ନିର୍ବାଚନ ସମୟରେ ଫାଇଭ-ଟି ବ୍ୟାଗ୍ ବିକ୍ରି ହେଉଛି ମାତ୍ର ୫୦ ଟଙ୍କାରେ । ବେପାରୀ ଜଣକ ବସିଛନ୍ତି...ବ୍ୟାଗ୍ ମାତ୍ର ୫୦ ଟଙ୍କାରେ ନେଇକି ଯାଇ ବୋଲି ଡାକୁଛନ୍ତି । ସେ ଦୃଶ୍ୟ ଦେଖିବା ପରେ ଆପଣଙ୍କୁ କଷ୍ଟ ଲାଗିବ । ଆଉ କହିବେ, ଏ ବ୍ୟାଗ୍ ଲୋକଙ୍କୁ ଦେବାକୁ ସରକାର ବାହାର ରାଜ୍ୟରେ ତିଆରି କରିଥିଲେ । ଏବେ ପୁଣି ବାହାର ରାଜ୍ୟରେ ବିକ୍ରି କରିଦେଲେ । ଯଦି ବ୍ୟାଗ୍ ବିକ୍ରି କରିବାର ଥିଲା ତାହାଲେ ଆମ ରାଜ୍ୟରେ କଲେନି ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ମୁମ୍ବାଇରେ ବିକ୍ରି ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା ତିଆରି ହୋଇଥିବା ବ୍ୟାଗ୍ । ଫୁଟପାଥରେ ବସି ଜଣେ ବ୍ୟକ୍ତି ବ୍ୟାଗ୍ ବିକୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇକୁ ଘୂରି ବୁଲୁଛି । ଆମ ଓଡିଶା -ନବୀନ ଓଡିଶା ଲେଖାଥିବା ସହ ଏଥିରେ ଓଡ଼ିଶା ରାଜ୍ୟ ସରକାରଙ୍କ ଲୋଗୋ ବି ରହିଛି । ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୯୫ ଲକ୍ଷ ବ୍ୟାଗ ତିଆରି ହୋଇଥିଲା । କିନ୍ତୁ ଏହି ବ୍ୟାଗକୁ ନେଇ କେତେ ଖର୍ଚ୍ଚ ହୋଇଛି, କେଉଁ ସଂସ୍ଥା ନିର୍ମାଣ କରିଛି ସେ ନେଇ ରାଜ୍ୟ କୌଣସି ତଥ୍ୟ ଦେଇ ନଥିଲେ । ହେଲେ ଏବେ ରାଜ୍ୟ ସରକାରଙ୍କ ଏ ବ୍ୟାଗ୍ ଏବେ ଯେମିତି ଖୋଲା ମାର୍କେଟ୍ରୁ ବୁଲୁଛି ତାହାକୁ ନେଇ ଚର୍ଚ୍ଚା ଜୋର ।