ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ଅର୍ଗସ ବ୍ୟୁରୋ: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ପର୍ଯ୍ୟାୟ ମତଦାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସହ ଅମିତ ଶାହ ମଧ୍ୟ ନଜର ଆସିଛନ୍ତି। ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ମୈଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍ । ସାରା ଦେଶର ରହିଛି ଗୁଜରାଟର ଗାନ୍ଧୀନଗର ଆସନ ଉପରେ କାହିଁକି ନା ବିଜେପିର ଭେଟରାନ ପଲିଟିକାଲ ଷ୍ଟ୍ରାଟେଜିଷ୍ଟେ ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃଢ କରିବା ସହିତ ମିଶ୍ରଣ ପର୍ବରେ ନବାଗତଙ୍କୁ ସ୍ବାଗତ ଜଣାଇ ନିଷ୍ଠାପର ଭାବେ ଦଳର ବିଜୟୀ ପାଇଁ କାର୍ଯ୍ୟକରିବାକୁ ଆହ୍ବାନ କରିଛନ୍ତି ଶ୍ରୀଯୁକ୍ତ ସାମଲ ।
ଆଜି ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟା ବ୍ଲକର କରକଚିଆ ଠାରେ "ଜନଆଶିର୍ବାଦ ଶୋଭା" କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେବାପରେ ବାରିପଦା ସ୍ଥିତ ଜିଲ୍ଲା ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଶ୍ରୀ ସାମଲ । ଉକ୍ତ ମିଶ୍ରଣ ପର୍ବରେ ଶ୍ରୀଯୁକ୍ତ ସାମଲ ବିଜେପିର ନିର୍ବାଚନୀ ଇସ୍ତାହାର ବାବଦରେ ସମସ୍ତଙ୍କୁ ଅବଗତ କରାଇବା ସହ ମୋଦି ଗ୍ୟାରେଣ୍ଟିର ବାର୍ତ୍ତା ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଚଳିତ ନିର୍ବାଚନରେ ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ହେବାନେଇ ନିଜର ଦୃଢକ୍ତି ପ୍ରକାଶ କରିବା ସହ ବିଜେପି ସପଥ ଗ୍ରହଣ ପରେ ରାଜ୍ୟବାସୀଙ୍କ ପାଇଁ ବିଜେପିର ପ୍ରଥମ କାର୍ଯ୍ୟକ୍ରମ କଣ ରହିବ ସେନେଇ ନିଜ ଭାଷଣରେ ପ୍ରକାଶ କରିଥିଲେ ।
ତେବେ ଉକ୍ତ ମିଶ୍ରଣ ପର୍ବରେ ଜିଲ୍ଲାର ଏକ ଅଗ୍ରଣୀ ଯୁବସଂଗଠନ 'ଭଞ୍ଜସେନା' ରେ ଦୀର୍ଘ ବର୍ଷ ଧରି ଜିଲ୍ଲା ଯୁବସଭାପତି ଭାବେ କାର୍ଯ୍ୟ କରିଆସିଥିବା ସୌମ୍ୟ ରଞ୍ଜନ ମିଶ୍ର (ସୋମୁ) ତାଙ୍କର ହଜାର ହଜାର ସମର୍ଥକଙ୍କୁ ଦ୍ବାରା ତକତପୁର ଛକ ନିକଟରୁ ଏକ ବିଶାଳ ପଟୁଆରରେ ବାହାରି ବିଜେପି ର ଏହି 'ମହାମିଶ୍ରଣ ପର୍ବରେ' ଯୋଗଦେଇଥିଲେ । ସେହିପରି ବିଜେଡି ଦଳରୁ ମଧ୍ୟ ପୂର୍ବତନ ଯୁବନେତା ଶଙ୍କର୍ଷଣ ପଣ୍ଡା ଏବଂ ଅନେକ ବିଜେଡି କର୍ମୀ ମଧ୍ୟ ବିଜେଡି ଛାଡି ପଦ୍ମ ଧରିଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତାରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ଯୋଗଦାନ କରିଥିବା ନେଇ ପ୍ରକାଶ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଏହି ଭଳି ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ପାଖାପାଖି ୫୦୦ ଅଧିକ କର୍ମୀ ବିଭିନ୍ନ ଦଳ ପରିତ୍ୟାଗ କରି ବିଜେପି ଦଳରେ ନିଜକୁ ସାମିଲ ହୋଇଥିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ଜିଲ୍ଲା ସଭାପତି କାନ୍ଦରା ସୋରେନ , ବିଜେପି ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀ, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକରଣା ବିଜେପି ପ୍ରାର୍ଥୀ ଭାଦବ ହାଁସଦା ଓ ମୋରଡା ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ସହ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ବିଜେପି ଦଳୀୟ ଉତ୍ତରୀୟ , ଟୋପି ପିନ୍ଧାଇ ନବାଗତଙ୍କୁ ଦଳକୁ ସ୍ବାଗତ କରିଥିଲେ ।
ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକୁ ନେଇ ରାଜନୀତି ମହଲରେ ଜୋରସୋର ଚର୍ଚ୍ଚା ଧରିଛି l ସୂଚନା ଥାଉକି ବର୍ତ୍ତମାନର ବିଜେଡି କନ୍ଧମାଳ ସାଂସଦ ପାର୍ଥି ଥିବା ତଥା କିସ କିଟର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ବୌଦ୍ଧ ଜିଲ୍ଲା ଲୁଣିବାହାଲ ଠାରେ ନିର୍ମାଣ କରିଥିବା କିସ ବିଦ୍ୟାଳୟଟି ଗୋଚର ଜମି ଉପରେ ବେଆଇନ ଭାବେ କେନାଲ ଉପରେ ରାସ୍ତା ନିର୍ମାଣ କରିବା, ଏବଂ ସ୍ଥାନୀୟ ଲୋକଙ୍କୁ ବିଦ୍ୟାଳୟରେ ନିଯୁକ୍ତି ନ ଦେବାରୁ ଶହ ଶହ ଗ୍ରାମବାସୀ ପ୍ରତିବାଦ କରିଛନ୍ତି।
ଏପରିକି ବିଦ୍ୟାଳୟରେ ଆଦିବାସୀ ପିଲାଙ୍କୁ ନାମ ଲେଖାଇବା ପାଇଁ ଆଦିବାସୀ ପିଲା ନାମରେ ଶୋଷଣ କରାଯାଉଥିବା ଅଭିଯୋଗରେ ଆଜି ଅଞ୍ଚଳର ଶତାଧିକ ପୁରୁଷ ମହିଳା ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ କରିଥିଲେ l ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ବିକ୍ଷୋଭ ତୀବ୍ରତର ହେବା ନେଇ ଲୋକେ ଦାବି କରିଛନ୍ତି।
ଏହି ଘଟଣାକୁ ନେଇ ଅଞ୍ଚଳରେ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ଖାଲି ସେତିକି ନୁହେଁ ଶିକ୍ଷା ଓ ସ୍ୱାସ୍ଥ୍ୟ ନା ରେ ବ୍ୟବସାୟ କରୁଛନ୍ତି କନ୍ଧମାଳ ସାଂସଦ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀନ୍ଦା। ତୁରନ୍ତ ଏହାର ସମାଧାନ ନ କଲେ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର