ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା । ମିନି ଇନଭର୍ଟରରେ କିଛି ସମୟ ଶ୍ରୀମନ୍ଦିର ଭିତରେ ଜଳିଲା ଲାଇଟ୍ । ଅନ୍ଧାର ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ଉତ୍ତରପ୍ରଦେଶର ୧୪ ସିଟ୍, ମହାରାଷ୍ଟ୍ର ୧୩ଟି ସିଟ୍, ପଶ୍ଚିମବଙ୍ଗରେ ୭ଟି, ବିହାରରେ ୫ଟି, ଝାଡଖଣ୍ଡରେ ୩ଟି, ଓଡିଶାରେ ୫ଟି, ଜାମ୍ମୁ-କାଶ୍ମୀର ଓ ଲଦାଖରେ ଗୋଟିଏ ଲେଖାଁଏ ଆସନରେ ପଡ଼ିବ ଭୋଟ୍ ।
ଅଧିକ ପଢନ୍ତୁ ଭାରତ ଖବର
ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ସର୍ବାଧିକ ମୋଟ ୧୪ଟି ଆସନରେ ହେବ ଭୋଟିଂ । ୟୁପିରେ ହେବାକୁ ଥିବା ଏହି ଆସନ ମଧ୍ୟରୁ ୨୦୧୯ ନିର୍ବାଚନରେ ବିଜେପି ୧୩ଟି ଆସନରେ ଜିତିଥିବା ବେଳେ କେବଳ ରାୟବରେଲି ଆସନ କଂଗ୍ରେସ ଖାତାକୁ ଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧ ଚାରୋଟି ପର୍ଯ୍ୟାୟରେ ମୋଟ୍ ୩୭୯ ଆସନରେ ଭୋଟିଂ ସରିଛି । ବାକି ଆସନରେ ମେ ୨୦, ମେ ୨୫ ଓ ଜୁନ ପହିଲାରେ ହେବ ଭୋଟ ଗ୍ରହଣ ।
ଅର୍ଗସ ବ୍ୟୁରୋ : ଆଜି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଆଜି ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ୩୫ ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଛି ଭୋଟିଂ । ୯୧୬୨ଟି ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି ୭୯ ଲକ୍ଷ ୬୯ ହଜାର ଭୋଟର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନିର୍ବାଚନକୁ ଅବାଧ ନିରପେକ୍ଷ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଫ୍ଲାଇଙ୍ଗ ସ୍କ୍ବାଡ ସହ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ନିୟୋଜିତ ହୋଇଛନ୍ତି ୧୦୨ କମ୍ପାନୀ ସୁରକ୍ଷା ବାହିନୀ । ୬୦ଟି ବୁଥରେ ହୋଇଛି ଲାଇଭ ଷ୍ଟ୍ରିମିଂ ।
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା । ଇରାନର ରାଜ୍ୟ ଟେଲିଭିଜନ ଏହି ସୂଚନା ଦେଇଛି ।
ଦେଶର ଅର୍ଥମନ୍ତ୍ରୀ ମଧ୍ୟ ରାଇସିଙ୍କ ସହ ହେଲିକପ୍ଟରରେ ଥିଲେ। ପୂର୍ବ ଆଜେରବାଇଜାନ ଅଞ୍ଚଳରେ ହେଲିକପ୍ଟରର ଏକ ଅବତରଣ କରାଯାଇଥିଲା। ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି । କୁହୁଡ଼ି ଓ ଖରାପ ପାଗକୁ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି। ସେପଟେ ହେଲିକପ୍ଟର ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇନଥିବା ନେଇ କିଛି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଅଧିକ ପଢନ୍ତୁ ବିଦେଶ ଖବର
ଆଜରବାଇଜାନର ରାଷ୍ଟ୍ରପତି ଇଲହାମ ଅଲିଏଭଙ୍କ ସହ ଏକ ବନ୍ଧର ଉଦଘାଟନ ପାଇଁ ରାଇସି ରବିବାର ସକାଳେ ଆଜେରବାଇଜାନରେ ଥିଲେ। ଏହା ହେଉଛି ଆରସ ନଦୀରେ ଉଭୟ ଦେଶ ଦ୍ୱାରା ନିର୍ମିତ ତୃତୀୟ ବନ୍ଧ। ଇରାନ ଦେଶରେ ବିଭିନ୍ନ ପ୍ରକାରର ହେଲିକପ୍ଟର ଉଡ଼ାଇଥାଏ, କିନ୍ତୁ ଆନ୍ତର୍ଜାତୀୟ ପ୍ରତିବନ୍ଧକ ଯୋଗୁଁ ଇସଲାମ ଦେଶ ପାଇଁ ଏହି ହେଲିକପ୍ଟରଗୁଡ଼ିକ ପାଇଁ ଅଂଶ ପାଇବା କଷ୍ଟସାଧ୍ୟ ହୋଇପଡିଛି। ଏହାର ସାମରିକ ବାୟୁ ଜାହାଜ ମଧ୍ୟ ୧୯୭୯ ଇସଲାମିକ ବିପ୍ଳବର ପୂର୍ବାନୁମାନ କରିଥାଏ।