Pitabas Panda Murder Mystery / ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲା, ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ

Key Points
ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ୍ । ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତିଙ୍କୁ ଉଠାଇ ନେଲା ବ୍ରହ୍ମପୁର ପୋଲିସ । ବିଳମ୍ବିତ ରାତିରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇ ନେଇଳିଛି । ବ୍ରହ୍ମପୁର ଏସ୍ପିଙ୍କ ନେତୃତ୍ଵରେ ବିକ୍ରମ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ପୋଲିସ ଟିମ୍ ଉଠାଇ ନେଇଥିବା ସୂଚନା ମିଳିଛି ।
ପୋଲିସ ବିକ୍ରମଙ୍କୁ ଉଠାଇ ନେବା ପରେ ବୈଦ୍ୟନାଥପୁର ଥାନାରେ ତାଙ୍କ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି । ପୂର୍ବରୁ ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କୁ ଉଠାଇ ନେଇଥିଲା ପୋଲିସ । ଶିବ ଶଙ୍କରଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ମଧ୍ୟ ରହିଛି । ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରିଥିଲା । ବିଜେଡି ନେତା ମଦନ ଦଳାଇକୁ ମଧ୍ୟ ଉଠାଇ ନେଇଛି ବ୍ରହ୍ମପୁର ପୋଲିସ ।
ଏଥିସହ ପଢ଼ନ୍ତୁ: ଦକ୍ଷିଣାଞ୍ଚଳ IG ଦେଲେ ବଡ଼ ସୁଚନା, ଲାଷ୍ଟ ଲିଙ୍କରେ ଚାଲିଛି ତଦନ୍ତ
ଏବେ ପୋଲିସ କବ୍ଜାରେ ଜଣେ ଛାତ୍ର ନେତା ଓ ସାର୍ପ ସୁଟର ଥାନାରେ ଅଟକ ଥିବା ସୂଚନା ମିଳିଛି । ରେକି କରିଥିବା ଦୁର୍ବୃତ୍ତଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ବିଜେଡିର ଏକାଧିକ ନେତାଙ୍କୁ ପୋଲିସ ଉଠାଇ ନେଇ ପଚରାଉଚରା କରିବା ପରେ ରାଜନୈତିକ ଶତ୍ରୁତାରୁ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ ଦୃଢ଼ ହୋଇଛି । ହେଲେ ପୋଲିସ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।
ଖୁବଶୀଘ୍ର ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାର ଖୁଲାସା କରିପାରେ ବ୍ରହ୍ମପୁର ପୋଲିସ । ଏବେ ସୁଦ୍ଧା ପୋଲିସ ୧୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା ସହ ୭୦ରୁ ଅଧିକ CCTV ଯାଞ୍ଚ କରି ସାରିଲାଣି । ପୀତବାସ ପଣ୍ଡାଙ୍କ ହତ୍ୟାକୁ ୧୭ ଦିନ ବିତି ଥିବାବେଳେ କିଏ ଓ କାହିଁକି ହତ୍ୟା କଲା ତାହା ରହସ୍ୟ ଭିତରେ ରହିଛି । ମଙ୍ଗଳବାର ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି, ଲାଷ୍ଟ ଲିଙ୍କରେ ଚାଲିଛି ତଦନ୍ତ । ଦିନେ ଦୁଇ ଦିନ ଭିତରେ ରହସ୍ୟ ଭିତରୁ ପରଦା ଉଠିବ ।
ଏଥିସହ ପଢ଼ନ୍ତୁ: ରାଜନୈତିକ ଶତ୍ରୁତାରୁ ପୀତବାସଙ୍କୁ ହୋଇଛି କି ହତ୍ୟା ? ଜଣେ ନେତାଙ୍କୁ ଉଠାଇ ନେଇ ପୋଲିସର ଜେରା
ଅକ୍ଟୋବର କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟା ହେବ ସମୟରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇଖ୍ରେ ଆସି ଦୁର୍ବୃତ୍ତ ଅତି ପାଖରୁ ଗୁଳି କରିଥିଲେ । ସ୍ଥାନୀୟ ଲୋକେ ପୀତବାସଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍ ନେଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।
📱 Get Argus News App
✨Related Topics
Explore more stories