ଅଧିକ ପଢନ୍ତୁ ଓଡିଶା ଖବର
୨୦୨୧ ମସିହା ଜୁନ ୧୦ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ କୌଣସି ଜମିଜମା ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଅଭିଯୁକ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଆଉ ସେହି ସମୟରେ ହରେକୃଷ୍ଣ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏବଂ ଏହାରି ମଧ୍ୟରେ ଅଭିଯୁକ୍ତ ମାନେ ଉତକ୍ଷିପ୍ତ ହୋଇ ଟାଙ୍ଗି ଓ ଲାଠିରେ ପିଟି ପିଟି ହରେକୃଷ୍ଣଙ୍କୁ ଲହୁଲୁହାଣ କରିଦେଇଥିଲେ। ମୁର୍ମୁଷ ଅବସ୍ଥାରେ ହରେକୃଷ୍ଣଙ୍କୁ ନେଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଏଠାରେ ଡାକ୍ତର ହରେକୃଷ୍ଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଉ ଆଜି ଦୀର୍ଘ ଦିନ ପରେ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିଛନ୍ତି ମାନ୍ୟବର କୋର୍ଟ।