ପ୍ରବଳ ଜନସମାଗମ ଭିତରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉପହାର ଆଣିଥିବା କୁନି ପିଲାଙ୍କ ଉପରେ ପଡ଼ିଲା ମୋଦିଙ୍କ ନଜର। ସେମାନଙ୍କଠାରୁ ଫଟୋ ସଂଗ୍ରହ କରିବାକୁ କହିଲେ ମୋଦି। ଏଥିସହ ଠିକ୍ ଭାବେ ଓଡ଼ିଆ ଭାଷା କହିପାରୁନଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ। ଭାଷଣ ମଝିରେ ବାରମ୍ବାର ଓଡ଼ିଆ କହୁଥିଲେ ପ୍ରଧାନମନ୍ତ୍ରୀ। କିନ୍ତୁ ଓଡ଼ିଶାର 25 ବର୍ଷର ମୁଖ୍ୟମନ୍ତ୍ରୀ ଓଡିଆ ଜାଣିନାହାନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଅନନ୍ୟ ସମ୍ପର୍କ । ଗୁଜରାଟର ଅହମ୍ମଦାବାଦରେ ରହିଛି ଜଗନ୍ନାଥଙ୍କ ବଡ଼ ମନ୍ଦିର। ମୁଖ୍ୟମନ୍ତ୍ରୀ ଥିବାବେଳେ ଦୀର୍ଘ ବର୍ଷ ଧରି ସେଠାକାର ରଥଯାତ୍ରାରେ ଛେରାପହଁରା କରୁଥିଲେ ମୋଦି। ଆଉ ଇଏ 11 ବର୍ଷ ତଳର ଦୃଶ୍ୟ। 2013 ସେପ୍ଟେମ୍ବର 13 ତାରିଖରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଥିଲେ ନରେନ୍ଦ୍ର ମୋଦି।
ଆଉ ଏହାର ମାସକ ପୂର୍ବରୁ 2016 ଜୁଲାଇ 16ରେ ଓଡ଼ିଶା ଆସି ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ ପ୍ରଧାନମନ୍ତ୍ରୀ। ସେତେବେଳେ ବି ଓଡ଼ିଆରେ ବକ୍ତବ୍ୟ ରଖିଥିଲେ ମୋଦି। ମୋଦିଙ୍କ ଉପରେ ଲଗାତାର ରହିଛି ଜଗନ୍ନାଥଙ୍କ ଆଶୀର୍ବାଦ। ଏଥିପାଇଁ ତ ନିଜକୁ ଜଗନ୍ନାଥଙ୍କ ପୁତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: