ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ । ଏହା ପର ଦିନ 3ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି । ପ୍ରଥମେ ସକାଳ ସାଢେ 9 ଟାରେ କନ୍ଧମାଳ ଷ୍ଟାଡିୟମ ପଡିଆର ଏକ ସମାବେଶରେ ଯୋଗ ଦେବେ । ଏହା ପରେ ଗେଟ୍ ପଡିଆରେ ବିଶାଳ ଜନ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ସଂଧ୍ୟା 8ଟାରେ ପାର୍ଟି ଅଫିସରୁ କରିବେ ରୋଡ ସା । ମୋଦିଙ୍କ ରୋଡ଼ ସୋ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ରାମ ମନ୍ଦିର ଛକରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛିନ୍ତି ଏସପିଜି ଟିମ୍। ବ୍ୟାରିକେ଼ଡ ଲଗା ଯାଇଥିବା ସ୍ଥାନ ସହ କେଉଁ ବିଲଡିଂ ରୁଫ ଟଫ୍ ରୁ ସ୍ନାଇପର ରହିବ ତାହା ଯାଞ୍ଚ କରାଯାଇଛି। ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ରୋଡ଼ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମ ମନ୍ଦିର ଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ରହିଛି ।
ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ । ଏହା ପର ଦିନ 3ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି । ପ୍ରଥମେ ସକାଳ ସାଢେ 9 ଟାରେ କନ୍ଧମାଳ ଷ୍ଟାଡିୟମ ପଡିଆର ଏକ ସମାବେଶରେ ଯୋଗ ଦେବେ । ଏହା ପରେ ଗେଟ୍ ପଡିଆରେ ବିଶାଳ ଜନ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ। ମୋତେ ଆକ୍ରମଣ ବିଜେଡିର ଏକ ପ୍ରାୟୋଜିତ ଷଡଯନ୍ତ୍ର।
ବିଜେଡି ସହ ସମ୍ପର୍କରେ ଥିଲେ ସ୍ୱାଧୀନ ପ୍ରାର୍ଥୀ ଶିବ ଶଙ୍କର। କାହା ନିର୍ଦ୍ଦେଶରେ ବୁଥକୁ ଶିବ ଶଙ୍କର ଆସିଥିଲେ ତାଙ୍କ ଫୋନ ଯାଞ୍ଚ ହେଲେ ସତ ବାହାରକୁ ଆସିବ। ଆସ୍କାକୁ କେମିତି ମୁଁ ଯାଇ ନ ପାରିବି ସେଥିପାଇଁ ପୋଲିସ ଉପସ୍ଥିତିରେ ମୋତେ ଆକ୍ରମଣ ହୋଇଥିଲା। ମୋର ଆସ୍କା ଓ ହିଞ୍ଜିଳି ଯିବା ଆସିବା ବିଜେଡିର ସୁରକ୍ଷିତ ସିଟକୁ ଆଘାତ ହେବ ଭଳି ଲାଗିଲା। ସେଥିପାଇଁ ମୋତେ ଜାଣିଶୁଣି ଆକ୍ରମଣ କରାଯାଇଛି। ମୁଁ ଏହି ଆକ୍ରମଣରୁ ଡରିନାହିଁ ବିଜେଡି ଦୁର୍ନୀତି ବିରୋଧରେ ମୁଁ ସବୁବେଳେ ପ୍ରତିବାଦ କରିବି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବୁଥ୍ ରିଗିଂ ଅଭିଯୋଗ । କିରାସରା ଓ କାଦପଦର ବୁଥରେ ବିଜେଡି ନେତା ଭୋଟ୍ ରିଗିଂ କରୁଥିବା ଅଭିଯୋଗ କରିଛନ୍ତି ଲୋକେ l ଭୋଟରଙ୍କୁ ଭୋଟ୍ ଦେବାକୁ ନଦେଇ ବିଜେଡିର ଏଜେଣ୍ଟ ଜବରଦସ୍ତ ଭୋଟ୍ ଦେଉଥିବା ଅଭିଯୋଗ ହେଉଛି l
ପ୍ରତିବାଦ କଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କହିଛନ୍ତି ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି । ଖାଲି ସେତିକି ନୁହେଁ ମଣ୍ଡଳ ସଭାପତିଙ୍କ ମୋବାଇଲ ବିଜେଡି କର୍ମୀ ଛଡାଇ ନେଇଥିବାବେଳେ ପୋଲିସ ଚୁପଥିବା ଅଭିଯୋଗ କରିଛନ୍ତି ମଣ୍ଡଳ ସଭାପତି ପଞ୍ଚମନ ଜଗଦଲା l ଘଟଣାସ୍ଥଳରେ SDPO ପହଂଚି ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି l
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମର ୪୭ ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ। ବିଜେପି କର୍ମୀମାନଙ୍କୁ ଆକ୍ରମଣ ଅଭିଯୋଗ।
ବୁଥ ରିଗିଙ୍ଗ ପାଇଁ ଚେଷ୍ଟା ବେଳେ ବିଜେପି କର୍ମୀଙ୍କ ବିରୋଧ ଯୋଗୁଁ ଉଭୟ କର୍ମୀ ହାତାହାତି ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ତାରାସିଙ୍ଗି ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର