ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ଅନୁସାରେ, ମୁରଲି ଘରେ ଶୋଇଥିବା ବେଳେ ତାଙ୍କ ବାପା ବାରଣ୍ଡାରେ ଶୋଇଥିଲେ । ତେବେ ବାପା ପାଣି ପିଇବା ଲାଗି ଘର ଭିତରକୁ ଯାଇଥିବା ବେଳେ ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ପୁଅକୁ ଚିକିତ୍ସା ଲାଗି ହିଞ୍ଜିଳି ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ସେଠାରେ ମୁରଲିଙ୍କୁ ମୃତ ଘୋଷଣା କରିଥିଲେ । ପୁରୁଷୋତ୍ତମପୁର ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।