ଜଷ୍ଟିସ୍ ସଞ୍ଜୀବ ଖାନା ଏବଂ ଜଷ୍ଟିସ ଦିପାଙ୍କର ଦତ୍ତା ଙ୍କ ଖଣ୍ଡପିଠରେ ସ୍ତ୍ରୀର ସମ୍ପତ୍ତି କୁ ନେଇ ଏକ ବୈବାହିକ ବିବାଦ ଉପରେ ଶୁଣାଣି କରି କହିଥିଲେ ମହିଳାଙ୍କୁ ନିଜ ସମ୍ପତ୍ତି ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି ଯାହା ବିବାହ ପରେ, ବିବାହ ପୂର୍ବରୁ ଏବଂ ବିବାହ ସମୟରେ ମିଳିଥିବା ସମସ୍ତ ଜିନିଷ ସାମିଲ ଅଛି। ଯାହା କି ମାତା ପିତା, ଶାଶୂଘର, ସମ୍ପର୍କୀୟ, ସାଙ୍ଗସାଥିଙ୍କ ଠୁ ମିଳିଥିବା ଧନ, ଗହଣା, ଜମି ଏବଂ ବାସକୁସନ ସାମିଲ ଅଛି।
ଏହି ସ୍ତ୍ରୀ ଧନ କଣ ?
ଏହା ନିହାତି ଜାଣିବା କଥା ଯେ ଏହି ସ୍ତ୍ରୀ ଧନ ଅର୍ଥାତ ସ୍ତ୍ରୀ ର ସମ୍ପତ୍ତି କଣ ? ଏବଂ ଏହାର ପରିସରରେ କଣ କଣ ସବୁ ଆସିଥାଏ। ସ୍ତ୍ରୀ ସମ୍ପତ୍ତି ଏକ ଆଇନଗତ ଶଦ୍ଦ। ଯାହା ବିଷୟରେ ହିନ୍ଦୁ ଧର୍ମରେ ଦେଖିବାକୁ ମିଳେ। ସ୍ତ୍ରୀ ଧର ଅର୍ଥ ମହିଳାଙ୍କ ଭାଗର ସମ୍ପତ୍ତି, ସୁନାଗହଣା, କାଗଜପତ୍ର ଏବଂ ଅନ୍ୟାନ୍ୟ ବସ୍ତୁ ମଧ୍ୟ ସାମିଲ ଅଛି। ଆମର ଏକ ଚିନ୍ତାଧାରା ରହିଛି ଯେ, ମହିଳାମାନେ ବିବାହ ସମୟରେ ଉପହାର ରୂପେ ଗ୍ରହଣ କରୁଥିବା ଜିନିଷଗୁଡ଼ିକ ସ୍ତ୍ରୀ ଧନ ଭାବରେ ବିବେଚନା କରାଯାଏ କିନ୍ତୁ ଏହା ସ୍ତ୍ରୀ ଧନରେ ଯାଏ ନାହିଁ।
ଅଧିକ ପଢନ୍ତୁ ଭାରତ ଖବର