Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Land Registration / ଏଣିକି ଜମି କିଣା ବିକା ହେବ ଆହୁରି ସହଜ

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଏଣିକି ଜମି କିଣା ବିକା ହେବ ଆହୁରି ସହଜ

Key Points

ରାଜସ୍ଵ ମନ୍ତ୍ରୀ କହିଛନ୍ତି, "ଭାରତ ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ପଞ୍ଜିକରଣ କରିଥିବା MSME ଏବଂ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିଙ୍କ ଦ୍ଵାରା ଅନୁମୋଦିତ ହୋଇଥିଲେ ଜମି କିସମ ପରିବର୍ତ୍ତନ ପାଇଁ ଆଉ ଆବେଦନ କରିବାକୁ ପଡ଼ିବ ନାହିଁ ।

ରାଜ୍ୟରେ ଜମି କିଣାବିକା ସହଜ କରିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି । ତହସିଲରେ ଖୋଲିବ ସବରେଜିଷ୍ଟ୍ରି ଅଫିସ୍ । ଆଜି ତହସିଲ ଅଫିସରେ ଜମି କିଣାବିକା ପ୍ରକ୍ରିୟାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ପର୍ଯ୍ୟାୟରେ ୪୪ଟି ଓ ଡିସେମ୍ବର ସୁଦ୍ଧା ୨୭୩ଟି ତହସିଲ ଅଫିସରେ ଆରମ୍ଭ ହେବ ସେବା ।

ଅନ୍ୟପଟେ ଏଣିକି ଓଡ଼ିଶାରେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କରିବାକୁ ପଡ଼ିବନି କିସମ ପରିବର୍ତ୍ତନ ଫି। ଉଦ୍ୟୋଗୀଙ୍କୁ କିସମ ପରିବର୍ତ୍ତନ ଫି ଏବଂ ଭଡ଼ା ଛାଡ଼ ପାଇଁ ରାଜସ୍ୱ ବିଭାଗର ନିଷ୍ପତ୍ତି ହୋଇଥିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ରାଜସ୍ଵ ମନ୍ତ୍ରୀ କହିଛନ୍ତି, "ଭାରତ ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ପଞ୍ଜିକରଣ କରିଥିବା MSME ଏବଂ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିଙ୍କ ଦ୍ଵାରା ଅନୁମୋଦିତ ହୋଇଥିଲେ ଜମି କିସମ ପରିବର୍ତ୍ତନ ପାଇଁ ଆଉ ଆବେଦନ କରିବାକୁ ପଡ଼ିବ ନାହିଁ ।

ପୂର୍ବରୁ କିସମ ପରିବର୍ତ୍ତନ ପାଇଁ ଜମି ବେଞ୍ଚ ମାର୍କ ଭ୍ୟାଲୁର ୧ ପ୍ରତିଶତ ଦେବାକୁ ପଡୁଥିଲା । ଆଉ କିସମ ପରିବର୍ତ୍ତନ ପାଇଁ ଯେତିକି ଫି ଦେବାକୁ ପଡୁଥିଲା ତାର ୧ ପ୍ରତିଶତ ଭଡ଼ ମଧ୍ୟ ଆକାରରେ ପଡୁଥିଲା । ଏବେ ଓଡ଼ିଶାର ସରକାର ଏହି ଦୁଇଟି ଯାକ ଛାଡ଼ କରିଛନ୍ତି ।

ଯେଉଁ କ୍ଷୁଦ୍ର ଲଘୁ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ପଞ୍ଜିକୃତ ଥିବେ ଏବଂ ଜିଲ୍ଲା କମିଟି ଅନୁମୋଦିତ ହୋଇଥିବେ ସେମାନେ ଏହି ସୁବିଧା ପାଇପାରିବେ । ସଂରକ୍ଷିତ ଅଞ୍ଚଳ, ପ୍ରତିରକ୍ଷା ଜମି, ଉପକୂଳ ନିୟମିକ ଅଞ୍ଚଳ, ପ୍ରତ୍ନତାତ୍ତ୍ଵିକ ଜମି ଯେଉଁଠି ଅନ୍ୟ ଆଇନ ବଳବତ୍ତର ଅଛି ସେଠି ଏହି ସୁବିଧା ଲାଗୁ ହେବ ନାହିଁ । ଉଦ୍ୟୋଗୀ ମାନେ ଉଦ୍ଦେଶ୍ୟରୁ ବିଚ୍ୟୁତ ହେଲେ ଜମି ଫେରସ୍ତ କରାଯିବ ।

୨୦୨୧ରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଉଦ୍ୟମ ରେଜିଷ୍ଟ୍ରେସନ ପୋର୍ଟାଲରେ ପଞ୍ଜିକରଣ କରି MSME ଶିଳ୍ପ ଖୋଲିଛନ୍ତି ରାଜ୍ୟର ୯ ଲକ୍ଷରୁ ଅଧିକ ମହିଳା । ୨୦୨୦-୨୧ ଆର୍ଥିକ ବର୍ଷରେ ୭ ହଜାର ୮୨୩ ଜଣ ମହିଳା ଉଦ୍ୟୋଗୀ ବନିଥିବା ବେଳେ ୨୦୨୧-୨୨ ରେ ୨୦ ହଜାର ୬୮୮ ଜଣ, ୨୦୨୨-୨୩ ରେ ୩୮ ହଜାର ୯୭ ଜଣ, ୨୦୨୩-୨୪ ରେ ୩ ଲକ୍ଷ ୯୯ ହଜାର ୭୨୮ ଜଣ, ୨୦୨୪-୨୫ ରେ ୨ ଲକ୍ଷ ୪୩ ହଜାର ୧୫୪ ଜଣ ଏବଂ ୨୦୨୫-୨୬ ଜୁଲାଇ ମାସ ସୁଦ୍ଧା ୩୬ ହଜାର ୧୮୪ ଜଣ ଓଡ଼ିଆ ମହିଳା ଖୋଲିଛନ୍ତି ନିଜସ୍ୱ MSME ଉଦ୍ୟୋଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Land Registration | Now buying and selling land will be even easier. | Argus News