ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ଗ୍ରାମାଞ୍ଚଳ ଶ୍ରମିକଙ୍କ ମାନଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଦେଲା ବଡ଼ ଉପହାର । ବଢିଲା ମନରେଗା ପାରିଶ୍ରମିକ । ୩ରୁ ୧୦ ପ୍ରତିଶତ ବଢାଇଲେ କେନ୍ଦ୍ର ସରକାର । ଓଡ଼ିଶା ପାଇଁ ମନରେଗା ପାରିଶ୍ରମିକ ୨୫୪ ଟଙ୍କା । ଏପ୍ରିଲ ପହିଲାରୁ ଲାଗୁ ହେବ ବର୍ଦ୍ଧିତ ମନରେଗା ପାରିଶ୍ରମିକ ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା ନେଇ ବର୍ଷିଲେ କୁଚିଣ୍ଡା ବିଜେପି ବିଧାୟକ ପ୍ରାର୍ଥୀ ରବି ନାଏକ । କେନ୍ଦୁପତ୍ର ତୋଳାଳୀଙ୍କ ପେଟକୁ ଲାତ ମାରି ବାହାସ୍ପୋଟ ମାରୁଛନ୍ତି ବିଜେଡି ନେତା ବବି ଦାସ । କୁମ୍ଭୀର କାନ୍ଦଣା ବନ୍ଦ କରି ୧୮ ପ୍ରତିଶତ ଜିଏସଟିରୁ ରାଜ୍ୟର ଭାଗ ୯ ପ୍ରତିଶତ ଅର୍ଥ କେନ୍ଦୁପତ୍ର ତୋଳାଳୀ ସାମାଜିକ କଲ୍ୟାଣ ପାଣ୍ଠିରେ ପ୍ରଦାନ କରି ଆନ୍ତରିକତା ପ୍ରଦର୍ଶନ କରିବାକୁ ଦାବି କରିଛନ୍ତି ।
ନିଜ ଦୋଷ ଦୁର୍ବଳତା ଓ ଅପାରଗତାକୁ ଲୁଚେଇବା ପାଇଁ କେନ୍ଦ୍ର ସରକାର ଉପରେ ଦୋଷ ଲଦି ପଳାୟନପନ୍ଥୀ ସାଜିଛନ୍ତି ବିଜେଡି ନେତା । କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥ ପାଇଁ ସଠିକ ଦାବି ଉପସ୍ଥାପନ କରି ନଥିବାରୁ କେନ୍ଦୁପତ୍ର ତୋଳାଳୀଙ୍କୁ ଟିକସ ଦେବାକୁ ପଡ଼ୁଛି । ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହୀତ ଲାଭାଂଶର ଶତ ପ୍ରତିଶତ ଲାଭାଂଶକୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ ଭିତରେ ବାଣ୍ଟି ଦେଉଥିବାବେଳେ ଓଡ଼ିଶା ସରକାର ଲାଭାଂଶର ମାତ୍ର ୨୫ ଭାଗ ବୋନସ ଦେଉଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦୁପତ୍ର ତୋଳାଳିଙ୍କୁ ଯେଉଁ ବୋନସ ମିଳୁଥିଲା, ତାକୁ ରାଜ୍ୟ ସରକାର କରୋନା ସମୟରେ ଆଳ ଦେଖାଇ କାହିଁକି ୨ ବର୍ଷ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ? । ୩ ବର୍ଷ ହେଲାଣି ସିଜନାଲ ଷ୍ଟାଫଙ୍କ ଦରମା ବୃଦ୍ଧି ନ ହେବା ପଛରେ ଦାୟୀ କିଏ ? । ଆଦିବାସୀମାନଙ୍କୁ ବିଭିନ୍ନ ଲଘୁ ବନ ଉତ୍ପାଦର ସର୍ବନିମ୍ନ ମୂଲ୍ୟ ସହାୟତା ପାଇଁ ପ୍ରାୟ ୫୦ କୋଟି ଟଙ୍କା ସହାୟତା ମୋଦି ଦେଇଛନ୍ତି ବୋଲି ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ରବି ନାଏକ ।
ଅର୍ଗସ ବ୍ୟୁରୋ : ନିର୍ବାଚନ କର୍ମୀ ବୈଠକରେ ସରକାରୀ ଶିକ୍ଷକ । ବିଜେଡିର ପ୍ରଚାର କରୁଛନ୍ତି ସରକାରୀ ଶିକ୍ଷକ । ନିର୍ବାଚନ ଆଚରଣବିଧିକୁ ଉଲଙ୍ଘନ କରି ଦଳୀୟ କର୍ମୀ ବୈଠକରେ ସରକାରୀ ଶିକ୍ଷକ ଯୋଗ ଦେଇଥିବା ହୋଇଛି ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିରେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନିଖିରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସତ୍ୟ ରଞ୍ଜନ ପାତ୍ର ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ବିଭିନ୍ନ ସମୟରେ ବିଧାୟକ ଓ ସାଂସଦଙ୍କ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିକ୍ଷକ ସତ୍ୟ ରଞ୍ଜନ ପାତ୍ର ।
ଭୁବନେଶ୍ୱର: ଅସହ୍ୟ ହେଉଛି ତାତି । ଆଜି କଟକ ଓ ଭୁବେନଶ୍ବରରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଥିସହିତ ଅପରାହ୍ନ ୨ଟା ସୁଦ୍ଧା ୪୧ ଟପିଛି ତାପମାତ୍ରା। ପ୍ରବଳ ଖରା ପାଇଁ କଟକ ଓ ଭୁବେନଶ୍ବରକୁ ରେଡ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଆଜି ୪୫ ଡିଗ୍ରୀ ପାର ହୋଇପାରେ ତାତି। ଆଗାମୀ ୯ ତାରିଖ ଯାଏଁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନାହିଁ ।
#ଗ୍ରୀଷ୍ମପ୍ରବାହ ପାଇଁ #ଟ୍ୱିନସିଟି କୁ #ରେଡ ଆଲର୍ଟ !!
ଆଜି ଉଭୟ #ଭୁବନେଶ୍ୱର ଏବଂ #କଟକ ସହର ପାଇଁ ଭୀଷଣଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ #ରେଡଆଲର୍ଟ ଜାରିକରଯାଇଛି pic.twitter.com/dng97pZyik — Meteorological Centre, Bhubaneswar (@mcbbsr) April 27, 2024
ତେବେ ଆସନ୍ତା ମେ ୯ ତାରିଖ ଯାଏଁ ସେଭଳି କୌଣସି ବଡ଼ ବର୍ଷାର ସଂଭାବନା ନଥିବାରୁ ତାତିରେ ଲାଗିବନି ବ୍ରେକ । ଗତକାଲି ରାଜ୍ୟର ୩୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀକୁ ଟପିଥିବାବେଳେ ତା’ମଧ୍ୟରୁ ୪ଟି ସହରର ପାରଦ ୪୪ ପାର୍ କରିଥିଲା । ୪୪.୬ ଡିଗ୍ରୀ ସହ ଅନୁଗୁଳରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତା ପଛକୁ ବୌଦ୍ଧରେ ୪୪.୫ ଡିଗ୍ରୀ ରେକର୍ଡ ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର