ଯେଉଁ ସମୟରେ ଓଡ଼ିଆଙ୍କ ଅସ୍ମିତା ବିପଦରେ ପଡିଛି । ସେଇ ସମୟରେ ଅସ୍ମିତା ବଂଚାଇବାକୁ ଅଣ୍ଟା ଭିଡିଛନ୍ତି ଓଡ଼ିଆ ପୁଅ । କେନ୍ଦ୍ରରେ ୧୦ ବର୍ଷ ମନ୍ତ୍ରୀତ୍ଵ କାଳରେ ଓଡ଼ିଶାକୁ ଦେଇଛନ୍ତି ଅନେକ କିଛି । କେମିତି ଓଡ଼ିଆ ପିଲା ସ୍ଵାଭିମାନ ହେବେ ସେନେଇ କରିଛନ୍ତି ସ୍ଵତନ୍ତ୍ର ରଣନୀତି । ଗୋଟିଏ ପଟେ ରାଜ୍ୟରେ ବିଜେପିର ସରକାର ନାହିଁ କି ସେ ଏବେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିନାହାନ୍ତି । ହେଲେ ବି ନିଜ ଜନ୍ମ ମାଟିର କେମିତି ବିକାଶ ହେବ ସେନେଇ ମାଷ୍ଟର ପ୍ଲାନ କରିଛନ୍ତି । ଖାଲି ପ୍ଲାନ୍ କରିଛନ୍ତି ତାହା ନୁହେଁ ବରଂ ବିକାଶ କରି ଦେଖାଇଛନ୍ତି । ସେଇଥି ଲାଗି ତ ଏମିତି ବିପୁଳ ଜନସମର୍ଥନ ଦେଖିବାକୁ ମିଳିଛି ତାଙ୍କ ରାଲିରେ ।
ରାଜ୍ୟ ସରକାରରେ କେମିତି ଚାଲିଛି ଶାସନ ? ଗୋଟି ଗୋଟି କରି ଗୁମର ଖୋଲିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧାସିଧା କହିଥିଲେ, ଭିଡିଓରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ, ଗୁମାସ୍ତାଙ୍କ ହାତରେ ରିମୋଟ୍ କଣ୍ଟ୍ରୋଲ୍ । ଆମ ପଇସାରେ ଦରମା ପାଉଥିବା ଲୋକ ଆଜି ଆମକୁ ନାଲି ଆଖି ଦେଖାଉଛି । ଗଣତନ୍ତ୍ରରେ ଏ କଂସ, ରାବଣ ରୂପୀ ଲୋକଙ୍କ ଭୋଟ୍ ନଦେଇ ପରାଜୟ କରିବାକୁ ପଡିବ କହି କଡ଼ା ଭର୍ତ୍ସନା କରିଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ସମ୍ବଲପୁରରୁ ବିଜେପିର ଯୋଦ୍ଧା ସାଜିଛନ୍ତି ଧର୍ମେନ୍ଦ୍ର । ତେଣୁ ଏଥର ବିଜେଡିର ଖେଳ ଶେଷ ହେବ ବୋଲି କହିଲେଣି ଜନତା । କାରଣ ସମ୍ବଲପୁରର ବିକାଶ କଥା ୨୪ ବର୍ଷ ଭିତରେ କେବେ ଚିନ୍ତା କରିନି ବିଜେଡି । କେବଳ ମିଛୁଟାରେ କୁମ୍ଭୀର କାନ୍ଦଣା ଯାହା କାନ୍ଦୁଛି । ତେଣୁ ସମୟ ଆସିଛି...ଜନତା ସଚେତନ ଅଛନ୍ତି । ଏବେ କେବଳ ଯାହା ଅପେକ୍ଷା ଭୋଟ୍ ଗଣତିକୁ..