Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲକ୍ଷ୍ମୀସାଗରରେ ସେକ୍ସ ରାକେଟ ଠାବ ଘଟଣା, ନାବାଳିକା HIV ପଜିଟିଭ୍ ପରେ ଗ୍ରାହକଙ୍କ ଠିକଣା ଖୋଜିବ ପୋଲିସ

Odisha

Crime In Odisha / ଲକ୍ଷ୍ମୀସାଗରରେ ସେକ୍ସ ରାକେଟ ଠାବ ଘଟଣା, ନାବାଳିକା HIV ପଜିଟିଭ୍ ପରେ ଗ୍ରାହକଙ୍କ ଠିକଣା ଖୋଜିବ ପୋଲିସ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଲକ୍ଷ୍ମୀସାଗରରେ ସେକ୍ସ ରାକେଟ ଠାବ ଘଟଣା, ନାବାଳିକା HIV ପଜିଟିଭ୍ ପରେ ଗ୍ରାହକଙ୍କ ଠିକଣା ଖୋଜିବ ପୋଲିସ

Key Points

କ୍ୟାପିଟାଲ୍ ହସ୍ପିଟାଲ୍‌ରେ କରାଯାଉଥିବା ବେଳେ ସେ HIV ପଜିଟିଭ୍ ଥିବା ଜଣାପଡ଼ିଛି । ତେଣୁ, ନାବାଳିକାଙ୍କ ସହ କେଉଁ ଗ୍ରାହକ ଆସି ସମ୍ପର୍କ ରଖିଥିଲେ ଏବେ ସେ ଦିଗରେ ପୋଲିସ ଛାନଭିନ୍ କରିବ । ଆସିଥିବା ଗ୍ରାହକମାନଙ୍କ ଠିକଣା ଖୋଜିବ ପୋଲିସ ।
ଭୁବନେଶ୍ଵର: ରାଜଧାନୀର ରାଜରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ନାବାଳିକା HIV ପଜିଟିଭ୍ । ପୋଲିସ ଖୋଜିବ ଗ୍ରାହକଙ୍କ ଠିକଣା । ପ୍ରଥମେ ରାସ୍ତାରୁ କ୍ଷତାକ୍ତ ନାବାଳିକା ଉଦ୍ଧାର ପରେ ଲକ୍ଷ୍ମୀସାଗର ଅଞ୍ଚଳରେ ଚାଲିଥିବା ସେକ୍ସ ରାକେଟକୁ ଧରିଥିଲା ପୋଲିସ । ଚଢ଼ାଉ ବେଳେ ଝାଡ଼ଖଣ୍ଡ ଓ କୋଲକାତାର ୪ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଥିଲା ।

ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ନାବାଳିକାଙ୍କ ଚିକିତ୍ସା କ୍ୟାପିଟାଲ୍ ହସ୍ପିଟାଲ୍‌ରେ କରାଯାଉଥିବା ବେଳେ ସେ HIV ପଜିଟିଭ୍ ଥିବା ଜଣାପଡ଼ିଛି । ତେଣୁ, ନାବାଳିକାଙ୍କ ସହ କେଉଁ ଗ୍ରାହକ ଆସି ସମ୍ପର୍କ ରଖିଥିଲେ ଏବେ ସେ ଦିଗରେ ପୋଲିସ ଛାନଭିନ୍ କରିବ । ଆସିଥିବା ଗ୍ରାହକମାନଙ୍କ ଠିକଣା ଖୋଜିବ ପୋଲିସ । ସମସ୍ତଙ୍କର HIV ପରୀକ୍ଷା ମଧ୍ୟ କରାଯିବ ।

ଏଥିସହ ପଢ଼ନ୍ତୁ: ସେକ୍ସ ରାକେଟରେ ନାବାଳିକାଙ୍କୁ କିଏ କରିଥିଲା ଭର୍ତ୍ତି ? ରେଡ୍ ପରେ ଆଉ ୪ ନାବାଳିକା ଉଦ୍ଧାର

ଲକ୍ଷ୍ମୀସାଗର ସେକ୍ସ ରାକେଟ ମାମଲାରେ ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରି ଖୋଳତାଡ଼ କରୁଛି କ୍ୟାପିଟାଲ ଥାନା ପୋଲିସ । ବିଭିନ୍ନ ପ୍ରକାର ନମୁନା ସଂଗ୍ରହ ସହ ଘରେ ଛାନଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍ । ସେପଟେ ଘଟଣାକୁ ରେଡଫ୍ଲାଗ ଅନ୍ତର୍ଭୁକ୍ତ କରିଛି CA । ୪ ମହିଳା DSP ଘଟଣାର ତଦନ୍ତରେ ସହଯୋଗ କରିବେ । ଜଣେ ବରିଷ୍ଠ ମହିଳା ଆଇପିଏସ ଘଟଣାକୁ ମନିଟର କରିବେ । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି ।

ଗତ ଶନିବାର ଜଣେ ନାବାଳିକାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ନାବାଳିକା ଜଣଙ୍କ ଝାଡ଼ଖଣ୍ଡର ହୋଇଥିବା ବେଳେ ନାବାଳିକାଙ୍କୁ ଆଣି ସେକ୍ସ ରାକେଟରେ ଲଗାଯାଇଥିଲା । ଏହାପରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଆଉ ଚଢ଼ାଉ ବେଳେ ଝାଡ଼ଖଣ୍ଡ ଓ କୋଲକାତାର ୪ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି । ଉଦ୍ଧାର ନାବାଳିକା ଜଣଙ୍କ ଝାଡ଼ଖଣ୍ଡର, ତାଙ୍କୁ ୧୬ ବର୍ଷ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ।

ଯଦିଓ ନାବାଳିକାଙ୍କ ଠିକଣା ଓ ପରିଚୟକୁ ନେଇ କିଛି ସ୍ପଷ୍ଟ ପ୍ରମାଣ ପୋଲିସ ହାତରେ ଲାଗିନି ତଥାପି ଏ ଦିଗରେ ଖୋଳତାଡ଼ ଜାରି ରହିଛି । ସେପଟେ ପ୍ରଥମେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଫିଟିଛି ଅସଲ ଗୁମର । ନାବାଳିକାଙ୍କୁ ଆଣି ସେକ୍ସ ରାକେଟରେ ଲଗାଯାଇଥିବା ସୂଚନା ଲାଗିଛି କମିଶନରେଟ ପୋଲିସ ହାତରେ ।

ଏଥିସହ ପଢ଼ନ୍ତୁ: ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲା, ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ

ଏବେ ନାବାଳିକା HIV ପଜିଟିଭ୍ ଚିହ୍ନଟ ପରେ ଆସିଥିବା ଗ୍ରାହକଙ୍କ ମଧ୍ୟରେ ମଧ୍ୟ ଭୟ ସୃଷ୍ଟି ହୋଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଚାଛପାରେ ଏଭଳି ସେକ୍ସ ରାକେଟ ଚାଲିଥିବା ବେଳେ କେବଳ ଜଣେ ହିଁ HIV ପଜିଟିଭ୍ ନା ଏମିତି ଅନେକ HIV ପଜିଟିଭ୍ ଅଛନ୍ତି ତା'କୁ ନେଇ ବି ବଡ଼ ପ୍ରଶ୍ନ ଉଠିଲାଣି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Minor Girl Found HIV Positive in Bhubaneswar Sex Racket | Argus News | Argus News