ଗୋଟିଏ ମିଶନ, କିନ୍ତୁ ୨ଟି ପର୍ଯ୍ୟାୟ ପାଇଁ ବ୍ୟବହୃତ ହେବ ୨ଟି ଭିନ୍ନ ଭିନ୍ନ ରକେଟ୍ । ଚତୁର୍ଥ ଚନ୍ଦ୍ର ଅଭିଯାନ ବା ଚନ୍ଦ୍ରଯାନ-୪ ପାଇଁ ଏଭଳି ଯୋଜନା କରିଛି ଇସ୍ରୋ । ପୂର୍ବରୁ ସରିଥିବା ୩ଟି ଚନ୍ଦ୍ରଯାନ ମିଶନରେ ଗୋଟିଏ ରକେଟ୍ ବ୍ୟବହାର ହୋଇଥିଲା । ତେବେ ଚତୁର୍ଥ ମିଶନ ପାଇଁ ପ୍ରଥମ ଥର ଏଭଳି ଜଟିଳ ପ୍ରକ୍ରିୟା ଆପଣାଇ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ୨୦୨୮ ପୂର୍ବରୁ ଏହାକୁ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ସୂଚନା ଅନୁସାରେ, ଚନ୍ଦ୍ରଯାନ-୪ କେବଳ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବନି, ବରଂ ସେଠୁ ମାଟିର ନମୁନା ଧରି ପୁଣି ଭାରତକୁ ଫେରିବ। ଏଥିପାଇଁ ସେଥିରେ ୫ଟି ମୁଖ୍ୟ ଅଂଶ ବା ମଡ୍ୟୁଲ ରହିବ । ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର, ରୋଭର ଓ ପ୍ରପଲ୍ସନ ମଡ୍ୟୁଲ ଥିଲା । ତେବେ ଚନ୍ଦ୍ରଯାନ-୪ରେ ରହିବ ପ୍ରପଲ୍ସନ ମଡ୍ୟୁଲ, ଡିସେଣ୍ଡର୍ ମଡ୍ୟୁଲ, ଆସେଣ୍ଡର୍ ମଡ୍ୟୁଲ, ଟ୍ରାନ୍ସଫର ମଡ୍ୟୁଲ ଏବଂ ରି-ଏଣ୍ଟ୍ରିଂ ମଡ୍ୟୁଲ। ପ୍ରଥମ ପର୍ଯ୍ୟାୟରେ ଭାରତର ସବୁଠୁ ଶକ୍ତିଶାଳୀ ରକେଟ୍ LVM-3 ସାହାଯ୍ୟରେ ପ୍ରପଲ୍ସନ ମଡ୍ୟୁଲ, ଡିସେଣ୍ଡର୍ ମଡ୍ୟୁଲ ଓ ଆସେଣ୍ଡର୍ ମଡ୍ୟୁଲ ପଠାଯିବ। ଏହାର କିଛି ଦିନ ପରେ ଦ୍ବିତୀୟ ପର୍ଯ୍ୟାୟରେ PSLV ରକେଟରେ ଟ୍ରାନ୍ସଫର ମଡ୍ୟୁଲ ଏବଂ ରି-ଏଣ୍ଟ୍ରିଂ ମଡ୍ୟୁଲ ପଠାଇବ ଇସ୍ରୋ। ଏହା ସଫଳ ହେଲେ ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ନମୁନା ସଂଗ୍ରହ କରିବାରେ ଭାରତ ଚତୁର୍ଥ ଦେଶର ମାନ୍ୟତା ହାସଲ କରିବ।
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ । ହତ୍ୟାକାଣ୍ଡ ପଛରେ ବିଜେଡି ନେତା ତଥା ଖଲ୍ଲିକୋଟ ରାଣୀଙ୍କ ପୁତୁରା ସାକେତ ରାମା ରାଓ ଏବଂ ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀ ଦୈତାରି ବେହେରାଙ୍କ ହାତ ଥିବା ବିଜେପି ଅଭିଯୋଗ କରିଥିଲା । ଏ ନେଇ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଖଲ୍ଲିକୋଟ ଥାନାରେ ଗଞ୍ଜାମ ଏସ୍ପିଙ୍କୁ ଭେଟି ଅଭିଯୋଗ କରିଥିଲେ ।
