ଧାମନଗର ଉପ ନିର୍ବାଚନରେ ବିଜେପିର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ୍ ବିଜୟ ହାସଲ କରିବା ପରେ ୧୫ ମାସ ଭିତରେ ସୂର୍ଯ୍ୟବଂଶୀ ସୁରଜଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି । ଯାହା ବିରୋଧୀ ବିଜେଡି ଉପରେ ଭାରି ପଡିଛି । ବିଜେପି ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିବା ପରେ ଏବେ ନିର୍ବାଚନ ମଇଦାନରେ ସୂର୍ଯ୍ୟବଂଶୀ । ପ୍ରାର୍ଥୀ ହେବା ପରେ ସୂର୍ଯ୍ୟବଂଶୀ କହିଛନ୍ତି ଧାମନଗର ବନ୍ୟା ନିୟନ୍ତ୍ରଣ ସହ ବେକାରୀ ସମସ୍ୟା ଦୂର କରିବି ଯାହାକୁ ନେଇ ସୁରଜଙ୍କ ପଲା ଭାରି ଥିବା ଦେଖିବାକୁ ମିଳିଛି ।
ସବୁଠାରୁ ବଡ଼ କଥା ହେଉଛି, ଧାମନଗର ଅଞ୍ଚଳରେ ଆଉ କେହି ରହିବେ ନାହିଁ ବେକାରୀ ଯୁବକ-ଯୁବତୀ । ଆଉ, ଯିବେ ନାହିଁ ଧାମନଗର ଅଞ୍ଚଳର ପାଠ ପଢୁଆ ଯୁବକ-ଯୁବତୀ ଦାଦନ ଖଟିବାକୁ । ବେକାରୀ ସମସ୍ୟାର ଖୁବ୍ ଶୀଘ୍ର ହେବ ସମାଧାନ ହେବ ବୋଲି କହିଛନ୍ତି ଧାମନଗର ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ।
କିନ୍ତୁ ବିଜେଡି ପ୍ରାର୍ଥୀ ଡକ୍ଟର ସଞ୍ଜୟ ଦାସଙ୍କ ଯୁବକଙ୍କ ମାନଙ୍କୁ ରାଜନୀତିରେ ଆଗେଇ ଆସିବାକୁ କହିଛନ୍ତି, ଏହା ସହ ଯୁବକ ମାନେ ଚାହିଁଲେ ଧାମନଗର ବିକାଶ ଆଗକୁ ଯିବ କହିଛନ୍ତି ଧାମନଗର ବିଜେଡି ପ୍ରାର୍ଥୀ ଡକ୍ଟର ସଞ୍ଜୟ ଦାସ ।
ସେପଟେ କଂଗ୍ରେସ ମଧ୍ୟ ଧାମନଗରରେ ବିଜେପି ଓ ବିଜେଡ଼ିକୁ କଡ଼ା ଟକର ଦେବା ପାଇଁ ଦଳ ଏଥର ଯୁବ କଂଗ୍ରେସ ନେତା ରଞ୍ଜନ କୁମାର ବେହେରାଙ୍କୁ ପ୍ରାର୍ଥୀ କରିଛି । ଚଳିତ ନିର୍ବାଚନରେ ପ୍ରଚାର ପ୍ରସାର ନୁହେଁ ବରଂ ଏଥରେ ଆମେ ଧାମନଗରରେ ବିଜୟ ଜୋରଦାର ଲଢେଇ କରିବୁ ବୋଲି କଂଗ୍ରେସ ପ୍ରାର୍ଥୀ ରଞ୍ଜନ କୁମାର ବେହେରା କହିଛନ୍ତି । ତେବେ ଦେଖିବାକୁ ରହିଲା ଧାମନଗରବାସୀ କାହାକୁ ଭରଷା କରୁଛନ୍ତି । ବିଜେପି ନା ବିଜେଡି ନା କଂଗ୍ରେସ ।