ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ସାଲେପୁରର ବିଜେଡି ବିଧାୟକ ପ୍ରାର୍ଥୀଙ୍କ ମିଶ୍ରଣ ପର୍ବରେ ସରକାରୀ କର୍ମଚାରୀ ଯୋଗ ଦେଇଥିବା ଅଭିଯୋଗ ହୋଇଛି । ସାଲେପୁର ହୋଇଥିବା ବିଜେଡିର ମିଶ୍ରଣ ପର୍ବରେ ରାଟୀଲୋ କଲେଜର କ୍ଳର୍କ ପର୍ଶୁରାମ ଶତପଥୀ, ପିଅନ ରଶ୍ମିରଞ୍ଜନ ପଣ୍ଡା ଉପସ୍ଥିତ ଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ବିଜେପି, କଂଗ୍ରେସ ଉଭୟେ ଦୁଇ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ଅଲଗା କାମ ପାଇଁ ସେଠାକୁ ଯାଇଥିବା ରାଟିଲୋ କଲେଜର କ୍ଳର୍କ ପର୍ଶୁରାମ ଶତପଥୀ କହିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟା ୧୫ରୁ ଅନୁଗୁଳରୁ ବାହାରି କଟକ ଆସିବେ । ମଧ୍ୟାହ୍ନ ୧୨ଟାରେ ଉପର ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବେ । ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୫ ସାଧାରଣ ସଭା । ମଧ୍ୟାହ୍ନ ୧୨ଟାର ୫୦ରେ କଟକରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ୧ଟା ୧୦ରେ ପହଞ୍ଚିବେ । ସେଠାରୁ ୧ଟା ୧୫ରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ୩୫ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୯୧୬୨ଟି ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି ୭୯ ଲକ୍ଷ ୬୯ ହଜାର ଭୋଟର । ନିର୍ବାଚନକୁ ଅବାଧ ନିରପେକ୍ଷ ଓ ସ୍ବଚ୍ଛ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଫ୍ଲାଇଙ୍ଗ ସ୍କ୍ବାଡ ସହ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ପ୍ରାୟ ୧୦୨ କମ୍ପାନୀ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିବା ବେଳେ ୬୦ଟି ବୁଥରେ ହେଉଛି ଲାଇଭ ଷ୍ଟ୍ରିମିଂ।
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲା ଗେରୁଆମୟ । ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ପୁରୀ ସହହରରେ ରୋଡ ସୋ’ କରିଥିଲେ ମୋଦି । ଏଥିପାଇଁ ମଧ୍ୟ ପୁରା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ମୋଦିଙ୍କ ରୋଡ ସୋ’ ପାଇଁ ପୁରା ସହରବାସୀଙ୍କ ମଧ୍ୟରେ ଭିନ୍ନ ପ୍ରକାରର ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ପୁଣି ଓଡ଼ିଶାରେ ମୋଦି ଧମାକା
ଏବେ ପ୍ରଧାନମନ୍ତ୍ରୀ ଅନୁଗୁଳ ଗସ୍ତରେ କରିବେ । ସେଠାରେ ୧୦ଟା ୨୫ରେ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିବେ । ୧୦ଟା ୩୦ରୁ ୧୧ଟା ୧୫ ସାଧାରଣ ସଭା । ୧୧ଟା ୧୫ରୁ ଅନୁଗୁଳରୁ ବାହାରି କଟକ ଯିବେ । ମଧ୍ୟାହ୍ନ ୧୨ଟାରେ ଉପର ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବେ । ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୫ ସାଧାରଣ ସଭା । ମଧ୍ୟାହ୍ନ ୧୨ଟାର ୫୦ରେ କଟକରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ୧ଟା ୧୦ରେ ପହଞ୍ଚିବେ । ସେଠାରୁ ୧ଟା ୧୫ରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ ।