ଓଡ଼ିଆ କହିବାକୁ ପସନ୍ଦ କରନ୍ତି ନାହିଁ ନବୀନ ବାବୁ । ଖାଲି ନବୀନ ବାବୁ କାହିଁକି ? ଓଡି଼ଶା ଭଲପାଉଛି କହୁଥିବା ପାଣ୍ଡିଆନ ବି ଆମ ଭାଷାକୁ ଅତି କଦର୍ଥ କରି କହୁଛନ୍ତି । ଓଡ଼ିଆ ଭାଷା ଶିଖିବାକୁ ମନରେ ଯଦି ସାମାନ୍ୟତମ ଇଚ୍ଛା ଥାଆନ୍ତା ତାହାଲେ ଓଡ଼ିଆ କେବେଠୁ ଏମାନେ ଶିଖିଥାଆନ୍ତେ । କିନ୍ତୁ କେବଳ ଲୋକ ଦେଖାଇବା ଲାଗି ଓଡ଼ିଆ କହୁଛନ୍ତି ନବୀନ । ସିଏ ପୁଣି ୧୦୦ ରୁ ୮୦ ଭୁଲ । ମୁଖ୍ୟମନ୍ତ୍ରୀଙ୍କୁ ଆମେ ଆଦୌ ବେସମ୍ମାନ କରୁନୁ ବରଂ ଆମ ଓଡ଼ିଆ ଭାଷା ଶିଖି ସଠିକ୍ରେ କହିବାକୁ ଅନୁରୋଧ କରୁଛୁ ।
୨୪ ନିର୍ବାଚନ ପ୍ରଚାର ପାଇଁ ରବିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁରର ସାଧାରଣ ସଭାରେ ଯୋଗ ଦେଇ କେନ୍ଦ୍ରୀୟ ଅନୁଦାନର ହିସାବ ଦେଇଥିଲେ, ରାଜ୍ୟ ସରକାରଙ୍କ ଗୁମର ଖୋଲିଥିଲେ । ଖାଲି ଗୁମର ଖୋଲିଥିଲେ ତାହା ନୁହେଁ ବରଂ କେମିତି ପ୍ରକ୍ସି ସରକାର ଓଡ଼ିଶାକୁ ନଷ୍ଟ କରୁଛି ସେନେଇ ସବୁ ସତ କଥା କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀସଭା ପରି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବି ନିର୍ବାଚନୀ ସଭାଥିଲା । ଆଉ ଏହି ସଭାରୁ ଫେରିବା ପରେ ହେଲକପ୍ଟରରେ ବିଜେଡି ନେତା ପାଣ୍ଡିଆନ ଓ ନବୀନଙ୍କ ମଧ୍ୟରେ ବିଜେପିକୁ ନେଇ କଥାବାର୍ତ୍ତା ହୋଇଥିଲା । ଯାହାର ଭିଡିଓକୁ ନେଇ ସାଧାରଣ ଜନତା ଟ୍ରୋଲ କରିବା ସହିତ ଦୁଇ ଅଣଓଡ଼ିଆ ଯୋଡ଼ି ବଢିଆ ବୋଲି କହୁଛନ୍ତି ।