ତୁରନ୍ତ ଏହି ଦୁଇଜଣକୁ ଗିରଫ କରିବା ପାଇଁ ଦାବି କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ପୋଲିସ ଏହି ଦୁଇଜଣଙ୍କୁ ତଦନ୍ତ ପରିସରକୁ ଆଣିଲା ନାହିଁ । ଗତକାଲି ଏହି ଏହି ହତ୍ୟାକାଣ୍ଡକୁ ନେଇ ଖଲ୍ଲିକୋଟ ଥାନା ରଣକ୍ଷେତ୍ର ପାଲଟିଥିଲା । ପୋଲିସ ଏବଂ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ଲାଠି ଚାଲଣା ସହ ପଥର ମାଡ଼ ହୋଇଥିବା ବେଳେ ପୋଲିସ ଏବଂ ସାଧାରଣ ଲୋକ ଆହତ ହୋଇଥିଲେ । ପ୍ରଶ୍ନ ଉଠୁଛି ପୋଲିସ କାହାକୁ ସୁରକ୍ଷା ଦେବାକୁ ଚେଷ୍ଠା କରୁଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେଡି ବାଣ୍ଟୁଛି ପୁଳା ପୁଳା ଟଙ୍କା । ସମ୍ବଲପୁର ମୁଖ୍ୟମନ୍ତ୍ରୀଙ୍କ ସଭାରୁ ଆସିଲା ଚିତ୍ର ।
500 ଟଙ୍କା ନୋଟ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ବିଜେଡି କର୍ମୀଙ୍କ ଭିତରେ ଯୁକ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେଡି ନେତା ବାଣ୍ଟୁଛନ୍ତି ପୁଳା ପୁଳା ଟଙ୍କା । ପୂର୍ବରୁ କିଛି ମହିଳା ମାନଙ୍କୁ ଲଗାଇ ଟଙ୍କା ବଣ୍ଟା ହେଉଥିବା ଚିତ୍ର ସାମ୍ନାକୁ ଆସିଥିଲା । ହାରିବା ଭୟରେ ବିଜେଡି ଟଙ୍କା ବଣ୍ଟା ଅଭିଯାନ ଆରମ୍ଭ କରିଛି।
ଆହୁରି ପଢନ୍ତୁ ଓଡିଶା ଖବର...
ସମ୍ବଲପୁର: ସଭାରେ ବିଳିବିଳେଇଲେ ପାଣ୍ଡିଆନ । ସମ୍ବଲପୁର ସଭାରେ ସମ୍ବୋଧନ କରୁଥିବା ସମୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି' । ଭୀମଭୋଇଙ୍କ ନାମ ପୂର୍ବରୁ କେବଳ 'କବି' କହିଲେ ପାଣ୍ଡିଆନ । ସଭାରେ ଏଭଳି ଭାଷଣ ଦେଇଛନ୍ତି ବିଜେଡି ନେତା ପାଣ୍ଡିଆନ ।
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡିଶାର ବରପୁତ୍ରଙ୍କୁ ଅପମାନ । ଗଙ୍ଗାଧର ମେହେର ସାରା ବିଶ୍ୱରେ ସ୍ୱଭାବ କବି ନାଁରେ ଖ୍ୟାତ । ହେଲେ ପାଣ୍ଡିଆନଙ୍କ ଏହି ଭୂଲ୍ ଉଚାରଣ ସୂଚାଉଛି ଓଡିଆ ଅସ୍ମିତାକୁ ସେ କେତେ ବୁଝନ୍ତି । କେତେ ସମ୍ମାନ ଦିଅନ୍ତି ।
ଅନ୍ୟପଟେ ଦେବଗଡ଼ ପରେ ଏବେ ସମ୍ବଲପୁର ରେ ପାଣ୍ଡିୟାନ୍ ଙ୍କ ସଭାରୁ ଉଠି ଚାଲି ଯାଇଛନ୍ତି ଶହ ଶହ ମହିଳା । ସମ୍ବଲପୁର ସ୍ଥିତ ପିଏଚଡି ପଡ଼ିଆରେ ବିଜୁ ଜନତା ଦଳର ବିରାଟ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିୟାନ, ସାଂସଦ ପାର୍ଥି ବବି ଦାସ, ବିଧାୟକ ପାର୍ଥି ରୋହିତ ପୂଜାରୀ ସଭାରେ ଥିଲେ । ସଭା ଆରମ୍ଭ ପୂର୍ବରୁ ସମସ୍ତ ଚେୟାର ଫାଙ୍କା ପଡିଥିବା ଦେଖିବା ପାଇଁ ମିଳିଲା । ସମସ୍ତ ମହିଳା ଚେୟାରରୁ ଉଠି ପଳେଇ ଯାଇଥିବା ଦେଖିବା ପାଇଁ ମିଳିଥିଲା । ବଡ଼କଥା ହେଲା କାର୍ତ୍ତିକ ପାଣ୍ଡିୟାନଙ୍କୁ ଆଉ ମହିଳା ଗ୍ରହଣ କରୁ ନାହାନ୍ତି । କିଛି ଦିନ ପୂର୍ବରୁ ସମାନ ଘଟଣା ଦେବଗଡ଼ରେ ବିଜେଡି କାର୍ଯ୍ୟକ୍ରମରେ ଦେଖିବା ପାଇଁ ମିଳିଥିଲା ।
ଆହୁରି ପଢନ୍ତୁ ଓଡିଶା ଖବର...