ରାଜ୍ୟରେ କ୍ରମାଗତ ଭାବରେ ବିଜେଡିର ଲୋକପ୍ରିୟତା କମୁଥିବା ବେଳେ ବିଜେପିର ଲୋକପ୍ରିୟତା ବଢୁଛି । ପ୍ରଧାନମନ୍ତ୍ରୀଙ୍କ ଭିଜନ, କାର୍ଯ୍ୟଶୈଳୀକୁ ବେଶ ପସନ୍ଦ କରୁଛନ୍ତି ଜନତା । ଯାହା ଗତକାଲିର ଦୃଶ୍ୟ ହିଁ ସ୍ପଷ୍ଟ କରିଥିଲା । ହେଲେ ମୋଦିଙ୍କ ଭାଷଣ ଶୁଣିବା ପରେ ଏବେ ପୂରା ସୋସିଆଲ ମିଡିଆରେ ବିଜେଡିର ଏକ୍ସପାଏରୀ ଡେଟ୍ର ସ୍କାନର ଭାଇରାଲ ହେଉଛି । ଯାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି । କାରଣ ୨୪ ବର୍ଷର ସ୍ଥିର ସରକାର, ସ୍ଥିର ମୁଖ୍ୟମନ୍ତ୍ରୀ ଥିବା ପରେ ବି ରାଜ୍ୟର ବିକାଶ ଯେମିତି ହେବା କଥା ସେମିତି ହୋଇନି । ତେଣୁ ଏ ସରକାରକୁ ବଦଳାଇବାକୁ ମନ ବଳାଇଲେଣି ଭୋଟ୍ର । କେମିତି ଭୋଟ୍ ବ୍ୟାଙ୍କ ବଢିବ ସେନେଇ ପୁଳାପୁଳା ରଣନୀତି କରୁଛନ୍ତି ନବୀନ- ପାଣ୍ଡିଆନ । କିନ୍ତୁ ସେ ଯୋଜନା କିଛି କାମ ଦେବନି, କି ବିଜେଡି ଭୋଟ ପାଇବନି ବୋଲି କହିଲେଣି ଜନତା ।
ପୂରା ଦମ୍ରେ ଏଥର ଲଢେଇ କରିବାକୁ ପ୍ରସ୍ତୁତ ହୋଇଛି ବିଜେପି । ଗ୍ରାଉଣ୍ଡରେ କାମ କରୁଛି, କେମିତି ରାଜ୍ୟ ଓ ଦେଶର ବିକାଶ ହେବ ସେନେଇ ରଣନୀତି ବି କରୁଛି । କେନ୍ଦ୍ରୀୟ ନେତାଙ୍କ ଫୋକସ୍ରେ ଓଡ଼ିଶା ରହିଛି । ଆଉ ଏମିତି ପ୍ରସ୍ତୁତି ଦେଖି ଡରି ଛାନିଆ ହେଲାଣି ବିଜେଡି । ଯାହା ତ ଟେନ୍ସନ୍ ଥିଲାଥିଲା ଏବେ ଯେମିତି ଭାବରେ ମୋଦି ବିଜେଡିକୁ ଏକ୍ସପାଏରୀ ଡେଟ୍ କହିଦେଲେ ତାହା ଶଙ୍ଖ ଦଳର ଚିନ୍ତା ଆହୁରି ବଢାଇଦେଇଛି ।