ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ଅର୍ଗସ ବ୍ୟୁରୋ: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ରାଜ୍ୟର 6 ସଂସଦୀୟ କ୍ଷେତ୍ର ପାଇଁ ବିଜ୍ଞପ୍ତି ପ୍ରକାଶ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ପାଇଁ ବିଜ୍ଞପ୍ତି ପ୍ରକାଶ । ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ବିଜ୍ଞପ୍ତି ପ୍ରକାଶ । ଜୁନ 1 ସକାଳ 7ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ହେବ ମତଦାନ । ମତଦାନ କିପରି ସୁରୁଖୁରୁରେ ହେବ ସେନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ଅର୍ଗସ ବ୍ୟୁରୋ : ମୋ ପୋଲିସର ଦାଦାଗିରି । ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛି ହଇରାଣ । ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ଘରେ ଟିଟିଲାଗଡ଼ ପୋଲିସ କରୁଛି ହଇରାଣ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନବୀନ ଜୈନଙ୍କ ପତ୍ନୀ ତଥା ଟିଟିଲାଗଡ ପୌରଧ୍ୟକ୍ଷା ମମତା ଜୈନ ଘରେ ଏକା ଥିବା ବେଳେ ବିନା କୌଣସି ମହିଳା ପୋଲିସଙ୍କ ଉପସ୍ଥିତିରେ ତାଙ୍କ ପତ୍ନୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତିଲେ ରାଜନାଥ। ଖୁବ କମ ବୟସରେ ରାଜନୀତି କ୍ଷେତ୍ରରେ ଅନେକ ନାଁ କମାଇଛନ୍ତି ଧର୍ମେନ୍ଦ୍ର। କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିଛନ୍ତି ଧର୍ମେନ୍ଦ୍ର। ଶିକ୍ଷା ବିଭାଗର ମନ୍ତ୍ରୀ ହୋଇ ଯାହା କରିଛନ୍ତି ତାହା ଖୁବ୍ ପ୍ରଶଂସନୀୟ ।
ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁଗମ୍ଭୀର ବ୍ୟକ୍ତିତ୍ୱ, କୃତୀକୁ ପ୍ରଶଂସା କରିଛନ୍ତି ରାଜନାଥ। ଏଭଳି ବ୍ୟକ୍ତିତ୍ୱକୁ ଚୁପ୍ କରି ବସାଇଦେବା ଉଚିତ୍ ନା ଆଗକୁ ଛାଡିବା ଉଚିତ ବୋଲି ଜନତାଙ୍କୁ ପ୍ରଶ୍ନ କରିଥିଲେ ରାଜନାଥ ସିଂ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାରେ ହେବ ଭୋଟିଂ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଶନିବାର ସନ୍ଧ୍ୟା ୬ଟାରୁ ପ୍ରଚାର ସରିଛି । ସମସ୍ତ ରାଜନୈତିକ ଦଳ ଶନିବାର ଠାରୁ ପ୍ରଚାର ବନ୍ଦ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏ ଦିଗରେ କଟକଣା କଡ଼ାକଡ଼ି କରାଯାଇଛି । ଆଜି ସକାଳୁ ଡିସ୍ପୋଜାଲ ସେଣ୍ଟରରୁ ବୁଥ ଅଭିମୁଖେ ପୋଲିଂ ଅଧିକାରୀ ବାହାରିବା ଆରମ୍ଭ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏନେଇ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ୨୫୭ଟି ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ୨୫୮ଟି ପୋଲିଂ ବୁଥ କରାଯାଇଛି । ସେହିଭଳି ଉଭୟ ନିର୍ବାଚନ ମଣ୍ଡଳୀର ୪୦ଟି ଲେଖାଏ ସଖୀ ବୁଥରେ ସମସ୍ତ ମହିଳା ଅଧିକାରୀ ଓ କର୍ମଚାରୀ ରହିବେ । ଉଭୟ ନିର୍ବାଚନ ମଣ୍ଡଳୀରେ ୨ଟି ଲେଖାଏଁ ବୁଥ ଦିବ୍ୟାଙ୍ଗ ଅଧିକାରୀଙ୍କ ଦ୍ବାରା ପରିଚାଳିତ ହେବ ।