ବନ୍ଦର ନଗରୀ ପାରାଦୀପରେ କଡ ଲେଉଟାଉଛି ରାଜନୀତି । ଗତକାଲି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜଗତସିଂହପୁର ଓ ତିର୍ତ୍ତୋଲ ବିଧାନସଭା ପ୍ରାର୍ଥୀ ନାମ ଘୋଷଣା କରାଯାଇଛି ।
ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଦଳ ପୁଣି ଥରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ଭରସା କରି ଟିକେଟ୍ ଦେଇଛି । ସେହିପରି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଟିକେଟ ନଦେଇ ସେହି ଆସନରୁ ରମାକାନ୍ତ ଭୋଇଙ୍କୁ ଦଳ ସୁଯୋଗ ଦେଇଛି ।
ସେପଟେ ବାଲିକୁଦା-ଏରସମା ଓ ପାରାଦୀପ ଆସନକୁ କିନ୍ତୁ ପୁଣି ଝୁଲାଇ ରଖିଛି ବିଜେଡି । ସେପଟେ ଦଳ କାହାକୁ ଟିକେଟ୍ ଦେଉଛି ଦେଖିବାକୁ ବାକି ରହିଲା ।
ଆହୁରି ପଢନ୍ତୁ ଓଡିଶା ଖବର...