ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ପ୍ରଚାର । ଗୋଟିଏ ଦିନରେ ମହାରାଷ୍ଟ୍ର କୋହ୍ଲାପୁର ଓ ଗୋଆରେ କଲେ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶାଳ ମଞ୍ଚରୁ କଂଗ୍ରେସକୁ ସିଧା ଟାର୍ଗେଟ୍ କଲେ ମୋଦି । ପରିବାରବାଦ ଉପରେ ପ୍ରବଳ ବର୍ଷିବା ସହ କଂଗ୍ରେସ ବିକାଶ ବିରୋଧୀ ବୋଲି କହିଛନ୍ତି । ମୋଦିଙ୍କ ମାରାଥନ୍ କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ବିଜେପି ଶିବିର ।
ଅଧିକ ପଢନ୍ତୁ ଭାରତ ଖବର
ଯାଜପୁର: ଶାଶୁ ଘରେ ବୋହୁ କୁ ହତ୍ୟା ଅଭିଯୋଗ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତରେ ଘଟିଛି ଏଭଳି ଅଘଟଣ । ରୁବିନା ରାଉତଙ୍କ ଘର କେନ୍ଦ୍ରପଡ଼ା ଜିଲ୍ଲାର ଗୁଣ୍ଠଳ ଗ୍ରାମର ହୋଇଥିବା ବେଳେ ସେ ଏକ ବର୍ଷ ହେବ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ଗୌରାଙ୍ଗ ରାଉତଙ୍କୁ ବିବାହ କରିଥିଲେ । ଗତକାଲି ରାତି ସମୟରେ ରୁବିନା ନିଜ ଶାଶୁଘରେ ଝୁଲନ୍ତା ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରିଥିଲେ।
ତେବେ ରୁବିନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୋଟିଏ ପଟେ ରୁବିନାଙ୍କ ଶାଶୁର ଲୋକେ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ରୁବିନାଙ୍କ ମା ଓ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ଯୌତୁକ ନିର୍ଯାତନା ଦେବା ସହିତ ରୁବିନାକୁ ତାଙ୍କ ସ୍ଵାମୀ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ସାଇଁଟିଫିକ ଟିମ ସାହାଯ୍ୟରେ ଅଧିକ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଗଞ୍ଜାମ ଚିକିଟି ବ୍ଲକ ପିତାତଳି କେନାଲ ହିଡ଼ ବାଙ୍କରେ ଓଲଟିଲା ନିର୍ବାଚନ ଡ୍ୟୁଟିରେ ଥିବା ପୋଲିଂ ଗାଡି । ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ସୂଚନା ମିଳିଛି । ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗାଡ଼ିରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: କାଳବୈଶାଖୀ ରଚିଲା ତାଣ୍ଡବ । ମଧ୍ୟାହ୍ନରେ ଉଦଳାରେ କାଳବୈଶାଖୀର ପ୍ରଭାବରେ ଉଡିଲା ଦୋକାନ ଘର ଛପର, ଉପୁଡିଲା ଗଛ, ଭାଙ୍ଗିଲା ପାଚେରୀ । ଏହା ସହିତ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । କାଳବୈଶାଖୀ ପ୍ରଭାବରେ ଉଦଳା ବସଷ୍ଟାଣ୍ଡ ନିକଟରେ ଥିବା ବିଭିନ୍ନ ଦୋକାନର ଛପର ଉଡିଯାଇଥିବା ବେଳେ ସତସଙ୍ଗ ବିହାରରେ ଥିବା ଏକ ବିଶାଳକାୟ ଗଛ ଉପୁଡି ପଡି ପାଚେରୀରେ ପଡି ପାଚେରୀ ଭାଙ୍ଗି ଯାଇଛି ।
ସେପଟେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ଉଦଳା ଥାନା ଅଠଣଗାଁ ଗ୍ରାମର ମୁନା ସିଂ ନିଜର ୩ ଜଣ ସାଥୀଙ୍କ ସହିତ ନଦୀରେ ଗାଧୋଉଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା । ଯେଉଁଥିରେ ନଦୀ ବାହାରେ ଛିଡା ହୋଇଥିବା ମୁନା ସିଂ ଗୁରୁତର ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ସହିତ ତାଙ୍କ ସହିତ ଥିବା ଅନ୍ୟ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ସାଥୀ ଗୁରୁତର ମଧ୍ୟ ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର