ସେପଟେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟ ବ୍ୟବସାୟୀ । ପ୍ରାକୃତିକ ଦୁର୍ବିପାକ ଅନ୍ୟପଟେ ମାଛ ସଂରକ୍ଷଣ ପାଇଁ କଟକଣା ଲାଗିବା ପରେ ଏବେ ଜନଶୂନ୍ୟ ପାରାଦୀପ ମାଛ ଧରା ବନ୍ଦର । କେମିତି ଚଳିବେ ମାଛ ବ୍ୟବସାୟୀ କେମିତି ଚଳିବ ପରିବାର ଯାହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ି ଯାଇଛନ୍ତି ।
ପାରାଦୀପ ମାଛଧରା ବନ୍ଦର ସମେତ ରାଜ୍ୟର ସମସ୍ତ ଉପକୂଳ ଜିଲ୍ଲାରେ କଟକଣା ଲାଗୁ କରାଯାଇଛି । ଏହାଦ୍ୱାରା 12 ଲକ୍ଷ ମତ୍ସ୍ୟଜୀବୀ ପ୍ରଭାବିତ ହେବେ । ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି 2007 ମସିହାରୁ ଏହି କଟକଣା 45 ଦିନ ପାଇଁ ଲାଗୁହେଉଥିଲା । ହେଲେ ସମୁଦ୍ରରେ ମାଚ ବଂଶ ବୃଦ୍ଧି ନେଇ ଏହି ନିୟମରେ ଟିକେ ପରିବର୍ତ୍ତନ କରାଯାଇଛି । 2017ରୁ 61 ଦନ ପର୍ଯ୍ୟନ୍ତ ନିୟମ ଲାଗୁ ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...