ଏପଟେ କଟକ ସଦର ସଂରକ୍ଷିତ ବିଧାନସଭା ଆସନରେ ଏଥର ବିକାଶ ବନାମ ଭ୍ରଷ୍ଟାଚାରକୁ ନେଇ ନିର୍ବାଚନ ଲଢ଼ିବେ ୩ ପ୍ରମୁଖ ପ୍ରତିଦ୍ବନ୍ଦୀ । ପୂର୍ବରୁ ୨ ପ୍ରମୁଖ ପ୍ରତିଦ୍ବନ୍ଦୀ ବିଜେଡି ଏବଂ ବିଜେପିର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ବେଳେ ଆଜି ଶେଷ ଦିନରେ କଟକ ସଦର ପାଇଁ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ଗୋଛାୟତ ନାମାଙ୍କନ ଭରିଛନ୍ତି । କଟକ ସଦର ନିର୍ବାଚନୀ କ୍ଷେତ୍ରରେ ବ୍ୟାପକ ଭ୍ରଷ୍ଟାଚାର ହୋଇଛି, ଯାହାକୁ ପ୍ରସଙ୍ଗ କରି ସେ ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏଥିସହ ଏହି ନିର୍ବାଚନ ମଣ୍ଡଳୀରେ ଜଳସେଚନ ସମସ୍ୟା ଏବଂ ଶୀତଳ ଭଣ୍ଡାର ଅଚଳ ପ୍ରସଙ୍ଗକୁ ନେଇ ଭୋଟର ପରିବର୍ତ୍ତନ ନିଶ୍ଚିତ କରିବେ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ । ସେପଟେ କଟକ ଚୌଦ୍ୱାରରୁ ବିଜେଡି ଟିକେଟରୁ ଆଶାୟୀ ଥିବା ରୂପାଲି ଲେଙ୍କା ମଧ୍ୟ ନିଜ ସମର୍ଥକଙ୍କ ସହ ଆସି ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶେଷ ଦିନରେ ନାମାଙ୍ନ ଭରିଛନ୍ତି ବାକି ଥିବା ପ୍ରାର୍ଥୀ । ଆସନ୍ତାକାଲି ପ୍ରାର୍ଥୀ ପତ୍ର ଯାଞ୍ଚ ହେବାକୁ ଥିବା ବେଳେ ୯ ତାରିଖ ଦିନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାର ସମୟ ରହିଛି ।