ବିଳମ୍ବିତ ରାତ୍ରରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିବା ସମୟରେ ସିଦ୍ଧଳସ୍ଥିତ ତଳସାହି କେନାଲ ପୋଲ ଉପରୁ ସାଇକେଲ ସହ ତଳକୁ ଖସି ପଡ଼ିଥିଲେ । ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରି କେନାଲ ଭିତରେ ସାଇକେଲ ସହ ମୁହଁମାଡି ମୃତ୍ୟୁ ଅବସ୍ଥାରେ ପଡିଥିବାର ଦେଖିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପରେ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଶବ ବ୍ୟବଛେଦ ନିମନ୍ତେ ଭର୍ତ୍ତି କରିଛି । ପରିବାରର ଏକମାତ୍ର ରୋଜଗାରକ୍ଷମ ଶରତଙ୍କ ପରିବାରରେ ପତ୍ନୀଙ୍କ ସହ ୪ ଝିଅ ତାଙ୍କ ରୋଜଗାର ଉପରେ ନିର୍ଭର କରି ଚଳୁଥିଲେ । ତାଙ୍କ ଅକାଳ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛି ।