ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ବି କଲବଲ କରିବ ତାତି । ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ଲହରୀ। ଏପ୍ରିଲ ମାସରେ ରେକର୍ଡ ଭାଙ୍ଗିଛି ତାତି। ୩ ସହରର ତାପମାତ୍ରା ୪୪ ଡ଼ିଗ୍ରୀ ପାର ହୋଇଛି। ସେହିଭଳି ୧୪ ସହରରେ ତାପମାତ୍ରା ୪୩ ଡ଼ିଗ୍ରୀ ଛୁଇଁଛି। ଗତକାଲି ଅନୁଗୁଳରେ ଦିନ ତାପମାତ୍ରା ସର୍ବାଧିକ ୪୪.୭ ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ 4 ଦିନ ପାଇଁ ଏହି ହିଟୱେଭ ଜାରି ରହିବ। ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡା ବୌଦ୍ଧ, ସୋନପୁର ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସକାଳୁ ସକାଳୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କନ୍ଧମାଳ ସଭାରେ ବିଜେଡି ଉପରେ ଧୁମ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାର କନ୍ଧମାଳକୁ ଆକାଂକ୍ଷୀ ଜିଲ୍ଲା ଘୋଷଣା କରିଛି । ବିଜେଡି ନେତାମାନେ ଆଦିବାସୀଙ୍କ ଜମି ହଡ଼ପ କରିଚାଲିଛନ୍ତି । ବିଜେପି ସରକାର ଆସିଲେ ଜମି ମାଫିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ବିଜେଡିର କୁଶାସନ ହଟାଇବାକୁ ପଦ୍ମରେ ଭୋଟ ଦିଅନ୍ତୁ ବୋଲି କହିଛନ୍ତି ମୋଦି । ଏଭଳି ଅସମ୍ବେଦନଶୀଳ ସରକାର ଏଠାରେ ରହିବା ଅନୁଚିତ୍ ।
ଓଡ଼ିଶା ସରକାରଙ୍କ ଉଦାସୀନତା କାରଣରୁ ଏଠି ପର୍ଯ୍ୟଟନ ଆଣ୍ଠେଇଛି । ବିଜେପି ସରକାର ଆସିଲେ ଏଠାରେ ପର୍ଯ୍ୟଟନର ଦ୍ରୁତ ବିକାଶ ହେବ । ବିଜେପି ସରକାର କଲେ ଧାନ କ୍ଵିଣ୍ଟାଲ 3100 ଟଙ୍କାରେ କିଣାଯିବ । ବିଜେଡି ସରକାର ହଳଦୀ ଚାଷୀଙ୍କ ଅବସ୍ଥା ପୂରା ବେହାଲ କରିଛି । ବିଜେପି ଆସିଲେ କନ୍ଧମାଳରେ ମସଲା ପାର୍କ ତିଆରି ହେବ । ଯାହା କଥା କେହି ପଚାରନ୍ତିନାହିଁ, ତା' କଥା ମୋଦି ପଚାରେ । ବିଜେଡି କନ୍ଧମାଳକୁ ପଛୁଆ ରାଜ୍ୟ ଘୋଷଣା କରି ଦାୟିତ୍ବ ସାରିଦେଇଛି ବୋଲି କହିଛନ୍ତି ପିଏମ୍ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ :ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି । ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା ଏହାକୁ ନେଇ ପ୍ରଶ୍ନ କରିଛନ୍ତି ମୋଦି।ଡୁପ୍ଲିକେଟ ଚାବିରେ କେହି ଖୋଲୁନଥିଲା ତ କେହି । ନକଲି ଚାବିରେ ଖୋଲାଯାଇ ପ୍ରଭୁଙ୍କ ଆଭୂଷଣ ଚୋରି ହେଉଥିଲାକି । ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି ଅଧିକ ଚିନ୍ତା ଜନକର ବିଷୟ । ଏଥି ପାଇଁ ଅନେକ ଥର ରାଜ୍ୟ ସରକାର ଅନେକ ଥର କମିଶନ ବସିଇଲେ କିନ୍ତୁ କମିଶନ ରିପୋର୍ଟ ସାର୍ବଜନୀନ ହେଲାନି । ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ କାହିଁକି ଭୀତତ୍ରସ୍ତ। ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି କି ।
