ରାଜ୍ୟ ସରକାରଙ୍କ ପିଠା ଯୋଜନା, ବିଜୁ ଯୁବବାହିନୀ କୁଆଡ଼େ ଗଲା ପ୍ରଶ୍ନ କରିଛନ୍ତି। ଏହାସହ ଓଡ଼ିଶା ପ୍ରତି ଅବଦାନ କ'ଣ ପଚାରୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର। ପେଟ୍ରୋଲିୟମ୍ ମନ୍ତ୍ରୀ ଥିବାବେଳେ ପାରାଦୀପ ରିଫାଇନାରୀରୁ ଅନେକ ଲାଭ ପାଇଛି ଓଡ଼ିଶା। ଓଡ଼ିଶାର 55 ଲକ୍ଷ ମହିଳାଙ୍କୁ ଉଜ୍ବଳା ଯୋଜନାରେ ଗ୍ୟାସ୍ ଦେବାର ବ୍ୟବସ୍ଥା କଲି। ଏବେ ସେହି ଗୁମାସ୍ତା ପଚାରିବେ ଓଡ଼ିଶା ପାଇଁ ମୁଁ କ'ଣ କରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଓଡ଼ିଶାରେ ବିଜେପିକୁ ସୁଯୋଗ ଦେବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ'। ତେଣୁ ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ଲୋକଙ୍କ ସହଯୋଗ କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଆଜି ପାର୍ଥୀ ପତ୍ର ଦାଖଲ ପୂର୍ବରୁ ଗତକାଲି ମା ସମଲେଇ ଆଶୀର୍ବାଦ ଓ ସମ୍ବଲପୁରବାସୀଙ୍କ ସହଯୋଗ କାମନା କରିଛନ୍ତି ଧର୍ମେନ୍ଦ୍ର ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: