ସେହିପରି 24 ବର୍ଷ ଶାସନରେ କଣ ବିକାଶ କରିଛ ପ୍ରଶ୍ନ କରି ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ସ୍କୁଲରେ ଖାଲି ରଙ୍ଗ ମାରି ଶିକ୍ଷାର ବିକାଶ ହେଉଛି ମିଛ ଡିଣ୍ଡିମ ପିଟୁଥିବାବେଳେ ଅନେକ ସରକାରୀ ସ୍କୁଲରେ ନାହାନ୍ତି ଆବଶ୍ୟକ ଶିକ୍ଷକ । କ୍ଷମତାସୀନ ବିଜେଡି ସରକାର ମୂଳ ପ୍ରଶ୍ନର ଉତ୍ତର ନଦେଇ କେବଳ ଯୁକ୍ତି ବାଢୁଛନ୍ତି ।ଏଥର ନିର୍ବାଚନରେ ପିଇବା ପାଣି, ଜଳସେଚନ, ଚିକିତ୍ସାସେବା, ଶିକ୍ଷାର ସୁବ୍ୟବସ୍ଥା, ମହିଳାଙ୍କ ସୁରକ୍ଷା ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇଛି । ଓବିସିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ, ଆଦିବାସୀଙ୍କ ସୁରକ୍ଷା ଓ ବଞ୍ଚିତ ବର୍ଗଙ୍କ ସମ୍ମାନ ପାଇଁ ଲଢିବ ବିଜେପି ।
ଏହାପୂର୍ବରୁ ସମ୍ବଲପୁରଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସ୍ବାଭିମାନ ସମ୍ବଲପୁର' ଦ୍ଵାରା ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ।ମାନବ ସମାଜରେ ସ୍ବାଭିମାନ ସହ ସେବା ମନୋଭାବ ତିଆରି କରିବାରେ ଏହି ସଂଗଠନ ପ୍ରେରଣାର ସ୍ରୋତ ହେଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: