Crime In Odisha / ସ୍କୁଟିରେ ଯୁବତୀ ଫେରିବା ବେଳେ ବାଇକ୍ରେ ପିଛା କଲେ... କାର୍ରେ ଅପହରଣ ଉଦ୍ୟମ
·8 months ago·2 min read

Key Points
ବାଇକ୍ରେ ଥିବା ଯୁବକ ଜଣଙ୍କ ସ୍କୁଟି ଅଟକାଇବା ପରେ ଏକ ଧଳାରଙ୍ଗର କାର୍ ଆସିଥିଲା । କାରରୁ ଜଣେ ଯୁବକ ଓହ୍ଲାଇବା ସହ ଯୁବତୀଙ୍କୁ କାର୍ରେ ଭର୍ତ୍ତି କରି ଅପହରଣ ଉଦ୍ୟମ କରିଥିଲେ ।
ଧର୍ମଶାଳା (ଯାଜପୁର): ପିଛା କରି ପଛେ ପଛେ ଆସିଲା, ଗାଡ଼ି ଅଟକାଇଲା । ଆଉ ସ୍କୁଟିରୁ ଯୁବତୀଙ୍କୁ ଟଣାଓଟରା କରି କାର୍ରେ ଅପହରଣ ଟେକି ନେବାକୁ ଉଦ୍ୟମ କଲା । ରାତି ପ୍ରାୟ ୮ଟା ବେଳେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ । କୌଶଳକ୍ରମେ ଯୁବତୀ ଜଣଙ୍କ ଖସି ଆସିଥିବା ବେଳେ ସ୍ଥାନୀୟ ଲୋକ ଜଣଙ୍କୁ ଧରିବାରେ ସଫଳ ହୋଇଛନ୍ତି ।
ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବତୀ ଏକ ଅଳଙ୍କାର ଦୋକାନରେ କାମ କରନ୍ତି । ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଦୁଇ ଯୁବତୀ ସ୍କୁଟି ଯୋଗେ ମୁରାରିପୁର ସ୍ଥିତ ଘରକୁ ଫେରୁଥିଲେ । ଜଣେ ଯୁବକ ବାଇକ୍ରେ ଯୁବତୀ ଦ୍ଵୟଙ୍କୁ ଫଲୋ କରି ଆସୁଥିଲେ । ଆଉ କଣ୍ଟାମଳିଆ ନିକଟରେ ସ୍କୁଟି ଅଟକାଇ ଥିଲେ ଯୁବକ ।
ଏଥିସହ ପଢ଼ନ୍ତୁ: ଲକ୍ଷ୍ମୀସାଗରରେ ସେକ୍ସ ରାକେଟ ଠାବ ଘଟଣା, ନାବାଳିକା HIV ପଜିଟିଭ୍ ପରେ ଗ୍ରାହକଙ୍କ ଠିକଣା ଖୋଜିବ ପୋଲିସ
ସ୍କୁଟିରେ ଥିବା ଯୁବତୀ କହିଛନ୍ତି, "ବାଇକ୍ରେ ଥିବା ଯୁବକ ଜଣଙ୍କ ସ୍କୁଟି ଅଟକାଇବା ପରେ ଏକ ଧଳାରଙ୍ଗର କାର୍ ଆସିଥିଲା । କାରରୁ ଜଣେ ଯୁବକ ଓହ୍ଲାଇବା ସହ ଯୁବତୀଙ୍କୁ କାର୍ରେ ଭର୍ତ୍ତି କରି ଅପହରଣ ଉଦ୍ୟମ କରିଥିଲେ । ସେହି ସମୟରେ ସେହି ରାସ୍ତାରେ ଆସୁଥିବା ଜଣେ ବାଇକ୍ ଆରୋହୀଙ୍କୁ ଅଟକାଇଥିଲେ ଅନ୍ୟ ଯୁବତୀ ଜଣଙ୍କ । ଆଉ ଏହି ସେହି ସୁଯୋଗରେ ଅପହରଣ ଉଦ୍ୟମ କରାଯାଇଥିବା ଯୁବତୀ ଖସିବାରେ ସକ୍ଷମ ହୋଇଥିଲେ, ଜଣେ ଯୁବକଙ୍କୁ ଧରି ଲୋକେ ପୋଲିସ ଜିମା ଦେଇଛନ୍ତି ।"
କାର୍ରେ ଥିବା ଯୁବକ କାର୍ ନେଇ ଫେରାର୍ ହୋଇଯାଇଥିବା ବେଳେ ବାଇକ୍ରେ ପିଛା କରିଥିବା ଯୁବଙ୍କୁ ସ୍ଥାନୀୟ ଲୋକ କାବୁ କରି ଧର୍ମଶାଳା ପୋଲିସକୁ ହସ୍ତାନ୍ତର କରିଛନ୍ତି । ଏନେଇ ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି ଯୁବତୀ ଜଣଙ୍କ ।
ଏଥିସହ ପଢ଼ନ୍ତୁ: ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲା, ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ
ତେବେ ଅନ୍ଧାର ଯୋଗୁଁ କାର୍ ନମ୍ବର ଯୁବତୀ ଜାଣିପାରି ନଥିଲେ । କିନ୍ତୁ କାର୍ରେ ଡ୍ରାଇଭର ସହ ଅନ୍ୟ ଜଣେ ଯୁବକ ଥିଲେ ବୋଲି କହିଛନ୍ତି । ତେବେ, କାହିଁକି କାର୍ରେ ଆସି ଯୁବତୀଙ୍କୁ ଅପହରଣ ପାଇଁ ଉଦ୍ୟମ କରାଯାଇଥିଲା ? ଅପହରଣ ଉଦ୍ୟମ ପଛର କାରଣ କ'ଣ ? ସ୍ଥାନୀୟ ଲୋକ ଧରିଥିବା ଯୁବକକୁ ପୋଲିସ ଅଟକ ରଖିବା ସହ ବାଇକ୍କୁ ଜବତ କରି ଛାନଭିନ୍ ଆରମ୍ଭ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories