ଶେଷ ଥର ପାଇଁ GSLV ୨୯ ମଇ ୨୦୨୩ରେ ଉତକ୍ଷେପଣ ହୋଇଥିଲା । ଯାହା ସଫଳ ହୋଇଥିଲା । କିନ୍ତୁ ପୂର୍ବ ଲଞ୍ଚ ଅଗଷ୍ଟ ୧୨, ୨୦୨୧ରେ ବିଫଳ ହୋଇଥିଲା । ଆଜି ଇସ୍ରୋ ଏହାର ଏକ ନୂଆ ଭର୍ସନ ଲଞ୍ଚ କରିବ । ଆଜି ସନ୍ଧ୍ୟା ୫.୩୫ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଶତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ ହେବ 'ନଟି ବଏ' ।
ISRO କହିଛି ଯେ, ଏହି ଉପଗ୍ରହଟି ଅତ୍ୟନ୍ତ ସ୍ୱତନ୍ତ୍ର, ଭାରତ ପାଇଁ ଏହା ନିହାତି ଆବଶ୍ୟକୀୟ। ଏହା ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନ ବାବଦରେ ଜାଣିବାରେ ସାହାଯ୍ୟ କରିବ।