୁଳ ପରିମାଣର ସରଞ୍ଜାମ ଜବତ ହୋଇଛି। ଏଠାରେ ମାଓବାଦୀଙ୍କ ପାଇଁ ବନ୍ଧୁକ ତିଆରି କରାଯାଉଥିବା ଅନୁମାନ କରାଯାଉଛି। ବ୍ରାହ୍ମଣୀଗାଁରେ ଅବସ୍ଥାପିତ ବିଏସଏଫ ୧୩୬ ବାଟାଲିୟନ ସର୍ଚ୍ଚ ଅପରେସନବେଳେ ଏହି ବନ୍ଧୁକ ତିଆରି କାରଖାନା ଠାବ କରିଥିଲେ। ସେଠାରୁ ବନ୍ଧୁକ ନିର୍ମାଣ ପାଇଁ ଆବଶ୍ୟକ କଟର ମେସିନ, ଲୁହା ପାଇପ୍, ତାର, କଇଁଚି,କରତ, ଅଧାଗଢ଼ା ବନ୍ଧୁକ, କଟୁରି, ରେଞ୍ଚି ସହ ବହୁ ସରଞ୍ଜାମ ଜବତ କରାଯାଇଛି । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କନ୍ଧମାଳ ଜିଲାକୁ ମାଓମୁକ୍ତ କରିବାକୁ ସୁରକ୍ଷା ଯବାନମାନେ ପ୍ରୟାସ ଜାରିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Mao free odisha | Maoist Presence Drops to 15 in State, Confirms CM Mohan Charan Majhi | Argus News