ମୋଦୀ କହିଛନ୍ତି ୭୦ ବର୍ଷ ପୂର୍ବେ ଶ୍ରୀମନ୍ଦିରକୁ ସୁରୁଖୁରରେ ପରିଚାଳନା ପାଇଁ ନିୟମ ଆସିଥିଲା ।ଶ୍ରୀମନ୍ଦିରରେ ଥିବା ସୁନା, ରୂପା, ଅଳଙ୍କାର, ମୋତି ମାଣିକର ସୂଚୀ ପ୍ରସ୍ତୁତ କରି ଏହାକୁ ରେକର୍ଡ କରି ରଖାଯାଇଥିଲା ।
ଅଧିକ ପଢନ୍ତୁ କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି-ମୋଦି
ରତ୍ନଭଣ୍ଡାରର ଯାଞ୍ଚ ୪୫ ବର୍ଷ ପୂର୍ବରୁ ହୋଇଥିଲା । ସେହି ସମୟରେ ଏତେ ମାତ୍ରାରେ ମୂଲ୍ୟବାନ ରତ୍ନ, ଆଭୂଷଣ ଥିଲା ଯେ, ଏହାର ମୂଲ୍ୟାଙ୍କନ କରୁଥିବା ବ୍ୟକ୍ତି ଏହାକୁ କହିହେବନି ବୋଲି କହିଥିଲେ । କିନ୍ତୁ ରତ୍ନଭଣ୍ଡାର ୪୦ ବର୍ଷ ହେବ ଖୋଲା ହେଇନାହିଁ । ଵର୍ତ୍ତମାନ ରତ୍ନଭଣ୍ଡାରର ଚାବି ୬ ବର୍ଷ ହେବ ହଜି ଯାଇଛି । ରତ୍ନଭଣ୍ଡାରର ଚାବି ସମ୍ଭାଳିପାରିଲାନି ସରକାର, ଯେଉଁଥିପାଇଁ ଚାବି ହଜିଗଲା । କିନ୍ତୁ ଏବେ କେମିତି ସେ ରାଜ୍ୟ ଚଳାଇବେ ।
କନ୍ଧମାଳ : କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, କଂଗ୍ରେସ ବାରମ୍ବାର ଆମ ଦେଶକୁ ଡରାଇବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସର ନୀତି ପାଇଁ ଜାମ୍ମୁ କାଶ୍ମୀରରେ ବଢିଥିଲା ଆତଙ୍କବାଦ । ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି କହି ଡରାଇବାକୁ ଚେଷ୍ଟା କରିଥିଲା କଂଗ୍ରେସ । ଏବେ ପରିସ୍ଥିତି ସେଠାରେ ଏତେ ଶୋଚନାୟ ହେଲାଣି ଯେ ସେ ବୋମା ବିକିବାକୁ ବସିଲେଣି । ସେଠାରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ କଣ ତାହା ପୁରା ବିଶ୍ବ ଜାଣିଛି । କଂଗ୍ରେସ କେବଳ ଲିଖିତ ଭାଷଣ ପଢିବାରେ ବ୍ୟସ୍ତ ରହୁଛି । କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, କଂଗ୍ରେସ ନେତା ଜାଣିରଖ ଏଥର ବିଜେପି ଚାର ଶୋ' ପାର କରିବାକୁ ଯାଉଛି । ଏପରି କହି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ : ଫୁଲବାଣୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଏଥିସହ ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ଆସିବ ବୋଲି ଦମ୍ଭୋକ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଓଡିଶାବାସୀଙ୍କର ଗୋଟିଏ ଗୋଟିଏ ଭୋଟ ମୂଲ୍ୟବାନ । ଓଡିଶାରେ ବିକାଶ ପାଇଁ ବିଜେପି ସରକାର ଆଶିବା ନିହାତି ଦରକାର ।