ବ୍ରହ୍ମପୁର : ବ୍ରହ୍ମପୁର ଗ୍ୟାଙ୍ଗ୍ ରେପ୍ ଅଭିଯୁକ୍ତ କାହା ସୁରକ୍ଷାରେ ? । କାହିଁକି ହାତବାନ୍ଧି ଚୁପ୍ ବସିଛି ପୋଲିସ ? । ବିଜେପି ଆଣିଲା ସଙ୍ଗୀନ ଅଭିଯୋଗ, 3 ଜଣ ବିଧାୟକ ପକାଉଛନ୍ତି ଚାପ । କିଏ ସେ ବିଧାୟକ ମାନେ ? ଅଭିଯୁକ୍ତ ମାନଙ୍କ ସହ ତାଙ୍କର କି ସମ୍ପର୍କ ? । ଇଲେକସନ୍ ପାର୍ କରିଦେବାପାଇଁ ହୋଇଛି କି ଉଦ୍ୟମ ? । ପୁଣି କାଠଗଡାରେ ବିଜେଡି ନେତା, ଆଉ ବିବାଦରେ ବ୍ରହ୍ମପୁର ପୋଲିସ ।
ମାକୁ ସମ୍ମାନ କଥା କହୁଥିବା ବିଜେଡି ଦଳ ବ୍ରହ୍ମପୁର ଗ୍ୟାଙ୍ଗରେଫ୍ ଘଟଣାରେ ପୁଣି କାଠଗଡାରେ । ଦଳର ବିଧାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେପି ମହିଳା ମୋର୍ଚ୍ଚା । ଆଉ ସିଧାସିଧା ନିଶାନା କଲା ବିଜେଡି ବିଧାୟକଙ୍କୁ । ଆଉ ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦେବାପାଇଁ ପୋଲିସ ଉପରେ ଚାପ ପଡିଥିବା କଥା କହିଛି ବିଜେପି । ଆଉ ନିର୍ବାଚନ ସମୟ ଗଡାଇ ଦେବାପାଇଁ ହୀନ ଉଦ୍ୟମ ହୋଇଥିବା ବେଳେ ପୋଲିସ କାହିଁକି ଚୁପ୍ ହୋଇ ବସିଛି ଏହାକୁ ନେଇ ବିଜେପି ଉଠାଇଛି ପ୍ରଶ୍ନ ।
କିଏ ଏଇ ରୁତୁନ ଦାସ। ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ରୁତୁନ ଦାସ ହିଁ ତାଙ୍କୁ ଡାକି ନେଇଥିଲା ମେସକୁ ।
ଏଇ ରୁତୁନ ହିଁ ଡ୍ରିଙ୍କସରେ ନିଶା ମିଶାଇ ଦେଇଥିଲା ଛାତ୍ରୀଙ୍କୁ। ଛାତ୍ରୀ ଜଣଙ୍କ ହୋସରେ ନଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହେଲେ। ବ୍ରହ୍ମପୁରର ଏଭଳି ଲୋମଟାଙ୍କୁରା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବେ ସନ୍ଦେହ ଘେରରେ। ନଜର ପକାନ୍ତୁ ବିକ୍ରମ ଜେନାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ। ସେ ଅଲ ଓଡ଼ିଶା ଡିପ୍ଲୋମା ଷ୍ଟୁଣ୍ଡେଣ୍ଟ ଆସୋସିଏସନର ସଭାପତି ବୋଲି ଉଲ୍ଲେଖ କରିଛନ୍ତି। ତା ସହିତ ଲେଖାହୋଇଛି THE KING MAKER।
ଅଭିଯୋଗ ହେଉଛି ବିକ୍ରମ ବିଜେଡିର ଛାତ୍ର ନେତା। ବିଜେଡିର ବଡ଼ ନେତା ମାନଙ୍କ ସହ ତାଙ୍କ ଫଟୋ ବି ଆସିଛି ସାମ୍ନାକୁ । ବିଧାୟକ ବିକ୍ରମ ପଣ୍ଡାଙ୍କ ଖାସ୍ ବିକ୍ରମ ବୋଲି ଅଭିଯୋଗ ବି ହୋଇଛି । ଆଉ ବିକ୍ରମଙ୍କୁ ବଞ୍ଚାଇବା ପାଇଁ ବିଜେଡିର ବିଧାୟକ ମାନେ ଚାପ ପକାଉଥିବା କଥା କହିଛି ବିଜେପି । ବ୍ରହ୍ମପୁରରେ ଘଟିଥିବା ଏପରି ଅଭାବନୀୟ ଘଟଣା ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଛି । ଜଣେ ନାବାଳିକାଙ୍କୁ ଜଘନ୍ୟ ଭାବେ ଗ୍ୟାଙ୍ଗ୍ ରେଫ୍ ହୋଇଥିଲେ ହେଁ କାହିଁକି ମୁହଁ ଖୋଲୁନାହାନ୍ତି ବିଜେଡିର ବିଧାୟକ ମାନେ । ମହିଳା ସମ୍ମାନର କଥା କହୁଥିବା ବିଜେଡି ଦଳ କାହିଁକି ଚୁପ୍ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା । ରାଜ୍ୟରେ ସରକାର ଗଠନ ଲକ୍ଷ୍ୟରେ ଏଥର ଆରପାର୍ ଲଢେଇ । ଜଣେ ଜଣେ କେନ୍ଦ୍ରୀୟ ତୁଙ୍ଗନେତା ଓଡ଼ିଶା ଗସ୍ତରେ ଆସି ନେତା ଓ କର୍ମୀଙ୍କୁ ଜୋଶ୍ ବଢ଼ାଉଥିବାବେଳେ ବିଜୟ ମନ୍ତ୍ର ଦେବାକୁ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ 24 ମହାଲଢେଇରେ ପ୍ରଧାନମନ୍ତ୍ରୀଙ୍କ ଏଣ୍ଟ୍ରି, ରାଜ୍ୟରେ କ୍ଷମତା ପରିବର୍ତ୍ତନର ମୁଳଦୂଆ ପକାଇଥିବା ଚର୍ଚ୍ଚା ଲାଗି ରହିଛି । ଏପଟେ ପୁଣି ଆସନ୍ତା 20 ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପୁରୀରେ ବିଶାଳ ରୋଡ ଶୋ କରିବା ସହ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ମୋଦି । ଶନିବାର ରାଜ୍ୟରେ ସ୍ଥାଣୁ ପାଲଟିଥିବା ଶାସନ ବ୍ୟବସ୍ଥା ଉପରେ ଜୋରଦାର ଆଟାକ୍ କରି ଓଡ଼ିଶାର ଦୁର୍ଗତି, ଓଡ଼ିଶାବାସୀଙ୍କ ଦୁଃସ୍ଥିତି ପାଇଁ ବିଜେଡି ସରକାର ଓ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ ମୋଦି ।
ସେହିପରି ଆସନ୍ତା 15 ତାରଖରେ ରାଉରକେଲା, ସୋରଡ଼ା ଓ କଣ୍ଟାବାଞ୍ଜିରେ ନିର୍ବାଚନ ପ୍ରଚାର କରିବାକୁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା 17 ତାରିଖରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ହିଞ୍ଜଳି, ସୁନ୍ଦରଗଡ଼ ଓ ପଦ୍ମପୁରରେ ନିର୍ବାଚନ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଜନତାଙ୍କ ଆଶୀର୍ବାଦ ଲୋଡ଼ିବେ ନଡ୍ଡା । ମୋଦି, ଶାହ ଓ ନଡ୍ଡାଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ।
ଓଡ଼ିଶାରେ ସରକାର କରିବାକୁ ଲକ୍ଷ୍ୟ ସ୍ଥିର କରିସାରିଛି ବିଜେପି । ଇସ୍ତାହାରରେ 21 ସଂକଳ୍ପ ସାମିଲ କରି ରାଜ୍ୟ ବିକାଶର ରୋଡମ୍ୟାପ୍ ରାଜ୍ୟବାସୀଙ୍କ ଆଗରେ ରଖିସାରିଛି ଦଳ । ରାଜ୍ୟରେ 25 ବର୍ଷର ସରକାର ପରିବର୍ତ୍ତନର ଆହ୍ବାନ ଶୁଣାଇ ବିଜେଡି ଶିବିରରେ ଛନକା ଭରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି । ଏବେ ପୁଣି ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିବା ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ପହଞ୍ଚିବାକୁ ଯାଉଛନ୍ତି ବିଜେପି ତୁଙ୍ଗ ନେତା । 2019 ନିର୍ବାଚନରେ 34 % ଭୋଟ୍ ହାସଲ କରି ରାଜ୍ୟରେ ବିରୋଧୀ ଦଳ ବନିଥିଲା ବିଜେପି । 24 ନିର୍ବାଚନରେ ରାଜ୍ୟରେ ଏକାକୀ ସରକାର ଗଠନ କରିବାର ଲକ୍ଷ୍ୟ ନେଇ ଆରପାର୍ ଲଢେଇ ଜାରି ରଖିଛି ବିଜେପି ।
ଅଧିକ ପଢ଼ନ୍ତୁ ଦେଶ ଖବର: