ରାଜ ପରିବାରର ବୋହୂ ଅଦ୍ରିଜା । ଅର୍କେଶ ସିଂଦେଓଙ୍କ ପତ୍ନୀ । ପୂର୍ବରୁ ଅଦ୍ରିଜା ନିଜ ସ୍ବାମୀ ଅର୍କେଶ ନାରାୟଣ ସିଂଦେଓ, ଶ୍ବଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ଓ ଦେଢଶୂର କଳିକେଶ ସିଂହଦେଓଙ୍କ ନାଁରେ ଯୌତୁକ ନିର୍ଯାତନା ଓ ମାରପିଟ୍ ନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ବିଜେଡିର ହେଭିୱେଟ୍ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁଣ୍ଠାବୋଧ କରୁଥିଲା ପୋଲିସ । ଏବେ ପ୍ରଥମ ଥର ପାଇଁ ପ୍ରେସମିଟ୍ କରିଛନ୍ତି ଅଦ୍ରିଜା । ସେ କହିଛନ୍ତି, ମୁଁ କୌଣସି ଦଳ ପାଇଁ ଆସିନି, ମୋତେ ନ୍ୟାୟ ମିଳୁ । ଯଦି ମୋତେ ନ୍ୟାୟ ମିଳୁନି, ଅନ୍ୟମାନଙ୍କ ଅବସ୍ଥା କ'ଣ ଥିବ ବୋଲି ସେ କହିଛନ୍ତି । ବାଲାଙ୍ଗିର ବୁଲି ନିଜ ନିର୍ଯାତନା କାହାଣୀ ଲୋକମାନଙ୍କୁ କହିବେ ବୋଲି କହିଛନ୍ତି ଅଦ୍ରିଜା ମଞ୍ଜରୀ । ମୁଖ୍ୟମନ୍ତ୍ରୀଙ୍କ ହାତରେ ନାହିଁ କି ଆଉ ବିଜେଡି କଣ୍ଟ୍ରୋଲ । ମହିଳା ସମ୍ମାନ କଥା କହୁଥିବା ବିଜେଡିରେ ଏ କି ପ୍ରକାର ବିଚାର । ଯାହାକୁ ନେଇ ବିରୋଧୀ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇଥିବା ବେଳେ, ମୁଖ୍ୟମନ୍ତ୍ରୀ ଭିଡିଓରେ ଆଉ ଗୁମାସ୍ତା ହାତରେ ରିମୋର୍ଟ ବୋଲି ଯାହା କୁହାଯାଉଥିଲା, ତାହା ଏବେ ସତ ହେବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର