Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାର୍ଟ ପ୍ଲଟ ପଞ୍ଜୀକରଣ ପାଇଁ ଆସିଲା SOP

Odisha

Part Plot Registration / ପାର୍ଟ ପ୍ଲଟ ପଞ୍ଜୀକରଣ ପାଇଁ ଆସିଲା SOP

Rashmita Mishra
Browse all articles by Rashmita Mishra
·6 months ago·2 min read
ପାର୍ଟ ପ୍ଲଟ ପଞ୍ଜୀକରଣ ପାଇଁ ଆସିଲା SOP

Key Points

ପାର୍ଟ ପ୍ଲଟ ପଞ୍ଜୀକରଣ ପାଇଁ ଆସିଲା SOP
ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ସ୍ୱତନ୍ତ୍ର SOP
ପଞ୍ଜୀକରଣ ନେଇ ବିସ୍ତୃତ ମାର୍ଗଦଶିକା ଜାରି କଲା ରାଜସ୍ୱ ବିଭାଗ
ଜଳାଶୟ ଛଡ଼ା ଅନ୍ୟ କିସମ ହୋଇଥିଲେ ବିନା ଅନୁମତିରେ ହେବ ପଞ୍ଜୀକରଣ

ପାର୍ଟ ପ୍ଲଟ ପଞ୍ଜୀକରଣ ପାଇଁ ଆସିଲା SOP । ପାର୍ଟ ପ୍ଲଟ୍‌ ପଞ୍ଜୀକରଣ ପାଇଁ ଜାରି ହେଲା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସଓପି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରିି ହୋଇଛି ଏସଓପି । ଜମି ବିକ୍ରିର ସରଳୀକରଣ ହୋଇଛି । ଗ୍ରାମାଞ୍ଚଳରେ ଜଳାଶୟ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର କିସମର ଜମି ଲାଗି ବିନା କୌଣସି ଅନୁମୋଦନରେ ହୋଇପାରିବ ପାର୍ଟ ପ୍ଲଟ୍‌ ପଞ୍ଜିକରଣ ।


ଜଳାଶୟ କିସମ ଜମି କ୍ଷେତ୍ରରେ ପାର୍ଟ ପ୍ଲଟ୍‌ ନୁହେଁ, ସମ୍ପୂର୍ଣ୍ଣ ପ୍ଲଟ୍‌ର ପଞ୍ଜୀକରଣ ସମ୍ଭବପର ହୋଇପାରିବ । ଟାଉନ୍‌ ପ୍ଲାନିଂ ଅଥରିଟି ଅଧୀନରେ ଆସୁଥିବା ଅଞ୍ଚଳରେ ଅଥରିଟିର ବିନା ଲିଖିତ ଅନୁମତିରେ ହୋଇପାରିବନି ପାର୍ଟ ପ୍ଲଟ୍‌ ପଞ୍ଜିକରଣ, କିନ୍ତୁ ବଂଶାନୁକ୍ରମିକ ପାରିବାରିକ ଜମି କ୍ଷେତ୍ରରେ ବିନା ଅନୁମୋଦନରେ ପାର୍ଟ ପ୍ଲଟ୍‌ ପଞ୍ଜିକରଣ ହୋଇପାରିବ ।

ଏଥିସହ ପଢ଼ନ୍ତୁ: ନବୀନଙ୍କ ନାଁ ନେଇ BJD ନେତାଙ୍କୁ ଠକୁଥିଲେ ପାଣ୍ଡିଆନ୍‍, ଶ୍ରୀମୟୀ ଖୋଲିଦେଲେ ସବୁ ଗୁମର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଏକ ବଡ଼ ପ୍ଲଟରୁ ଗୋଟିଏ ଥର ପାଇଁ ୫୦୦ ବର୍ଗମିଟରରୁ କମ୍‌ ପରିମାଣର ପାର୍ଟ ପ୍ଲଟ୍‌ ପଞ୍ଜିକରଣକୁ ଅନୁମତି ମିଳିବ । ତେବେ ସେଇ ଜମି ରିଅଲ ଇଷ୍ଟେଟ୍‌ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ ନାହିଁ । ସେହିପରି ଚାଷ ଜମି କ୍ଷେତ୍ରରେ ପାର୍ଟ ପ୍ଲଟ୍‌ ପଞ୍ଜିକରଣ ସମ୍ଭବପର ।


କୃଷିଜମି ପ୍ଲଟ୍ କ୍ଷେତ୍ରରେ ଯଦି ଜମି ଏହାର କୃଷି କିସମ ଶ୍ରେଣୀର ଥାଏ ତେବେ ଉପବିଭାଜନ ଅନୁମତିପ୍ରାପ୍ତ । ଆବେଦନକାରୀମାନଙ୍କୁ ଜମିର କୃଷି କାର୍ଯ୍ୟରେ ବ୍ୟବହାର ଜାରି ରହିବା ନେଇ ଏକ ସ୍ୱ-ଘୋଷଣା (ଫର୍ମ ଡି) ଦାଖଲ କରିବାକୁ ପଡ଼ିବ । ସହରାଞ୍ଚଳରେ ପାରିବାରିକ ସଂପତ୍ତିର ପାର୍ଟ ପ୍ଲଟ ପାଇଁ ରିଅଲ୍ ଇଷ୍ଟେଟ୍ ଉପଯୋଗ ପାଇଁ ଉଦ୍ଦିଷ୍ଟ ନ ଥିବା ଛୋଟ ଉପବିଭାଜନ ସହ-ଅଂଶୀଦାର ବିଭାଜନ ହୋଇପାରିବ । ତେବେ ଏଥିରେ ପାରସ୍ପରିକ ସହମତି ଏବଂ ସମାନୁପାତିକ ଅଂଶ ବଣ୍ଟନ ଥିବା ଜରୁରୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Sponsored
Part Plot Registration | SOP Issued for Part Plot Registration in Odisha | Argus News | Argus News