ତେବେ ବ୍ୟାଙ୍କ ଭିତରକୁ ପଶି ନଅ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ କରି ଫେରାର ଥିବା ଜଣାପଡ଼ିଛି । ଏନେଇ ପୋଲିସ ପକ୍ଷରୁ ଉକ୍ତ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବରଗଡ : ବରଗଡ ଜିଲ୍ଲା ବରପାଲି ୟୁ ଜି ବି ବ୍ୟାଙ୍କ ରୁ ମହିଳା ପୋଷାକ ରେ ଆସି ୯ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ଅପରାହ୍ନ ୩ଟା ପାଖାପାଖିରେ ବ୍ୟାଙ୍କ କତୃପକ୍ଷ ଖାଇବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶିଥିଲେ ଏବଂ ତାହା ମଧ୍ୟରୁ ଜଣେ ମହିଳା ପୋଷାକ ପିନ୍ଧି ଥିବା ଆଲୋଚନା ହେଉଛି।
ତେବେ ବ୍ୟାଙ୍କ ଭିତରକୁ ପଶି ନଅ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ କରି ଫେରାର ଥିବା ଜଣାପଡ଼ିଛି । ଏନେଇ ପୋଲିସ ପକ୍ଷରୁ ଉକ୍ତ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦୁଝର: ୨୪ ବର୍ଷର ଶାସନ ପରେ ବି ଆଦିବାସୀ ଅଞ୍ଚଳରେ ପିଇବା ପାଣି ଓ ରାସ୍ତାର ସୁବିଧା କରିପାରୁନାହାନ୍ତି ରାଜ୍ୟସରକାର। ଆଜି ବି ପାଣି ପାଇଁ ଲୋକଙ୍କୁ ଦୂଷିତ ପାଣି ଉପରେ ନିର୍ଭର କରିବାକୁ ପଡୁଛି । ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ନିର୍ବାଚନ ପରେ ସବୁ ପ୍ରତିଶ୍ରୁତି ଭୁଲି ଯାଆନ୍ତି ଜନପ୍ରତିନିଧି ।
ଦେଖନ୍ତୁ ଏଦୃଶ୍ୟ ଉପରେ । କିଭଳି ପାଇପରୁ ବାହାରୁଛି କଳା କଳା ଦୂଷିତ ପାଣି । ସକାଳ ପାହିଲେ ପାଣି ଚିନ୍ତାରେ ଯୋଡ଼ା ବ୍ଲକ ବଲାଣୀ ପଞ୍ଚାୟତ ଗାଢା ସାହି ବାସିନ୍ଦା । ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ ।
ମହିଳାମାନଙ୍କୁ ଗରା, ହାଣ୍ଡି, ବାଲଟି ଧରି ଝିଙ୍କିରା ନାଳ ଉପରେ ଚୁଆ କରି ସେଠାରୁ ପାଣି ଆଣିବାକୁ ପଡୁଛି । ଆଦିବାସୀ ପରିବାର ମାନଙ୍କ ପାଇଁ ବସୁଧା ଯୋଜନାରେ ତିନୋଟି ନଳକୂପ ରହିଛି । କିନ୍ତୁ ନଳକୂପରୁ ଗୋଳିଆ ଓ ଦୂଷିତ ପାଣି ବାହାରୁଥିବାରୁ ତାହା ପିଇବା ଉପଯୋଗୀ ହୋଇପାରୁନଥିବା ଅଭିଯୋଗ ହୋଇଛି । କେବଳ ପାଣି କାହିଁକି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଗାଁଲୋକେ । ନା ଭଲ ରାସ୍ତା ଖଣ୍ଡିଏ ଅଛି ନା ଲୋକଙ୍କୁ ମିଳୁଛି ଉନ୍ନତ ଚିକିତ୍ସା ।
ଯିବା ଆସିବା ପାଇଁ ଲୋକଙ୍କୁ ଖାଲଖମା ରାସ୍ତା ଉପରେ ନିର୍ଭର କରିବାକୁ ପଡୁଛି । ଗମନା ଗମନ ପାଇଁ ପଞ୍ଚାୟତ ପକ୍ଷରୁ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପୋଲ ଅଧପନ୍ତରିଆ ଭାବେ ପଡ଼ି ରହିଛି । ଏସବୁ ସମସ୍ୟା ବାବଦରେ ଗ୍ରାମବାସୀ, ସ୍ଥାନୀୟ ୱାର୍ଡ ମେମ୍ବର ଓ ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନଥିବା ଅଭିଯୋଗ ହୋଇଛି । ବଲାଣୀ ପଞ୍ଚାୟତର ଲୋକେ ଆଜି ବି ସରକାରଙ୍କ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇରହିଛନ୍ତି । ନିର୍ବାଚନ ପୂର୍ବରୁ ପାଣି ଓ ରାସ୍ତା ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ନଚେତ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସମ୍ବଲପୁର: ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଭରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାମାଙ୍କନ ଭରୁ ଭରୁ ୨୪ ବର୍ଷର ସ୍ଥିର ସରକାର ଉପରେ ବର୍ଷିଛନ୍ତି । ମୌଳିକ ସୁବିଧାରୁ ବଂଚିତ ଅଛନ୍ତି ସାଧାରଣ ଲୋକ । ରୋଜଗାର ନାହିଁ, ଡାକ୍ତର ଖାନାରେ ଡାକ୍ତର ନାହାନ୍ତି, ସରକାରୀ ସ୍କୁଲରେ ଶିକ୍ଷକ ନାହାନ୍ତି, ମହିଳାଙ୍କ କଥା ଓଡିଶାରେ ଅକଥନୀୟ, ଗରିବଙ୍କ ପାଇଁ କଣ କରିଛନ୍ତି ସରକାର ? ଏସବୁ ଜନଆକ୍ରୋଶର ସମାଧାନ କେବେ ହେବ ? ସ୍ଥିର ସରକାର କେବଳ ସରକାର ଗଢିବାରେ ବ୍ୟସ୍ତ ? ସମସ୍ୟାର ସମାଧାନ କରିବ କିଏ ?
ଏହା ସହ ପ୍ରତିଶ୍ରୁତି ଦେଇ କହିଛନ୍ତି , ସମ୍ବଲପୁର ମୋ ଘର , ଓଡିଆ ମାଟିର ପୁଅ, ଓଡିଆ ଅସ୍ମିତାକୁ ବଜାୟୀ ରଖିବା ସହ ସୁଖ ଦୁଖର ସାଥୀ ହେବି । ସୁଖରେ ରହିବା ସହ ଲୋକଙ୍କର ସବୁ ସମସ୍ୟାର ସାଥୀ ହେବି । ଲୋକଙ୍କ ଆଙ୍କାକ୍ଷା ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ , କେନ୍ଦ୍ର ପ୍ରଶାସନ ସମସ୍ତଙ୍କ ପାଖରେ ବୈଷୟିକ ସ୍ତରରେ ସମସ୍ତ ପଦକ୍ଷେପ ନେବି । ଏ ସବୁ ପାଇଁ ବଚନ ଦେଲି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର