୧୨ ମିନିଟ୍ ନିରବ ରୁହନ୍ତୁ, ଚମତ୍କାର ଫାଇଦା ପାଆନ୍ତୁ...
ଅର୍ଗସ ବ୍ୟୁରୋ: ନିରବ ରୁହନ୍ତୁ। ଦୂର ହେବ ଚାପ । ପ୍ରତ୍ୟେକ ଦିନ କରନ୍ତୁ ଏହି କାମ କରନ୍ତୁ । ଦୂର ହୋଇଯିବ ଆପଣଙ୍କ ସମସ୍ତ ଚାପ। ବିଶ୍ୱାସ ହେଉନାହିଁ ଯଦି ଥରେ କରିକି ଦେଖନ୍ତୁ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ଚାପରେ ରହୁଥିବା ଦେଖାଯାଉଛି । ପାରିବାରିକ ସମସ୍ୟା, ବୃତ୍ତିଗତ ଜୀବନରେ କାର୍ଯ୍ୟ ଭାର ଚିନ୍ତା, ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟଗତ ସମସ୍ୟା ଆଦି ବିଭିନ୍ନ କାରଣରୁ ଲୋକମାନେ ଅଶାନ୍ତିରେ ଜୀବନ ଯାପନ କରୁଛନ୍ତି ।
ଯଦି ଦିନକୁ କେବଳ ୧୨ ମିନିଟ୍ ନିରବରେ ବିତାଇ ପାରିବେ ତେବେ ଆପଣଙ୍କୁ ଅନେକ ଫାଇଦା ମିଳିବ । ସେତେବେଳେ ଆପଣଙ୍କର ବ୍ରେନ ଶାନ୍ତ ହୋଇଯାଇଥାଏ ଓ ରିଲାକ୍ସ ମୁଡ଼ରେ ଚାଲିଯାଇଥାଏ । ଏହି ଅବସରରେ ଶରୀର ରେଷ୍ଟୋରେସନ ମୋଡ଼ରେ କାମ କରିଥାଏ ଓ ବ୍ରିଡ ଡିଟକ୍ସରେ ତାହା ସହାୟକ ହୋଇଥାଏ । ଫଳରେ ଆପଣଙ୍କୁ ଓଭର ଥିଙ୍କିଂ ଓ ଚିନ୍ତାକୁ ନିୟନ୍ତ୍ରଣରେ ସହାୟତା ମିଳିଥାଏ । ନିରବ ରହିବା ଆପଣଙ୍କୁ ମାନସିକ ଭାବେ ମଜବୁତ କରିଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: