ମୋଦି ଜଗନ୍ନାଥଙ୍କ କ୍ଷେତ୍ରକୁ ଭବ୍ୟ ବନାଇବ, ଏହା ମୋଦି ଗ୍ୟାରେଣ୍ଟି ବୋଲି କହିଛନ୍ତି ପିଏମ୍ । ଏହାସହ ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ରକୁ ସ୍ଥାନିତ କରାଯାଇଥିଲା । ବିଶ୍ବର ସବୁ ବଡ଼ ନେତାଙ୍କୁ ଏହାକୁ ଦେଖିଲେ, ଓଡ଼ିଶାର ଐତିହ୍ୟ ଜାଣିଲେ ବୋଲି କହିଛନ୍ତି ମୋଦି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ବିଜେପି ଶିବିରରେ ଉତ୍ସାହ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତକୁ ନେଇ ରାଜ୍ୟବ୍ୟାପୀ ଦେଖାଦେଇଛି ମୋଦିଙ୍କ ଲହର । ବ୍ରହ୍ମପୁର ଓ ନବରଙ୍ଗପୁର ସଭାରେ ୨୫ ବର୍ଷର ବିଜେଡି ସରକାରର ବିଫଳତାକୁ କରିଛନ୍ତି ଟାର୍ଗେଟ ।ଓଡ଼ିଆ ସଂସ୍କୃତି ପ୍ରସଙ୍ଗରେ ବି ମୋଦି କରିଛନ୍ତି ଟାର୍ଗେଟ । ମୋଦିଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ଓଡ଼ିଶା ବାସୀ । ୨୫ ବର୍ଷର ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତାକୁ ବୁଝୁନାହାନ୍ତି । ଓଡ଼ିଆ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବାକୁ ପ୍ରଥମେ ଓଡ଼ିଆ ବୁଝିବା ଦରକାର । ମୁଖ୍ୟମନ୍ତ୍ରୀ ଓଡ଼ିଆ ବୁଝୁନାହାନ୍ତି । ସେ ଲୋକଙ୍କ ଦୁଃଖ କଣ ବୁଝିବେ ବୋଲି ମତ ପ୍ରକାଶ ପାଇଛି ।
ମୋଦି ଜଗନ୍ନାଥଙ୍କ କ୍ଷେତ୍ରକୁ ଭବ୍ୟ ବନାଇବ, ଏହା ମୋଦି ଗ୍ୟାରେଣ୍ଟି ବୋଲି କହିଛନ୍ତି ପିଏମ୍ । ଏହାସହ ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ରକୁ ସ୍ଥାନିତ କରାଯାଇଥିଲା । ବିଶ୍ବର ସବୁ ବଡ଼ ନେତାଙ୍କୁ ଏହାକୁ ଦେଖିଲେ, ଓଡ଼ିଶାର ଐତିହ୍ୟ ଜାଣିଲେ ବୋଲି କହିଛନ୍ତି ମୋଦି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ବାରବାଟୀ-କଟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନିଆରା ପ୍ରଚାର । ଭୋଟରଙ୍କୁ ପଦ୍ମ ଫୁଲ ଦେଇ ସମର୍ଥନ ଲୋଡିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଆଜି କଟକ ଡଗରପଡ଼ା ହନୁମାନ ମନ୍ଦିର ନିକଟରୁ ବିଜେପି କର୍ମୀ ଏବଂ ସମର୍ଥକଙ୍କ ସହ ଅଲିଶା ବଜାର ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ଘରକୁ ଘର ବୁଲି ଭୋଟରଙ୍କ ହାତରେ ଫୁଲ ଦେଇ ଭୋଟ୍ ମାଗିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଘରକୁ ଘର ବୁଲି ସ୍ବାମୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏହା ପରେ ପ୍ରତିକ୍ରିୟା ଦେଇ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି କଟକରେ ଲୋକ ପଦ୍ମ ଫୁଲ କୁ ଭଲ ପାଉଛନ୍ତି ଏଥର ପଦ୍ମ ଫୁଲ ରେ ଭୋଟ ଦେଇ ଆଶ୍ରିବାଦ କରିବେ । ଅନ୍ୟପଟେ ଆସନ୍ତା କାଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଗସ୍ତରେ ଆସୁଛନ୍ତି କର୍ମୀ ମାନେ ବେଶ ଉତ୍ସହିତ ଅଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନିଶ୍ଚିତ କଟକରେ ପ୍ରଭାବ ପକାଇବ ।
ଅର୍ଗସ ବ୍ୟୁରୋ : ବୋହୂର ମାଡରେ ୬୫ବର୍ଷୀୟ ଶାଶୂ ଗୁରୁତର । ଗୁରୁତର ଶାଶୂଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଗ୍ରାମବାସୀ ମାନେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ମାଡ଼ ମାରିଥିବା ବେଳର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକର ବାଗଦା ବିନାୟକପୁର ଗାଁରେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗୁରୁତର ସେହି ଗାଁର ରବିମଣି ପଣ୍ଡା । ତେବେ ପାରିବାରିକ ଝଗଡାକୁ ନେଇ ଏମିତି କାଣ୍ଡ ଘଟିଥିବା ଜଣାପଡିଛି । ତେବେ ବୋହୂ ଶାଶୂକୁ ବାଉଁଶରେ ଅତି ଅମାନୁଷିକ ଭାବେ ମାଡ଼ ମାରୁଥିବା ସମୟରେ କେହି ଜଣେ ବ୍ୟକ୍ତି ସେ ଘଟଣାକୁ ମୋବାଇଲରେ ରେକଡିଂ କରିଥିଲେ । ଆଉ ସେହି ଭିଡିଓ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି ।
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃଢ କରିବା ସହିତ ମିଶ୍ରଣ ପର୍ବରେ ନବାଗତଙ୍କୁ ସ୍ବାଗତ ଜଣାଇ ନିଷ୍ଠାପର ଭାବେ ଦଳର ବିଜୟୀ ପାଇଁ କାର୍ଯ୍ୟକରିବାକୁ ଆହ୍ବାନ କରିଛନ୍ତି ଶ୍ରୀଯୁକ୍ତ ସାମଲ ।
ଆଜି ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟା ବ୍ଲକର କରକଚିଆ ଠାରେ "ଜନଆଶିର୍ବାଦ ଶୋଭା" କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେବାପରେ ବାରିପଦା ସ୍ଥିତ ଜିଲ୍ଲା ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଶ୍ରୀ ସାମଲ । ଉକ୍ତ ମିଶ୍ରଣ ପର୍ବରେ ଶ୍ରୀଯୁକ୍ତ ସାମଲ ବିଜେପିର ନିର୍ବାଚନୀ ଇସ୍ତାହାର ବାବଦରେ ସମସ୍ତଙ୍କୁ ଅବଗତ କରାଇବା ସହ ମୋଦି ଗ୍ୟାରେଣ୍ଟିର ବାର୍ତ୍ତା ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଚଳିତ ନିର୍ବାଚନରେ ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ହେବାନେଇ ନିଜର ଦୃଢକ୍ତି ପ୍ରକାଶ କରିବା ସହ ବିଜେପି ସପଥ ଗ୍ରହଣ ପରେ ରାଜ୍ୟବାସୀଙ୍କ ପାଇଁ ବିଜେପିର ପ୍ରଥମ କାର୍ଯ୍ୟକ୍ରମ କଣ ରହିବ ସେନେଇ ନିଜ ଭାଷଣରେ ପ୍ରକାଶ କରିଥିଲେ ।
ତେବେ ଉକ୍ତ ମିଶ୍ରଣ ପର୍ବରେ ଜିଲ୍ଲାର ଏକ ଅଗ୍ରଣୀ ଯୁବସଂଗଠନ 'ଭଞ୍ଜସେନା' ରେ ଦୀର୍ଘ ବର୍ଷ ଧରି ଜିଲ୍ଲା ଯୁବସଭାପତି ଭାବେ କାର୍ଯ୍ୟ କରିଆସିଥିବା ସୌମ୍ୟ ରଞ୍ଜନ ମିଶ୍ର (ସୋମୁ) ତାଙ୍କର ହଜାର ହଜାର ସମର୍ଥକଙ୍କୁ ଦ୍ବାରା ତକତପୁର ଛକ ନିକଟରୁ ଏକ ବିଶାଳ ପଟୁଆରରେ ବାହାରି ବିଜେପି ର ଏହି 'ମହାମିଶ୍ରଣ ପର୍ବରେ' ଯୋଗଦେଇଥିଲେ । ସେହିପରି ବିଜେଡି ଦଳରୁ ମଧ୍ୟ ପୂର୍ବତନ ଯୁବନେତା ଶଙ୍କର୍ଷଣ ପଣ୍ଡା ଏବଂ ଅନେକ ବିଜେଡି କର୍ମୀ ମଧ୍ୟ ବିଜେଡି ଛାଡି ପଦ୍ମ ଧରିଥିଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତାରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ଯୋଗଦାନ କରିଥିବା ନେଇ ପ୍ରକାଶ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ ଏହି ଭଳି ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ପାଖାପାଖି ୫୦୦ ଅଧିକ କର୍ମୀ ବିଭିନ୍ନ ଦଳ ପରିତ୍ୟାଗ କରି ବିଜେପି ଦଳରେ ନିଜକୁ ସାମିଲ ହୋଇଥିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ଜିଲ୍ଲା ସଭାପତି କାନ୍ଦରା ସୋରେନ , ବିଜେପି ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀ, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକରଣା ବିଜେପି ପ୍ରାର୍ଥୀ ଭାଦବ ହାଁସଦା ଓ ମୋରଡା ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ସହ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ବିଜେପି ଦଳୀୟ ଉତ୍ତରୀୟ , ଟୋପି ପିନ୍ଧାଇ ନବାଗତଙ୍କୁ ଦଳକୁ ସ୍ବାଗତ କରିଥିଲେ ।