ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା ନଳକୂପ ଖନନ ଗାଡ଼ି । ଏଥିରେ ୬ ଜଣ ଆହତ ହୋଇଛନ୍ତି । ଦୁଇଜଣ ଶ୍ରମିକ ଗାଡ଼ି ତଳେ ଚାପି ହୋଇ ରହିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି । ଗଂଜାମ - ଗଜପତି ସୀମାନ୍ତ ପାଟପୁର ଥାନା ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ନଳକୂପ ଖନନ ଗାଡ଼ି l ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ପହଁଚିଛି ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି । ଚାପି ହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି I
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଭୋଟ ପୂର୍ବରୁ ଗଞ୍ଜାମରେ ନିର୍ବାଚନୀ ହିଂସା । ବିଜେଡି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହେଲେ ବିଜେପି କର୍ମୀ । ପୋଷ୍ଟର ମରାକୁ କେନ୍ଦ୍ରକରି ଆକ୍ରମଣ କରିଛନ୍ତି ବିଜେଡି କର୍ମୀମାନେ । ଘଟଣା ଘଟିଛି ଗଞ୍ଜାମ ଏନ ଏ ସି ୬ ନମ୍ବର ୱାର୍ଡରେ। ବିଜେପି କର୍ମୀ ଜି.ଗୋବିନ୍ଦ ରେଡ୍ଡୀ ଙ୍କୁ ଅନ୍ୟ ଏକ ବିଜେଡି ଦଳର ସମର୍ଥକମାନେ ଠେଙ୍ଗା ଓ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ପ୍ରଥମେ ଗଞ୍ଜାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ଓ ଛାତିରେ ଗୁରୁତର ଆଘାତ ଲାଗିଛି। ଏନେଇ ପ୍ରତିବାଦ କରିବାରୁ ଗଞ୍ଜାମ ବ୍ଳକ୍, ଗଞ୍ଜାମ ଓ ରମ୍ଭା ଏନଏସିର ଶହ ଶହ ବିଜେପି କର୍ମୀ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ଏବଂ ବିନୋଦ ପାଢୀଙ୍କ ନେତୃତ୍ୱରେ ଗଞ୍ଜାମଉ ଡାକ୍ତରଖାନାରେ ପହଞ୍ଚି ହୋହଲ୍ଲା କରିଥିଲେ।
ଗଞ୍ଜାମ ଆଇଆଇସି ଏବଂ ସ୍ବତନ୍ତ୍ର ପୋଲିସ ସ୍କ୍ବାଡ ଡାକ୍ତରଖାନାରେ ପହଞ୍ଚି ବୁଝାଶୁଝା କରିବା ପରେ ମାମଲା ଥଣ୍ଡା ପଡିଥିଲା। ଗୋବିନ୍ଦ ଗତକାଲି ନିଜ ଅଞ୍ଚଳରେ ଦଳୀୟ ପ୍ରାଚୀରପତ୍ର ମାରିବା ବେଳେ ପ୍ରତିପକ୍ଷ ଦଳର କର୍ମୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଆଜି ବିଳମ୍ବିତ ସନ୍ଧ୍ୟାରେ ସେ କିଛି ପ୍ରାଚୀରପତ୍ର ଧରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଓ ସଂଘବଦ୍ଧ ଆକ୍ରମଣ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଜି ମାତୃ ଦିବସ, ମା’ଙ୍କ ପାଇଁ ଦିନଟିଏ । ବିଶ୍ୱବ୍ୟାପୀ ପ୍ରତ୍ୟେକଟି ମଣିଷ ଏହି ଦିବସକୁ ବେଶ ସହକାର ସହ ପାଳନ କରୁଛନ୍ତି । ଦୁନିଆରେ ଚଳନ୍ତି ପ୍ରତିମା ହେଉଛନ୍ତି ମା'। ଆଜି ମା'ଙ୍କର ସବୁ ସେହି ଯୋଗଦାନକୁ ଧନ୍ୟବାଦ ଜଣାଇବାକୁ ପ୍ରତିବର୍ଷ ମେ' ମାସର ଦ୍ବିତୀୟ ରବିବାରକୁ ମାତୃଦିବସ ଭାବେ ପାଳନ କରାଯାଏ। ମେ' ୧୨ ତାରିଖକୁ ମାତୃ ଦିବସ ଭାବେ ପରିଚିତ।
କିଏ କେକ୍ କାଟି ମାତୃ ଦିବସ ପାଳୁଛନ୍ତି ତ ଆଉ କିଏ ସୋସିଆଲ ମିଡିଆରେ ନିଜ ମାଙ୍କ ଫଟୋକୁ ସ୍ଥାନ ଦେଇ ମାତୃ ଦିବସ ପାଳନ କରୁଛନ୍ତି । ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ମା, ଏହାର ସଜ୍ଞାକୁ ଶବ୍ଦରେ ବଖାଣିବା ମଧ୍ୟ କଷ୍ଟକର । ତ୍ୟାଗ ଓ ତପସ୍ୟାର ପ୍ରତୀକ ମା ନିଜ ପିଲାର ଜନ୍ମଠୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ସମସ୍ତ ଅଳିଅଝଟ ଶୁଣିବା ସହ ଦାୟିତ୍ୱ ମଧ୍ୟ ତୁଲାଇଥାନ୍ତି ।
ମା' ଶବ୍ଦ ସ୍ୱର୍ଗଠାରୁ ବଡ଼ ହୋଇଥିବା ବେଳେ ଇଶ୍ୱରଙ୍କ ଠାରୁ ମଧ୍ୟ ମହାନ ହୋଇଥାଏ । ସେହି ପ୍ରେରଣାଦାୟୀ ମମତାମୟୀ ମଣିଷଟି ପାଇଁ ଆଜି ଦିନଟି ଉତ୍ସର୍ଗ ହୋଇଥିବା ବେଳେ ସମସ୍ତେ ମାତୃ ଦିବସ ପାଳନ କରୁଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର